ଆପଣଙ୍କ ବିଛଣା ଆପଣଙ୍କ ଦେହ ଖରାପ ର କାରଣ ନୁହେଁ ତ , ଆଗକୁ ବିଛଣା ସଜ କିଣିବା ସମୟରେ ଏହି ସାବଧାନତା ଅବଲମ୍ବନ କରନ୍ତୁ

ପୁରା ଦିନ ର ଥକାପଣ ପରେ ମନୁଷ୍ୟ ଆରାମଦାୟକ ବିଛଣା ରେ ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ଆରାମ ଦେଉଥିବା ବିଛଣା ଆପଣଙ୍କୁ ରୋଗାଗ୍ରସ୍ତ ହୋଇପାରନ୍ତି । କିଛି କଥା କୁ ଧ୍ୟାନ ରେ ରଖି ଆପଣ ନିଜର ଆରାମଦାୟକ ବିଛଣା କୁ ହାଇଜେନିକ ଓ ସୁସ୍ଥ କରି ପାରିବେ ।

ଗୋଟେ ଗବେଷଣା ଅନୁସାରେ ଆମେ ଆମ ଜୀବନରେ ଏକ ତୃତୀୟାଂଶ ଅଂଶ ବିଛଣା ରେ କରିଥାଉ । ବିଛଣା ଯଦି ସଫା ନ ଥାଏ ତେବେ ଆପଣ ବହୁତ ପ୍ରକାର ରୋଗ ର ଶିକାର ହୋଇ ପାରନ୍ତି । ଆଲର୍ଜୀ , ମୁଣ୍ଡବ୍ୟଥା , କୁଣ୍ଡାଇ ହେବା , ଆଖି ରେ ଜଳାପୋଡା ହେବା ଆଦି ଲକ୍ଷଣ ଦେଖା ଯାଏ ତେବେ ସତର୍କ ହୋଇଯାଆନ୍ତୁ । ହୋଇପାରେ ଆପଣଙ୍କ ବିଛଣା ଆରାମ ବଦଳରେ କଷ୍ଟ ର କାରଣ ହୋଇପାରେ ।

କେମିତି ବିଛଣା ଆପଣଙ୍କୁ କରିଥାଏ ରୋଗାକ୍ରାନ୍ତ ?

– ମନୁଷ୍ୟ ର ଶରୀର ରୁ ପ୍ରାୟ ୧୪ ଗ୍ରାମ ମୃତ କୋଷ ବାହାରି ଥାଏ , ଯାହା ବିଛଣା ରେ ରହିଯାଇଥାଏ ।
– ଏହା ଛଡା ଝାଳ , ଧୂଳିକଣା , ସୂକ୍ଷ୍ମ ଜୀବାଣୁ ଭଳି କେତେ ପ୍ରକାର ବ୍ୟାକ୍ଟେରିଆ ବିଛଣା ରେ ଥାନ୍ତି , ଯାହା ବହୁତ ସମୟରେ ନଜର କୁ ଆସି ନ ଥାଆନ୍ତି ।

– ଅଧିକାଂଶ ଗଦି କିମ୍ବା ଟକିଆ ପୋଲିୟୁରେଥେନ ଫୋମ ରୁ ତିଆରି ହୋଇଥାଏ ଯାହା କି ସୂକ୍ଷ୍ମ ଜୀବ , ଧୂଳି କଣା ଓ ଛୋଟ ଛୋଟ କୀଟ ଙ୍କ ପସନ୍ଦ ର ଜାଗା ହୋଇଥାଏ । ପ୍ରତି ବିଛଣା ରେ ଏମାନଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ ହୋଇଥାଏ ।

– ଏହି ପ୍ରକାର ଫୋମ ରୁ ଟୋଲ୍ୟୁନ ଡାୟସିସିନେଟସ ନାମ ର ରସାୟନ ବାହାରିଥାଏ ଯାହା ନିଃଶ୍ୱାସ ସହିତ ସିଧା ଶରୀର କୁ ପ୍ରବେଶ କରିଥାଏ ଓ ଫୁସଫୁସ ରେ ଗଭୀର ରୋଗ ର କାରଣ ହୋଇଥାଏ ।

ଟକିଆ ମଧ୍ୟ କରିଥାଏ ରୋଗାକ୍ରାନ୍ତ

– ଗୋଟେ ଗବେଷଣା ଅନୁସାରେ ପ୍ରତିଦିନ ବ୍ୟବହାର କରାଯାଉଥିବା ଟକିଆ ର ୧୦ ପ୍ରତିଶତ ଓଜନ ଧୂଳି କଣା ତା ଉପରେ ଥିବା ବ୍ୟାକ୍ଟେରିଆ କାରଣରୁ ହୋଇଥାଏ ।

– ମୁଣ୍ଡ ରେ ଲଗାଯାଇଥିବା ତେଲ ମଧ୍ୟ ଟକିଆ ରେ ଲାଗିଯାଇଥାଏ ଯାହା ଧୋଇବା ପରେ ମଧ୍ୟ ସଫା ହୋଇ ନ ଥାଏ ଓ ଏଥିରେ ବ୍ୟାକ୍ଟେରିଆ ଲାଗି ଯାଇଥାନ୍ତି ।

– ବଜାର ରେ ମିଳୁଥିବା ଫୋମ ରେ ତିଆରି ହେଉଥିବା ଟକିଆ ଶରୀର ପାଇଁ ଠିକ ନୁହେଁ । ଶୋଇଥିବା ସମୟରେ ଏଥିରୁ ବାହାରୁଥିବା କେମିକାଲ ଆଲର୍ଜୀ ଓ କ୍ୟାନ୍ସର ଭଳି ରୋଗ ର କାରଣ ହୋଇଥାଏ ।

କେମିତି ସଫା ରଖିବେ ବିଛଣା ?

– ନୂଆ ଚାଦର କିମ୍ବା ଟକିଆ କଭର କୁ ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଖରା ରେ ଠିକ ଭାବରେ ଶୁଖାଇ ଦିଅନ୍ତୁ ।

– ଧୂଳିକଣା ଓ ବ୍ୟାକ୍ଟେରିଆ କୁ ଭଲ ଭାବରେ ସଫା କରିବା ପାଇଁ ଗରମ ପାଣି ର ବ୍ୟବହାର କରନ୍ତୁ । ପାଣି ରେ କପଡା ଧୋଉଥିବା କୀଟନାଶକ ଲିକ୍ୟୁଇଡ କିମ୍ବା ଆଣ୍ଟିବ୍ୟାକ୍ଟେରିଆ କ୍ଲିୟର ର ବ୍ୟବହାର କରନ୍ତୁ , ଏହା ଦ୍ବାରା ମଧ୍ୟ ଗନ୍ଧ ଦୂର ହୋଇଥାଏ ।

– ବିଛଣା ଚାଦର ଓ ଟକିଆ ର କଭର ଅନ୍ୟ କପଡା ଧୁଅନ୍ତି ନାହିଁ । – ସିଥେଟିକ କପଡା ବଦଳରେ କଟନ ର ଚାଦର ଓ ଟକିଆ ର କଭର ବ୍ୟବହାର କରନ୍ତୁ । – ପ୍ରତି ଦୁଇ ଦିନ ରେ ଥରେ ବିଛଣା ଚାଦର ଓ ଟକିଆ କଭର ବଦଳାନ୍ତୁ । – ନରମ ଟକିଆ ର ବ୍ୟବହାର କରନ୍ତୁ କାହିଁକି ନା ଶୋଇଥିବା ସମୟରେ ବେକ କାନ୍ଧ ରେ ଯେମିତି ନ ଅଟକେ ।

– ଟକିଆ କୁ ମଝିରୁ ଭାଙ୍ଗନ୍ତୁ ଯଦି ସେ ନିଜର ପୁରୁଣା ଆକାର କୁ ନ ଆସୁଛି ତେବେ ବୁଝିଯାନ୍ତୁ କି ଏହାକୁ ବଦଳିବା ର ସମୟ ଆସିସାରିଛି । – ଝରକା ଖୋଲା ରଖନ୍ତୁ , ଯାହା ଫଳରେ ଘର ଭିତରକୁ ଖରା ଆସିପାରିବ ଓ ମୋଇଶ୍ଚର ଘରେ ନ ରହୁ । – ଘର ଭିତରେ ଥିବା କାରପେଟ କୁ ପ୍ରତିଦିନ ସଫା କରନ୍ତୁ । ହୋଇପାରେ ଯଦି ବେଡରୁମ ରେ କାରପେଟ ବିଛାନ୍ତୁ ନାହିଁ । – ଯଦି ଆପଣଙ୍କ ଘରେ କୁକୁର ବିଲେଇ ଆଦି ପଶୁ ଯଦି ଥାନ୍ତି ତେବେ ତାଙ୍କୁ ବିଛଣା କିମ୍ବା ବେଡ଼ରୁମ ରୁ ଦୂରେଇ ରଖନ୍ତୁ ।

ସୁସ୍ଥ ନିଦ ପାଇଁ ଏହି କଥା ର ଧ୍ୟାନ ରଖନ୍ତୁ

– ନରମ କପଡା , ସଫା ଚାଦର ଓ ଆରାମଦାୟକ ଓ ବ୍ୟାକ୍ଟେରିଆ ଫ୍ରୀ ଟକିଆ ଆପଣଙ୍କୁ ଦେବ ଆଠ ଘଣ୍ଟା ର ସୁସ୍ଥ ନିଦ । – ପୋଲିଷ୍ଟ୍ରର ରୁ ତିଆରି ଚାଦର କୁ ପେଟ୍ରୋକେମିକାଲ ରେ ତିଆରି କରାଯାଇଥାଏ । ଏହା ନରମ ହୋଇଥାଏ କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । -ନୋ ଆଇରନ ଓ ରିକଲ ଫ୍ରୀ ଚାଦର ର ବ୍ୟବହାର ଜମା କରନ୍ତୁ ନାହିଁ କାହିଁକି ନା ଏହାକୁ ଫୋର୍ମଲଡୀହାଇଡ ପ୍ରକ୍ରିୟା ରେ ତିଆରି ହୋଇଥାଏ ।

ଗଦି କିଣୁଥିବା ସମୟରେ ଏହି କଥା ର ଧ୍ୟାନ ରଖନ୍ତୁ

– ଆପଣଙ୍କ ଶରୀର ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଗଦି , ଚାଦର ଓ ଟକିଆ ସମ୍ପର୍କ ରେ ରହିଥାଏ । ଏଥିପାଇଁ ଏହା କୁ ବାଛିବା ସମୟରେ ସାବଧାନତା ର ସହ କରନ୍ତୁ , ଯେତେ ସାବଧାନତା ଆପଣ ଆପଣଙ୍କ ଖାଦ୍ୟ କୁ ନେଇ କରନ୍ତି । – ଗଦି ଅରଗୈନିକ ଅଟେ , ଦୋକାନୀ ଙ୍କ ସହ ଏହି କଥା ହେବା ସମୟ ରେ ଗଦି କେଉଁ ଫୋମ ରେ ତିଆରି ହୋଇଛି ଓ ଏହାକୁ ବନାଇବା ରେ କେଉଁ ରସାୟନ ର ବ୍ୟବହାର ହୋଇଛି କି ନାହିଁ ।

– ସ୍ବାସ୍ଥ୍ୟ କୁ ଧ୍ୟାନ ରେ ରଖି ତିଆରି କରାଯାଇଥିବା ଜିନିଷ ସବୁବେଳେ ମହଙ୍ଗା ହୋଇଥାଏ କିନ୍ତୁ ପଇସା ଖର୍ଚ୍ଚ କରିବା ପାଇଁ ଅଧିକ ଭାବନ୍ତୁ ନାହିଁ କାହିଁକି ନା ପ୍ରଶ୍ନ ଆପଣଙ୍କ ଶରୀର ର ଅଟେ । – କେତେ ପ୍ରକାର ର ନୋନ ଟାକ୍ସିକ ଓ ହାଇପୋ ଏଲର୍ଜେନିକ ବଜାର ରେ ଉପଲବ୍ଧ ଅଛି । ଏମିତି ଗଦି ରେ ବ୍ୟାକ୍ଟେରିଆ ରହି ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *