ଆଖି ର ରଙ୍ଗ ବଦଳୁଛି କି? ସାବଧାନ ହୋଇଯାନ୍ତୁ କରୋନା ର ଶିକାର ହୋଇପାରନ୍ତି…

କରୋନା ଭାଇରସ ର ପ୍ରକୋପ ଲାଗିରହିଛି । ଏହାର ନୂଆ ନୂଆ ଲକ୍ଷଣ ମାନ ସାମ୍ନା କୁ ଆସୁଛି । ଏହା ମଧ୍ୟରେ ଏକ ଅଧ୍ୟୟନ ମାଧ୍ୟମ ରେ କରୋନା ଭାଇରସ ର ଏକ ନୂଆ ଲକ୍ଷଣ ଜଣା ପଡିଛି । ଯଦି ଆଖି ର ରଙ୍ଗ ବଦଳୁଛି ତେବେ ଏହା କରୋନା ଭାଇରସ ର ଲକ୍ଷଣ ର ସଙ୍କେତ ହୋଇପାରେ ।

କାନାଡା ର ନେତ୍ର ବିଜ୍ଞାନ ରେ ପ୍ରକାଶିତ ଏକ ଅଧ୍ୟୟନ ରେ ଏହା କୁହା ଯାଇଥିଲା କି ଆଖି ର ରଙ୍ଗ ବଦଳିଲେ କିମ୍ବା ଗୋଲାପୀ ହୋଇଗଲେ ଏହା କରୋନା ଭାଇରସ ର ଲକ୍ଷଣ ହୋଇପାରେ ।

ପିଟିଆଇ ଏହି ଶୋଧ ଅଧୀନରେ ଏକ ରିପୋର୍ଟ ରେ କହିଥିଲେ କି ଶୋଧକର୍ତ୍ତା ମାନେ ଉଲ୍ଲେଖ କରିଛନ୍ତି କି ମାର୍ଚ୍ଚ ରେ ଏକ ୨୯ ବର୍ଷୀୟ ମହିଳା ରାୟଲ ଏଲେକ୍ଦେଡ଼୍ରା ହସ୍ପିଟାଲ ର ନେତ୍ର ସଂସ୍ଥାନ ଅଲବର୍ଟା ରେ ଏହି ଲକ୍ଷଣ ସହିତ ପହଞ୍ଚିଥିଲେ । ଏହି ମହିଳାଙ୍କ କରୋନା ଟେଷ୍ଟ ପୋଜେଟିଭ ଆସିଥିଲା ।

କାନାଡା ର ଅଲବର୍ଟା ବିଶ୍ଵବିଦ୍ୟାଳୟ ରେ ସହାୟକ ପ୍ରଫେସର କାଲୋସ ସୋଲର୍ଟ କହିଥିଲେ କି ଏହି ମାମଲା ରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରୋଗ ର ମୁଖ୍ୟ କାରଣ ନିଃଶ୍ୱାସ ନେବାରେ ଅସୁବିଧା ନୁହେଁ ବରଂ ଆଖି ର ରଙ୍ଗ ବଦଳିବା ଅଟେ । ଓ ଏଥି ପାଇଁ ଏହି ମହିଳା ଙ୍କ ଟେଷ୍ଟ ପୋଜେଟିଭ ଆସିଥିଲା । ସେହି ମହିଳାଙ୍କୁ ଜ୍ବର କିମ୍ବା କାଶ ମଧ୍ୟ ହେଉ ନ ଥିଲା ।

ହେଲେ ଏହା ପୂର୍ବରୁ ମଧ୍ୟ ଆମେରିକା ର ନେତ୍ର ରୋଗ ବିଶେଷଜ୍ଞ ର ଆସୋସିଏସନ୍ କରୋନା ରୋଗୀ ଙ୍କ ଆଖି ର ଲକ୍ଷଣ ଉପରେ ଆଧାରିତ ଏକ ଶ୍ବେତ ପତ୍ର ରେ ଏହା ଉପରେ ଏକ ଅପଡେଟ କରିଥିଲେ । ଏଥିରେ କୁହାଯାଇଥିଲା କି ରୋଗୀ ଙ୍କୁ ଦେଖୁଥିବା ନେତ୍ର ଚିକିତ୍ସକ କରୋନା ସହ ସମ୍ଭଦିତ ସାମାନ୍ୟ ଲକ୍ଷଣ ବିଷୟରେ ପଚାରନ୍ତି ଓ ଯଦି ରୋଗୀ ଏହି ଲକ୍ଷଣ ବିଷୟରେ କୁହନ୍ତି ତେବେ କରୋନା ଭାଇରସ ପରୀକ୍ଷା କରିବା ପାଇଁ ଉପଦେଶ ଦିଅନ୍ତି ।

ଆମେରିକା ବିଶେଷଜ୍ଞ ପୂର୍ବରୁ ଚୀନ ଶୋଧକର୍ତ୍ତା ଦ୍ଵାରା ଶୋଧ ରେ ଏହି ମାନି ଥିଲେ4 କି କରୋନା ଭାଇରସ ଆଖି ର ଆଖିଲୁହ ଦ୍ଵାରା ମଧ୍ୟ ବ୍ୟାପି ଥାଏ । ଏହି ପରୀକ୍ଷଣ କରୋନା ଭାଇରସ ର ୩୮ ରୋଗୀଙ୍କ ଉପରେ କରାଯାଇଥିଲା ଓ ଏଥିରେ ମିଳିଥିଲା କି ପ୍ରାୟ ଏକ ଡର୍ଜନ ସଂକ୍ରମିତ ବ୍ୟକ୍ତି ଙ୍କ ଆଖି ଗୋଲାପୀ ରଙ୍ଗ ହୋଇଯାଇଛି ।

ଯେବେ କରୋନା ଭାଇରସ ଚୀନ ର ବୁହାନ ସହରରୁ ଖେଳାଇବା ଆରମ୍ଭ ହୋଇଥିଲା ସେତେବେଳେ ଏହା ର ୨ ଟି ମୁଖ୍ୟ ଲକ୍ଷଣ ଥିଲା । ଏହା ଲକ୍ଷଣ ଥିଲା କି ଶୁଖିଲା କାଶ ଓ ଜ୍ଵର । ପରେ ଭାଇରସ ର ପ୍ରକୋପ ବଢିବା ପରେ ନିଃଶ୍ୱାସ ନେବା ରେ ଅସୁବିଧା ଆସିବାକୁ ଲାଗିଲା । ଏବେ କୋରାନା ଭାଇରସ ର ଲକ୍ଷଣ ରେ ଏକ ନୂଆ ଜିନିଷ ଯୋଡ଼ି ହୋଇଯାଇଛି କି ଯଦି ଆପଣଙ୍କ ଆଖି ଗୋଲାପୀ ହେଉଛି ତେବେ ଏହା ମଧ୍ୟ କରୋନା ଭାଇରସ ର ଲକ୍ଷଣ ହୋଇପାରେ ।

କରୋନା ଭାଇରସ ର ଅନ୍ୟ ଲକ୍ଷଣ ବିଷୟରେ କହିଲେ

google

1. ନିଃଶ୍ୱାସ ନେବାରେ ଅସୁବିଧା ଅନୁଭୂତ ହେବା 2. ଜ୍ଵର ଆସିବା କରୋନା ରୋଗ ର ପ୍ରମୁଖ ଲକ୍ଷଣ ମଧ୍ୟ ରୁ ଗୋଟେ 3. କାଶ ହେବା ମଧ୍ୟ କରୋନା ର ମଧ୍ୟ ଗୋଟେ ପ୍ରମୁଖ ଲକ୍ଷଣ 4. ଭାଇରସ ର ଲକ୍ଷଣ ଭିତରେ ଜୋର ଥଣ୍ଡା ହେବା ଓ ଦେହ ହାତ ବ୍ୟଥା ହେବା ମଧ୍ୟ ସାମିଲ ଅଛି ।

ଏହି ସବୁ ଛଡା ଅନ୍ୟ କେତେ ପ୍ରକାର ଲକ୍ଷଣ କରୋନା ଭାଇରସ ରୋଗୀ ଙ୍କ ପାଖରେ ଦେଖା ଦେଉଛି । ଯେଉଁଥିରେ ସୁଘିଂବା ଓ ସ୍ବାଦ ଜାଣି ନ ପାରିବା , ଗୋଳା କୁଣ୍ଡାଇ ହେବା ମଧ୍ୟ କରୋନା ଭାଇରସ ର ପ୍ରମୁଖ ଲକ୍ଷଣ ମଧ୍ୟ କୁହାଯାଏ ଓ ଏବେ ଆଖି ଗୋଲାପୀ ରଙ୍ଗ ହୋଇଯିବା ମଧ୍ୟ କରୋନା ର ଲକ୍ଷଣ ରେ ସାମିଲ ହୋଇଯାଇଛି ।

ଭାରତ ରେ କରୋନା ଭାଇରସ ର ନୂଆ ରୋଗୀ ଙ୍କ ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଧ୍ୟାନ ରେ ରଖି ଲୋକ ଙ୍କୁ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହା ଯାଉଛି । ହେଲେ ଆର୍ଥିକ ଗତିବିଧି କୁ ଆରମ୍ଭ କରିବା ପାଇଁ ଅନଲକ-୧ ଲାଗୁ କରାଯାଇଛି ।

ଏବେ ପର୍ଯ୍ୟନ୍ତ ଏହି ଭାଇରସ କୁ ନିପାତ କରିବା ପାଇଁ କୌଣସି ଭେକସିନ ବାହାରି ନାହିଁ । କିନ୍ତୁ ଡାକ୍ତର ଏହାର ଲକ୍ଷଣ କୁ ଆଧାର କରି ଚିକିତ୍ସକ ଏହାର ଚିକିତ୍ସା ପାଇଁ ଅନ୍ୟ ଜରୁରୀ ଔଷଧ ର ବ୍ୟବହାର କରୁଛନ୍ତି । ହେଲେ ବହୁତ ଦେଶରେ ଏହାର ଭେକସିନ ତିଆରି କରିବା ପାଇଁ କାମ ଚାଲିଛି ।

Leave a Reply

Your email address will not be published. Required fields are marked *