ଏବେ ବାଞ୍ଜ ହୋଇ ରହିବେ ନାହିଁ କୌଣସି ମହିଳା, ବୈଜ୍ଞାନିକ ମାନେ ଠେକୁଆ ର ପେଟ ରୁ ବାହାରୁଥିବା ଗର୍ଭ ଦେଇ ଜନ୍ମ କରି ଦେଖାଇଲେ ପିଲା

ଦୁନିଆ ରେ ବହୁତ ଦମ୍ପତ୍ତି ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ପିଲା ପାଇଁ ଅପେକ୍ଷା କରି ରହିଛନ୍ତି । ସେମାନେ କେତେ ପ୍ରକାର କୃତ୍ରିମ ଉପାୟ କରିଥାନ୍ତି କିନ୍ତୁ ଅସଫଳ ରହିଥାନ୍ତି । ଏମିତି ଦମ୍ପତ୍ତି ଙ୍କ ପାଇଁ ଆମେରିକା ବୈଜ୍ଞାନିକ ପୁଣି ଥରେ ଏକ ନୂଆ ଆଶା ସୃଷ୍ଟି କରିଛନ୍ତି । ଏଥିରେ କୃତ୍ରିମ ଗର୍ଭ କୁ ମା ର ପେଟ ରେ ଇମ୍ପ୍ଲାଟ କରି ସେଥିରୁ ପିଲା ଜନ୍ମ କରାଯାଇପାରିବ । ଆପଣଙ୍କୁ ଏହା ଗୋଟେ ଫିଲ୍ମ ର କାହାଣୀ ଭଳି ଲାଗୁଥିବ କିନ୍ତୁ ଅସଲ ରେ ଏହା ସତ ଅଟେ । ଆମେରିକା ର ରିସର୍ଚ୍ଚର୍ସ ବାଞ୍ଝ ମହିଳାଙ୍କ ପାଇଁ ଏହି ଖୁସି ଖବର ଆଣିଛନ୍ତି । ଏହାର ସଫଳ ପରୀକ୍ଷଣ ଠେକୁଆ ଉପରେ କରାଯାଇସାରିଛି । ଆସନ୍ତୁ ଜାଣିବା କେମିତି କାମ କରିଥାଏ ଏହି ଉପାୟ…..

ଯେଉଁ ମହିଳା ଗର୍ଭବତୀ ହୋଇ ପାରୁନାହାଁନ୍ତି ତାଙ୍କ ପାଇଁ ଏକ ନୂଆ ଆଶା ସୃଷ୍ଟି ହୋଇଛି କାହିଁକି ନା ବୈଜ୍ଞାନିକ ମାନେ ଠେକୁଆ ର କୃତ୍ରିମ ଗର୍ଭ ତିଆରି କରି ଓ ସେଥିରେ ସେଥିରେ ପିଲା ଜନ୍ମ କରିବାରେ ସଫଳ ହୋଇଛନ୍ତି । ଆମେରିକା ର ଗବେଷକ ଦେଖାଇଛନ୍ତି କେମିତି କୃତ୍ରିମ ଗର୍ଭ ରୁ ନରର୍ମାଲ ଡେଲୀବରୀ ଭଳି କେମିତି ପିଲା ଜନ୍ମ କରାଯାଇ ପାରିବ ।

ଯଦି ଏହି ଉପାୟ କୁ ମନୁଷ୍ୟ ଉପରେ ପ୍ରୟୋଗ କରାଗଲେ ତେବେ କୌଣସି ମହିଳା ବାଞ୍ଝ ରହିବେ ନାହିଁ । ବେକ ଇଣ୍ଟିଷ୍ଟୁଟ ଫୋର ରୀଜେନରେଟିବ ମେଡିସିନ ର ପେପର ଲେଖକ ଓ ୟୁରୋଲୋଜିଷ୍ଟ ଏଥୋନୀ ଅଟାଲା କହିଛନ୍ତି କି ଅଧ୍ୟୟନ ରୁ ଏହା ଜଣା ପଡ଼ିଛି କି ଏହି କୃତ୍ରିମ ଗର୍ଭାଶୟ ରୁ ମନୁଷ୍ୟ ମଧ୍ୟ ସାମାନ୍ୟ ଗର୍ଭଧାରଣ କରିପାରିବ ।

ଅଧ୍ୟୟନ ରେ ଡାକ୍ତର ଅଟାଲା ଓ ସହକର୍ମୀ ମାନେ ଠେକୁଆ ଉପରେ ଏହାର ବ୍ୟବହାର କରିଥିଲେ । ଠେକୁଆ ର ପେଟ ରେ କୃତ୍ରିମ ଗର୍ଭାଶୟ ଲଗାଯାଇଥିଲା । ଏହା ପରେ ଏହି ଠେକୁଆ ସଂମ୍ବନ୍ଧ କରିଲା ଓ ଏହି ନକଲି ଗର୍ଭାଶୟ ରେ ପିଲା ର ଭ୍ରୁଣ ସୃଷ୍ଟି ହେଲା ।

ଟିମ ଯେବେ ଏହି ସଫଳତା ରୁ ପ୍ରେରିତ ହୋଇ ଏହାକୁ ମନୁଷ୍ୟ ଉପରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଲେ । ହେଲେ ଗର୍ଭାଶୟ ଏକ ବହୁତ ବଡ଼ ଜଟିଳ ଅଙ୍ଗ ଅଟେ । ଏହି କାରଣରୁ ଏହି ଅଧ୍ୟୟନ କୁ ମନୁଷ୍ୟ ଉପରେ ବ୍ୟବହାର କରିବା ପୂର୍ବରୁ ବହୁତ ସାବଧାନତା ରଖିବାକୁ ପଡିବ ।

ଏହି ଅଧ୍ୟୟନ ରେ ଟିମ ୧୪ ଟି ଠେକୁଆ ଙ୍କ ଦେହ ରେ ନକଲି ଗର୍ଭାଶୟ ପ୍ରତ୍ୟାରୋପଣ କରିଥିଲେ । ଗବେଷକ ମାନେ କହିଛନ୍ତି କି କୃତ୍ରିମ ଗର୍ଭାଶୟ ରେ ସାମାନ୍ୟ ପ୍ରଜନନ କରାଯାଇପାରିବ । ବେକ ଫାରେଷ୍ଟ ଇଣ୍ଟିଷ୍ଟୁଟ ଫୋର ରୀଜେନରେଟିବ ମେଡିସିନ ର ପେପର ଲେଖକ ରେନାଟା ମ୍ୟାଗଲସ କହିଛନ୍ତି କି ସେଲ ସିଡେଡ କଷ୍ଟ୍ରକ୍ଶନ ଠେକୁଆ ରେ ଗର୍ଭାଶୟ ର ପୂର୍ଣନିର୍ମିତ ଖଡ଼ୋ ରେ ସାମାନ୍ୟ ଗର୍ଭଧାରଣ ଥିଲା ।

ଠେକୁଆ କୁ ପରୀକ୍ଷଣ ପାଇଁ ଠିକ୍ କରାଯାଇଥିଲା । ପ୍ରାୟ ପ୍ରଜନନ ଜୀବବିଜ୍ଞାନ ଅନୁସନ୍ଧାନ ରେ ଏହାର ପ୍ରୟୋଗ କରାଯାଏ । ଏହା ଏଥିପାଇଁ କରାଯାଏ କି ଏହାର ସଂରଚନା ପ୍ରାୟ ଏକା ଭଳି ହୋଇଥାଏ । ତା ପାଖରେ ଅପେକ୍ଷାକୃତ ବଡ଼ ଗର୍ଭାଶୟ ରହିଥାଏ ।

ବୈଜ୍ଞାନିକ ଙ୍କ ଅନୁସାରେ ଏହା ଭବିଷ୍ୟତ ରେ ମାନବ ଅନୁପ୍ରୟୋଗ ପାଇଁ ମହାନ କ୍ଷମତା ସହିତ ଏକ ଅତ୍ୟାଧିକ ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ଅଟେ । ମହିଳା ଙ୍କ ପାଇଁ ଯାହା ଗମ୍ଭୀର ରୂପ ରେ କ୍ଷତିଗ୍ରସ୍ତ ଗର୍ଭାଶୟ କାରଣରୁ ବାଞ୍ଝପଣ ର ଶିକାର ହୋଇଥାନ୍ତି ତାଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ଭଳି ହୋଇଥାଏ ।

Leave a Reply

Your email address will not be published. Required fields are marked *