ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କର ଖୋଲାଖୋଲି ଆହ୍ୱାନ, ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ

କଙ୍ଗନା ଏକ ଭିଡ଼ିଓରେ କହିଛନ୍ତି ଯେ,”ମୋତେ ଲାଗୁଛି ଯେ ତୁମେ ମୋ ଉପରେ ବହୁତ ବଡ଼ ଦୟା କରିଦେଇଛ। କାରଣ ମୋତେ ଜଣା ଅଛି କାଶ୍ମୀର ପଣ୍ଡିତ ମାନଙ୍କ ଉପରେ କଣ ବିତିଥିବ।”

https://twitter.com/KanganaTeam/status/1303636961131782147?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1303636961131782147%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fkangana-ranaut-reply-to-maharashtra-govt-response-to-uddhav-thackeray-tmov-1126815-2020-09-09

ବଲିଉଡର ଅଭିନେତ୍ରୀ କଙ୍ଗନା ରାନାୱତ ଏକ ଭିଡିଓ ଟ୍ୱିଟ କରି ମହାରାଷ୍ଟ୍ର ସରକାରଙ୍କୁ ଉତ୍ତର ଦେଇଛନ୍ତି। କଙ୍ଗନା ରାନାୱତ ନିଜର ଏହି ଭିଡିଓରେ କହିଛନ୍ତି,”ଉଦ୍ଧବ ଠାକରେ ତୁମକୁ କଣ ଲାଗୁଛି? ତୁମେ ଚଳଚ୍ଚିତ୍ର ମାଫିଆଙ୍କ ସହିତ ମିଶି ମୋ ଘର ଭାଙ୍ଗି ମୋ ଠାରୁ ଏକ ବଡ଼ ପ୍ରତିଶୋଧ ନେଇ ଯାଇଛ? ଆଜି ମୋ ଘର ଭାଙ୍ଗିଛି, ଆସନ୍ତାକାଲି ତୁମର ଗର୍ବ ଭାଙ୍ଗିବ। ଏହା ସମୟର ଚକ୍ର ଅଟେ। ମନେରଖ, ଏହା ସବୁବେଳେ ଗୋଟିଏ ପ୍ରକାରର ରହି ନଥାଏ।”

https://twitter.com/KanganaTeam/status/1303574493273550851?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1303574493273550851%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fkangana-ranaut-reply-to-maharashtra-govt-response-to-uddhav-thackeray-tmov-1126815-2020-09-09

କଙ୍ଗନା ଏହି ଭିଡିଓରେ କହିଛନ୍ତି, “ଏବଂ ମୋତେ ଲାଗୁଛି ଯେ ତୁମେ ମୋ ଉପରେ ବହୁତ ବଡ଼ ଦୟା କରିଦେଇଛ। କାରଣ ମୋତେ ମଧ୍ୟ ଜଣା ଥିଲା କାଶ୍ମୀର ପଣ୍ଡିତ ମାନଙ୍କ ଉପରେ କଣ ବିତିଥିବ। ଆଜି ମୁଁ ଅନୁଭବ କରିଛି ଏବଂ ଆଜି ମୁଁ ଏହି ଦେଶକୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ କେବଳ ଅଯୋଧ୍ୟା ନୁହେଁ, କାଶ୍ମୀର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିବି। ଏବଂ ମୁଁ ମୋର ଦେଶବାସୀଙ୍କୁ ଜାଗ୍ରତ କରିବି ଏବଂ ନିଜ ଦେଶବାସୀଙ୍କୁ ଜାଗ୍ରତ କରାଇବି।”

କଙ୍ଗନା କହିଛନ୍ତି, “ମୁଁ ଜାଣିଥିଲି ଏହା ମୋ ସହିତ ହେବ। କିନ୍ତୁ ମୋ ସହିତ ହୋଇଛି … ଏହାର କୌଣସି ଅର୍ଥ କିଛି, ଏହାର କିଛି ମୂଲ୍ୟ ଅଛି। ଏବଂ ଉଦ୍ଧବ ଠାକରେ, ଏହି ଯେଉଁ କ୍ରୁରତା ଏବଂ ଯେଉଁ ଆତଙ୍କ ଅଛି … ଭଲ ହୋଇଛି ଯେ ଏହା ମୋ ସହିତ ଘଟିଛି। କାରଣ ଏହାର କିଛି ଅର୍ଥ ଅଛି। ” ଭିଡିଓ ଶେଷ କରି କଙ୍ଗନା ଶେଷରେ ନିଜର ହାତ ଯୋଡି ଜୟ ହିନ୍ଦ- ଜୟ ମହାରାଷ୍ଟ୍ର କହିଛନ୍ତି।

ଭିଡିଓର କ୍ୟାପସନରେ କଙ୍ଗନା ଲେଖିଛନ୍ତି – ତୁମେ ଯାହା କରିଛ ଭଲ କରିଛ। ତାଙ୍କର ଏହି ଭିଡିଓକୁ ବହୁତ ଲାଇକ ଏବଂ ସେୟାର କରାଯାଉଛି। ସୂଚନାଯୋଗ୍ୟ ଯେ, ଶିବସେନା ଏବଂ କଙ୍ଗନା ରାନାୱତଙ୍କ ମଧ୍ୟରେ ହୋଇଥିବା ମୌଖିକ ଯୁଦ୍ଧ ବର୍ତ୍ତମାନ ବହୁତ ଆକ୍ରମକ ରୂପ ନେଇ ସାରିଛି। କଙ୍ଗନାଙ୍କ ମୁମ୍ବାଇ ଫେରୁଥିବା ସମୟରେ ଆଜି ବିମାନବନ୍ଦରରେ ଶିବସେନାର ହଜାର ହଜାର ସମର୍ଥକମାନେ କଳା ପତାକା ଦେଖାଇଥିଲେ ଏବଂ କଙ୍ଗନା ରାନାୱତ ଫେରିଯାଅର ନାରାବାଜି କରିଥିଲେ।

ସେହିପରି ବିଏମସି କଙ୍ଗନାଙ୍କର ୪୮ କୋଟିର କାର୍ଯ୍ୟାଳୟକୁ ବୁଲଡୋଜର ଚଲାଇ ଦେଇଛନ୍ତି ଏବଂ ହତୁଡି, କୋଦାଳ ନେଇ ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି। ଏହି ଭଙ୍ଗାରୁଜାର ଫୋଟୋ କଙ୍ଗନା ନିଜେ ନିଜର ଟ୍ୱିଟରରେ ଟ୍ୱିଟ କରିଥାନ୍ତି ଏବଂ କଙ୍ଗନା ମୁମ୍ବାଇ ସରକାରଙ୍କ ତୁଳନା ବାବରଙ୍କ ସହିତ କରିଛନ୍ତି। ନିଜ ଅଫିସର ତୁଳନା ରାମ ମନ୍ଦିର ସହିତ କରିଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *