ଆମେରିକାର ସନ୍ୟା ଘେରାଉ କରିବା ଫଳରେ ଡ୍ରାଗନ କରୁଛି ଭାରତର ପ୍ରଶଂସା…

ଭାରତ – ଚୀନ ଭିତରେ ସୀମା ଅଞ୍ଚଳକୁ ନେଇ ବଢ଼ିଥିବା ବିବାଦକୁ ନଜର ରେ ରଖି ଆମେରିକା ବୈଦ୍ୟସିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଭାରତକୁ ଖୋଲା ଖୋଲି ଭାବରେ ସମର୍ଥନ କରି ଚୀନ କୁ ମୁହଁ ତୋଡ ଜବା ଦେବାକୁ ସେନା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହା ଶୁଣି ଚୀନ ର ସ୍ୱର ବଦଳି ଯାଇଛି।

ଚୀନ କୁ ଏବେ ଡର ଲାଗିଲା ଯେ ଯଦି ଭାରତ ଏବଂ ଆମେରିକା ଭାରତ ମହାସାଗର ରେ ମିଶି ଯାନ୍ତି ତାହାଲେ ଚୀନ ର ଅସୁବିଧା ବଢିଯିବ। ଚୀନ ରା ମୁଖ ଗ୍ଲୋବାଲ ଟାଇମ୍ସ ବର୍ତ୍ତମାନ କହିଛି କି ଭାରତ କୁଟନ୍ୟତିକ ଉପରେ ବିଶ୍ୱାସ କରନ୍ତି। ସେ କେବେ ଆମେରିକା ସହ ମିଶିବନି।

google

ଆମେରିକାର ଏହି ଭୟାନକ ବୟାନ ପାରେ ଲଦକ୍ ସୀମାର କଳହ କରୁଥିବା ଚୀନ ସେନା ମଧ୍ୟରେ ଛନକା ପସିଛି। ଚୀନ କୁ ଏବେ ଏହି ଚିନ୍ତା ଖାଇବାକୁ ଲାଗିଲାଣି କି ଭାରତ – ଆମେରିକା ମିଳିତ ହୋଇ ତା ଖେଳ ଝତମ୍ ନ କରିଦିଅନ୍ତୁ। ଚାଇନାର ଏହି ଭୟ ଏକ ଫାଇନାନ୍ସିଆଲ୍ ଟାଇମ୍ସ ସ୍ତମ୍ଭକାର ଗିଦିୟନ୍ ରାଚମନ୍ଙ୍କ ଦ୍ୱାରା ବୃଦ୍ଧି ପାଇଛି।

ସେ ଏହା ମଧ୍ୟ ଲେଖିଛନ୍ତି କି ଭାରତ ଶୀତଳ ଯୁଦ୍ଧର ଏକ ପକ୍ଷକୁ ବାଛି ନେଇଛି। ଏହା ଚୀନ ର ମୂର୍ଖତା କି ସେ ତାର ନିଜର ପ୍ରତିଦ୍ବନ୍ଦୀ କୁ ଆମେରିକା ପଟକୁ ଛାଡ଼ିବାକୁ ସୁଯୋଗ ଦେଉଛି। ଆମେରିକାର ଏହି ବୟାନ ପରେ ଚୀନ ସ୍ତବ୍ଧ ହୋଇଯାଇଛି। ଚୀନ ଏବେ ଜାଣି ପାରୁଛି ଆମେରିକାର ଗୋଟିଏ ଚାଲରେ ପୁର ସମୀକରଣ ତା ବିରୁଦ୍ଧରେ ଯାଉଛି। ଚୀନ ର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହାକୁ ବର୍ତ୍ତମାନ ଖାରଜ କରିବାକୁ ଲାଗି ପଡିଛନ୍ତି ।

google

ଗ୍ଲୋବାଲ ଟାଇମ୍ସ ଏହା ଲେଖିଛି କି ଏକା ସମୟ ଏମିତି ଥିଲା କି ଭାରତ ଚୀନ ଭିତରେ ତିକ୍ତତାର ଏକ ବଡ଼ ଆଶଙ୍କା ଥିଲା। କିନ୍ତୁ ସେତେବେଳେ ବି ଭାରତ କୌଣସି ଦେଶ ଉପରେ ନିର୍ଭର ହୋଇନଥିଲା। ତେଣୁକରି ଏକି ଯୁକ୍ତି ସମ୍ପୂର୍ଣ ଭୂଲ ଅଟେ କି ଭାରତ- ଚୀନ ସୀମାରେ ଲାଗିଥିବା କଲହକୁ ନେଇ ଭାରତ କାହାର ଏକ ଦଳ ସହ ମିଶିବାକୁ ବାଧ୍ୟ ହେବ।

ଚୀନ ପୁରା ପୁରି ଚେଷ୍ଟା ଜାରି ରଖିଛି କି ଭାରତ ଓ ଆମେରିକା ଦୁହେଁ ନ ମିଶିବାକୁ। ସେ ଏହା ଭଲ ଭାବରେ ଜାଣିଛି କି ଯଦି ଆମେରିକା ସହ ଭାରତ ମିଶିଯାଏ ତେବେ ଦକ୍ଷିଣ ଏସୀୟ ଏବଂ ଭାରତ ମହାସାଗର ରେ ଯେଉଁ ଭାବରେ ନିଜର କାୟା ବିସ୍ତାର କରିଛି ସେ ବହୁତ ସାଙ୍ଘାତିକ ଭାବରେ ହାରିବ ।

ଚୀନ ବର୍ତ୍ତମାନ ଭାରତ ଆମେରିକାର ମିଲନକୁ ଏଭଳି ଭାବରେ ଡରିଲାନି ଯେ ଫାଟ ସୃଷ୍ଟି କରିବାକୁ ରୁଷିଆ କଥା କହିବାକୁ ଲାଗୁଛି। ଗ୍ଲୋବାଲ ଟାଇମ୍ସ ରେ ଏହା କୁହା ଯାଇଛି କି ଭାରତ ରୁଷିଆ ଠାରୁ ଆଣିଥିବା ଯୁଦ୍ଧ ବିମାନ ସବୁ କିଣିଲା ପରେ ଭାରତ ଆମେରିକାକୁ ଏହା ଜଣାଇ ଦେଇଛି କି ଭାରତ ଋଷିଆକୁ କେତେ ପ୍ରାଧାନ୍ୟ ଦେଉଛି।

google

ବାସ ଏତିକିରେ ଚୁପ୍ ରହି ନାହିଁ ଚୀନ ର ମୁଖ ପାତ୍ର ଗ୍ଲୋବାଲ ଟାଇମ୍ସ। କହିଛନ୍ତି ଭାରତ ଓ ଆମେରିକା ଉଭୟ ଉଭୟଙ୍କ ଫାଇଦା ଉଠେଇବାକୁ ଚେଷ୍ଟା କରୁଛନ୍ତି। ଭାରତ ପାକିସ୍ତାନ ଉପରେ କାବୁ ପାଇବାକୁ ଆମେରିକା ର ସାହାଯ୍ୟ ନେଉଛି ଓ ଆମେରିକା ଭାରତ ମହାସାଗର ରେ ଚୀନ କୁ ହାତେଇବାକୁ ଭାରତର ସାହାଯ୍ୟ ନେଉଛି।

ଭାରତ ଓ ଆମେରିକା ର ବନ୍ଧୁତା ଖରାପ କରିବା ଚେଷ୍ଟାରେ ଚୀନ ର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହା ମଧ୍ୟ ଲେଖି ଦେଉଛି କି ଭାରତକୁ ଭଲଭାବରେ ଜଣାଅଛି କି ସେ ତାର ଲକ୍ଷ୍ୟ ପୁରଣ କରିବାକୁ ଆମେରିକା ତାର ସାହାଯ୍ୟ କେବେ କରିବନି।

google

ଚୀନ ର ଏହି ସବୁ ବୟାନ ରୁ ସ୍ପଷ୍ଟ ଭାବରେ ଜଣାପଡୁଛି କି ଭାରତ ରୁଷିଆ ସହ ଯେଉଁ ଅସ୍ତ୍ର କ୍ଷେପଣାସ୍ତ୍ରର ର ଚୁକ୍ତି କଲେ ସେଥିରେ ଚୀନ ଭୟବିତ ହୋଇଥିଲା ଏବଂ ଏବେ ଭାରତକୁ ତାଙ୍କ ମିତ୍ର ଦେଶମାନଙ୍କ ସମର୍ଥନ ତାଙ୍କୁ ବିଚଳିତ କରି କରି ପକେଇଛି। ଖାସ କରି ଆମେରିକା ଭାରତ ପାଇଁ ସେନା ମୁତୟନ ର ବୟାନ ରୁ ଚୀନ ଆଖିରୁ ନିଦ ହଜିଯାଇଛି

Leave a Reply

Your email address will not be published. Required fields are marked *