ଅନିଦ୍ରା ଜନିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି? ଖାଦ୍ୟରେ ଶାମିଲ କରନ୍ତୁ ଏହି ୭ ଗୋଟି ଜିନିଷ

ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନିଦ୍ରା ବହୁତ ଜରୁରୀ ହୋଇଥାଏ। ଭଲ ନିଦ ଶରୀରକୁ ରୋଗରୁ ରକ୍ଷା କରିଥାଏ, ମସ୍ତିଷ୍କକୁ ସୁସ୍ଥ ରଖିଥାଏ ଏବଂ ଇମ୍ୟୁନି ସିଷ୍ଟମକୁ ମଧ୍ୟ ଶକ୍ତିଶାଳୀ କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୮ ରୁ ୯ ଘଣ୍ଟାର ନିଦ ବହୁତ ଜରୁରୀ କୁହାଯାଇଥାଏ କିନ୍ତୁ କିଛି ଲୋକଙ୍କୁ ରାତିରେ ଭଲ ନିଦ ଆସି ନଥାଏ। ଯେଉଁ କାରଣରୁ ସେମାନଙ୍କର ପୁରା ସିଷ୍ଟମ ବିଗିଡି ଯାଇଥାଏ। ଭଲ ନିଦ ପାଇଁ ଖାଦ୍ୟରେ କିଛି ବିଶେଷ ଜିନିଷକୁ ଶାମିଲ କରନ୍ତୁ। ଆସନ୍ତୁ ଜାଣିବା ଏଗୁଡ଼ିକ ବିଷୟରେ।

ବାଦାମ- ବାଦାମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ବାଦାମରେ ଅନେକ ପ୍ରକାରର ପୋଷକ ତତ୍ତ୍ଵ ମିଳିଥାଏ। ନିୟମିତ ରୂପରେ ବାଦାମ ଖାଇବାରୁ ଡାଇବେଟିସ ଏବଂ ହୃଦୟ ସମ୍ବନ୍ଧିତ ପୁରୁଣା ରୋଗ ଠିକ ହୋଇଯାଇଥାଏ। ବାଦାମ ଖାଇବା ଦ୍ୱାରା ଶରୀରରେ ମେଲାଟୋନିନ ହର୍ମୋନ ତିଆରି ହୋଇଥାଏ ଯେଉଁ କାରଣରୁ ବହୁର ଭଲ ନିଦ ଆସିଥାଏ। ଏହାଛଡା ବାଦାମ ମ୍ୟାଗନେସିୟମର ମଧ୍ୟ ଉତ୍ତମ ସ୍ରୋତ ଅଟେ। ଉତ୍ତମ ନିଦ ପାଇଁ ମ୍ୟାଗନେସିୟମ ମଧ୍ୟ ଜରୁରୀ ହୋଇଥାଏ।

ଚେରିର ଜୁସ- ଚେରିର ଜୁସ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ମ୍ୟାଗନେସିୟମ ଏବଂ ଫସଫେଟ ମିଳିଥାଏ। ଏହା ପୋଟାସିୟମର ମଧ୍ୟ ଏକ ଭଲ ସ୍ରୋତ ଅଟେ। ଏହାଛଡା ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଏଂଥୋକାୟନିନ ଏବଂ ଫ୍ଲେବୋନୋଲ୍ସ ମିଳିଥାଏ। ନିଦ ନଆସିବାର ସମସ୍ୟାରେ ଚେରିର ଜୁସ ବହୁତ ଲାଭକାରୀ ହୋଇଥାଏ। ଶୋଇବା ପୂର୍ବରୁ ଏହାକୁ ପିଇବାରୁ ଭଲ ନିଦ ଆସିଥାଏ।

ଚର୍ବିଯୁକ୍ତ ମାଛ- ସେଲ୍ମନ, ଟ୍ୟୁନା, ଟ୍ରାଉଟ ଏବଂ ମେକେରଲ ପରି ମାଛ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାନ୍ତି। ଏଥିରେ ଭରପୂର ମାତ୍ରାରେ ଓମେଗା ୩ ଏବଂ ଭିଟାମିନ D ମିଳିଥାଏ। ଏହି ଦୁଇଟି ଜିନିଷ ଶରୀରରେ ସେରୋଟୋନିଂ ହର୍ମୋନ ବନାଇଥାନ୍ତି ଯେଉଁ କାରଣରୁ ବହୁତ ଭଲ ନିଦ ଆସିଥାଏ। ଖାଇବା ପୂର୍ବରୁ ଚର୍ବିଯୁକ୍ତ ମାଛ ଖାଇବା ଦ୍ୱାରା ନିଦ ନହେବାର ସମସ୍ୟା ଦୂର ହୋଇଯାଇଥାଏ।

ଡିମ୍ବିରି ଫଳ- ଡିମ୍ବିରି ଫଳ କମ କ୍ୟାଲୋରୀ ଥିବା ପୌଷ୍ଟିକ ଫଳ ଅଟେ। ଡିମ୍ବିରି ଫଳ ଖାଇବା ଦ୍ୱାରା ପାଚନ ତନ୍ତ୍ର ଶକ୍ତିଶାଳୀ ହୋଇଥାଏ। ଏହା ଶରୀରରୁ ଫୁଲା ଏବଂ କଲେଷ୍ଟ୍ରଲ କମ କରିଥାଏ। ଗବେଷଣା ମୁତାବକ ଡିମ୍ବିରି ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିପାଇଁ ଯେଉଁ ଲୋକଙ୍କୁ ନିଦର ସମସ୍ୟା ରହିଛି ସେମାନଙ୍କୁ ଶୋଇବା ପୂର୍ବରୁ ଡିମ୍ବିରି ଫଳ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଡିମ୍ବିରି ଫଳ ସେରୋଟୋନିନ ହର୍ମୋନ ବଢାଇଥାଏ। ଏହି ହର୍ମୋନ ନିଦ ପାଇଁ ବହୁତ ଜରୁରୀ ହୋଇଥାଏ।

କାମୋମାଇଲ ଚା – କାମୋମାଇଲ ଚା ହେଉଛି ଏକ ଲୋକପ୍ରିୟ ହର୍ବାଲ ଚା ଯାହା ଅନେକ ପ୍ରକାରର ଲାଭଦାୟକ ହୋଇଥାଏ। ଏହା ନିଜ ଫ୍ଲାଭୋନ ପାଇଁ ବେଶ ଜଣାଶୁଣା ଅଟେ। ଫ୍ଲାଭୋନ ଆଣ୍ଟିଅକ୍ସିଡାଣ୍ଟ ରୂପରେ କାମ କରିଥାଏ ଯାହା ଶରୀରରୁ ଫୁଲାକୁ କମାଇ ଦେଇଥାଏ। ଏହାଦ୍ବାରା ଶରୀରକୁ କର୍କଟ ଏବଂ ହୃଦୟ ପରି ପୁରୁଣା ରୋଗରେ ଲଢ଼ିବାର ସାହାଯ୍ୟ ମିଳିଥାଏ। କେମୋମାଇଲ ଚା ଇମ୍ୟୁନ ସିଷ୍ଟମକୁ ମଧ୍ୟ ବଢାଇଥାଏ ଏବଂ ଚାପ କମ କରିଥାଏ ଯାହାଦ୍ୱାରା ଭଲ ନିଦ ହୋଇଥାଏ।

ଅକ୍ରୋଟ- ଅକ୍ରୋଟରେ ଫାଇବର ଛଡା ୧୯ରୁ ଅଧିକ ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ। ଅକ୍ରୋଟରେ ଭରପୂର ମାତ୍ରାରେ ମ୍ୟାଗ୍ନେସିୟମ, ଫସଫରସ ଏବଂ ମାଙ୍ଗାନିଜ ରହିଥାଏ। ଏହାଛଡା ଏଥିରେ ଓମେଗା ୩ ଫେଟି ଏସିଡ ଏବଂ ଲିନୋଲିକ ଏସିଡ ମଧ୍ୟ ମିଳିଥାଏ। ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ଅନୁସନ୍ଧାନରେ ଜଣାପଡ଼ିଛି ଯେ, ଅକ୍ରୋଟ ନିଦ ନହେବାର ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଅକ୍ରୋଟରେ ମିଳୁଥିବା ଫେଟି ଏସିଡ ଦ୍ୱାରା ଭଲ ନିଦ ଆସିଥାଏ।

ଧଳା ଚାଉଳ – ଦେଶର ଅନେକ ସ୍ଥାନରେ ଧଳା ଚାଉଳ ମୁଖ୍ୟତଃ ଖିଆଯାଇଥାଏ। ଧଳା ଚାଉଳରେ ସନ୍ତୁଳିତ ମାତ୍ରାରେ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ଚାଉଳକୁ ଗ୍ଲାଇସେମିକ ଇଣ୍ଡେକ୍ସ ଖାଦ୍ୟ ଭାବରେ ବିବେଚନା କରାଯାଇଥାଏ। କୁହାଯାଇଥାଏ ଯେ, ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଖାଦ୍ୟ ଖାଇଲେ ଭଲ ନିଦ ଆସିଥାଏ। ଶୋଇବାର ଏକ ଘଣ୍ଟା ପୂର୍ବରୁ ଧଳା ଚାଉଳ ଖାଇବା ଦ୍ୱାରା ନିଦ ନଆସିବାର ସମସ୍ୟା ଦୂର ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *