ଅକ୍ଷୟଙ୍କ ଠାରୁ ଆରମ୍ଭ କରି କଙ୍ଗନାଙ୍କ ପର୍ଯ୍ୟନ୍ତ ଏହି ୫ ବଲିଉଡ ତାରକା ଫିଲ୍ମ ସାଇନ କରିବା ପୂର୍ବରୁ ରଖିଥାନ୍ତି ଏପରି ସର୍ତ୍ତ

ବଲିଉଡ ତାରକାଙ୍କର ଲୋକପ୍ରିୟତା ସମଗ୍ର ଦୁନିଆରେ ରହିଛି। ସେ ନିଜର ଭାବ ଭଙ୍ଗୀରେ ଆଜି କୋଟି କୋଟି ହୃଦୟ ଉପରେ ରାଜୁତି କରୁଛନ୍ତି। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ ଏହି ଫିଲ୍ମ ତାରକା ମାନେ ଫିଲ୍ମ ସାଇନ କରିବା ପୂର୍ବରୁ କିପରି ଦାବି।କରିଥାନ୍ତି। ଏଥିପାଇଁ ଆଜିର ଏହି ବିଶେଷ ପ୍ରସ୍ତୁତିରେ ଆମେ ଆପଣଙ୍କୁ ବଲିଉଡର ସେହି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଅଜବ ପ୍ରକାରର ଦାବି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ ରଖିଦେବ।

Kangana Ranaut- ବଲିଉଡର କ୍ୱିନ କଙ୍ଗନା ରାନାୱତଙ୍କୁ ଅଭିନୟ ମାମଲାରେ କେହି ହେଲେ ଟକ୍କର ଦେଇ ପାରିବେ ନାହିଁ। କଙ୍ଗନା ସବୁବେଳେ ନିଜ ସହିତ ଏକ ବ୍ୟକ୍ତିଗତ ଆସିଷ୍ଟାଣ୍ଟ ରଖିଥାନ୍ତି, ଯିଏ ତାଙ୍କ ସହିତ ଜଡିତ ପ୍ରତ୍ୟେକ ଜିନିଷର ଧ୍ୟାନ ରଖିଥାନ୍ତି। ସେ ଯେଉଁଠାକୁ ମଧ୍ୟ ଶୁଟିଙ୍ଗ ପାଇଁ ଯାଇଥାନ୍ତି ତାଙ୍କର ବ୍ୟକ୍ତିଗତ ଆସିଷ୍ଟାଣ୍ଟ ମଧ୍ୟ ସାଙ୍ଗରେ ରହିଥାନ୍ତି।

Salman Khan- ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ନାମ ଫିଲ୍ମ ଜଗତର ସବୁଠୁ ବଡ଼ ସୁପରଷ୍ଟାରଙ୍କ ମଧ୍ୟରେ ଗଣିତ ହୋଇଥାଏ। ସୂତ୍ର ଗୁଡିକ ମୁତାବକ, ସଲମାନ ଯେକୌଣସି ଫିଲ୍ମ ସାଇନ କରିବା ପୂର୍ବରୁ ଏହି ସର୍ତ୍ତ ରଖିଥାନ୍ତି ଯେ ଫିଲ୍ମରେ କିସିଙ୍ଗ ଏବଂ ଅନ୍ତରଙ୍ଗ ଦୃଶ୍ୟ ଯେପରି ନରହି ଥାଉ।

Hrithik Roahan- ଗ୍ରୀକ ଗଡ କୁହାଯାଉଥିବା ଅଭିନେତା ରିତିକ ରୋଶନ ଫିଲ୍ମ ସାଇନ କରିବା ପୂର୍ବରୁ ଏକ ଜବରଦସ୍ତ ଜିମର ଦାବି କରିଥାନ୍ତି, ଯାହାଦ୍ୱାରା ଶୁଟିଙ୍ଗ ସମୟରେ ମଧ୍ୟ ନିଜର ଫିଟନେସ ଉପରେ ପୂର୍ଣ୍ଣ ରୂପରେ ଧ୍ୟାନ ଦେଇ ପାରିବେ। ଏହାଛଡା ରିତିକ ପ୍ରତ୍ୟେକ ଶୁଟିଙ୍ଗ ସମୟରେ ନିଜର ବ୍ୟକ୍ତିଗତ ରୋଷେଆଙ୍କୁ ସାଙ୍ଗରେ ନେଇକରି ଯାଇଥାନ୍ତି।

କରିନା କପୁର ଖାନ- ସୂତ୍ର ଗୁଡିକ ଅନୁସାରେ କରିନା କପୁର ଖାନ ସେପର୍ଯ୍ୟନ୍ତ କୌଣସି ଫିଲ୍ମ ସାଇନ କରନ୍ତି ନାହିଁ ଯେପର୍ଯ୍ୟନ୍ତ ଫିଲ୍ମରେ ଏ ଲିଷ୍ଟର ଅଭିନେତାଙ୍କ ରୋଲ ନଥାଏ।

ଅକ୍ଷୟ କୁମାର- ବଲିଉଡ ଖିଲାଡି ଅକ୍ଷୟ କୁମାର ନିଜର ଜୀବନରେ ବହୁତ ଅନୁଶାସନର ପାଳନ କରିଥାନ୍ତି। ସେହିପରି ଯେତେବେଳେ ମଧ୍ୟ ଅକ୍ଷୟ କୌଣସି ଫିଲ୍ମ ସାଇନ କରିଥାନ୍ତି ସେତେବେଳେ ସେ ଶୁଟିଙ୍ଗ ସମୟରେ ରବିବାର ଦିନର ଛୁଟି ଦାବି କରିଥାନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *