ଏମିତି ଏକ ମୁହୂର୍ତ୍ତ ଯେତେବେଳେ କେବିସି ମଞ୍ଚରେ ଆଖି ଭିଜିଯାଇଥିଲା ଅମିତାଭଙ୍କର, ପ୍ରଶଂସକ ମଧ୍ୟ ହୋଇପଡିଥିଲେ ଭାବପ୍ରବଣ

ରିୟାଲିଟି ଟିଭି ଶୋ’କୁ ଆମ ଦେଶର ଜନତାର ବହୁତ ପ୍ରେମ ମିଳିଥାଏ। ଏହାର କାରଣ ହେଉଛି, ଏହି ଶୋ ଗୁଡିକରେ ଦର୍ଶକ ମାନଙ୍କୁ ତାଙ୍କର ସେଲିବ୍ରେଟି ନିଜର ପ୍ରକୃତ ରୂପରେ ଦେଖିବାକୁ ମିଳିଥାଏ ଏବଂ ଅନ୍ୟଟି ଏହା ହେଉଛି ଯେ ଆପଣଙ୍କୁ ବହୁତ ଭାବପ୍ରବଣତା ଦେଖିବାକୁ ମିଳିଥାଏ ଯାହା ଉପରେ ପ୍ରାୟତଃ ପ୍ରଥମେ ଆପଣଙ୍କୁ ଧ୍ୟାନ ଯାଇ ନଥିବ। କିଛି ଏପରି ହିଁ ଶୋ’ ଅଟେ କୌନ ବନେଗା କରୋଡ଼ପତି।

୨୦ ବର୍ଷ ଧରି ଚାଲିଆସୁଥିବା ଏହି କ୍ୱିଜ ଶୋ’ର ସିଜିନ ୧୨ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ରେ ଆମେ ବର୍ଷ ବର୍ଷ ଧରି ଅନେକ ଲୋକଙ୍କୁ ଭାବପ୍ରବଣ, ବହୁତ ବାଧ୍ୟତାମୂଳକ ମୂହୁର୍ତ୍ତ ଏବଂ ଖୁସିକୁ ଏହି ମଞ୍ଚରେ ଦେଖିଛୁ। ପ୍ରତିଯୋଗୀମାନଙ୍କ ସହିତ ହୋସ୍ଟ ଅମିତାଭ ବଚ୍ଚନଙ୍କର ମଧ୍ୟ ଅନେକ ରୂପ ଆମେ କୌନ ବନେଗା କରୋଡ଼ପତିର ମଞ୍ଚରେ ଦେଖିଛନ୍ତି। ଏମିତି ମଧ୍ୟ ବହୁତଥର ହୋଇଛି ଯେତେବେଳେ ବିଗ ବି କୌଣସି କଥା ପରେ ଆଖିରୁ ଲୁହ ବହିବାକୁ ରୋକିପାରି ନଥିଲେ।

ଅମିତାଭ ବଚ୍ଚନଙ୍କୁ ଏପରି ଭାବ ପ୍ରବଣ ହେଉଥିବା ଦେଖି ଜନତାଙ୍କର ମଧ୍ୟ ଆଖି ଭିଜି ଯାଇଥାଏ। ଜାଣନ୍ତୁ ଏପରି କେଉଁ ମୁହୂର୍ତ୍ତ ଥିଲା ଯେତେବେଳେ ବିଗ ବି ମଧ୍ୟ ଆଖିରୁ ଲୁହ ଗଡ଼ାଇଥିଲେ।

ଅମିତାଭଙ୍କର ୭୫ତମ ଜନ୍ମଦିନ ଅବସରରେ କେବିସିରେ ଏକ ସ୍ପେସିଆଲ ଭିଡ଼ିଓ ଦେଖା ଯାଇଥିଲା, ଯାହାକୁ ଦେଖି ବିଗ ବି ବହୁତ ଭାବ ପ୍ରବଣ ହୋଇଯାଇଥିଲେ। ଏହି ଭିଡ଼ିଓ ଅମିତାଭଙ୍କ ନୈନିତାଲ ସ୍ଥିତ କଲେଜ ଶେରବୁଡର ଥିଲା। ଭିଡିଓରେ ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭକାମନା ମଧ୍ୟ ଦେଇଥିଲେ। ଭିଡ଼ିଓର ଅନ୍ତ ପର୍ଯ୍ୟନ୍ତ ଅମିତାଭଙ୍କ ଆଖି ଭିଜି ଯାଇଥିଲା ଏବଂ ପରେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା।

ଯେତେବେଳେ ଶୁଣାଇଥିଲେ ପିତା ହରିବଂଶ ରାୟ ବଚ୍ଚନଙ୍କ କବିତା:

କେବିସିର ସିଜିନ ୧୧ରେ ସନ୍ଥ ରହିମଙ୍କ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା, ଯାହା କାରଣରୁ ଅମିତାଭଙ୍କୁ ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କର ସ୍ମରଣ ଆସିଯାଇଥିଲା। ଅମିତାଭ ସେତେବେଳେ କାନ୍ଦି ନଥିଲେ କିନ୍ତୁ ତାଙ୍କ ପିତାଙ୍କର ଲେଖିଥିବା ଏକ କବିତା ଶୁଣାଇଥିଲେ, ଯାହାକୁ ଶୁଣାଇବା ମାତ୍ରେ ହିଁ ବହୁତ ଭାବପ୍ରବଣ ହୋଇଯାଇଥିଲେ।

ଆଉ ଏକ ଜନ୍ମଦିନ ଶୁଭେଚ୍ଛା କରିଦେଇଥିଲା ଭାବପ୍ରବଣ:

ନିଜ ଜନ୍ମଦିନରେ ତିଆରି ଆଉ ଏକ ଭିଡିଓକୁ ଦେଖିବା ପରେ ଅମିତାଭ ବହୁତ ଭାବୁକ ହୋଇପଡିଥିଲେ। ସେ ନିଜ ମାତାପିତାଙ୍କ ସହିତ ପିଲାଦିନର ସମୟକୁ ଏହି ଭିଡିଓରେ ଦେଖିଥିଲେ ଏବଂ ଆଖିରୁ ଲୁହ ପୋଛି କହିଥିଲେ, “ଭାବୁକ କରିଦେଇଥାନ୍ତି ଏହି ଲୋକମାନେ।”

ଯେତେବେଳେ ଜଣେ ପ୍ରତିଯୋଗି ଶୁଣାଇଥିଲେ ନିଜ କାହାଣୀ:

କେବିସି ୧୧ ରେ ହିଁ, ମାରିଏଟା ମେଦିନ୍ସ ନାମକ ଜଣେ ପ୍ରତିଯୋଗୀ ନିଜ ପିଲାଦିନ ଏବଂ ତା’ ସହ ଜଡିତ ଦୁଃଖ ବିଷୟରେ କହିଥିଲେ। ସେ କହିଥିଲେ ଯେ, ପିଲାଦିନେ ତାଙ୍କ ପିତାମାତା ତାଙ୍କୁ କିପରି ଏକ ଅନାଥ ଆଶ୍ରମରେ ଛାଡି ଯାଇଥିଲେ ଏବଂ ସେଠାରୁ ତାଙ୍କୁ ଅନ୍ୟ ଏକ ପରିବାର ଗ୍ରହଣ କରି ନେଇଥିଲେ। ପରେ ସେ ପରିବାର ମଧ୍ୟ ମାରିଏଟାଙ୍କୁ ଛାଡି ଦେଇଥିଲେ। ତାଙ୍କ କାହାଣୀ ଶୁଣି ଅମିତାଭଙ୍କର ଆଖିରେ ଲୁହ ଆସିଯାଇଥିଲା ଏବଂ ସେ ମାରିଏଟାଙ୍କୁ କହିଥିଲେ ଯେ ପୁରା କେବିସିର ପରିବାର ବର୍ତ୍ତମାନ ଠାରୁ ତାଙ୍କ ପରିବାର ଅଟେ।

କୌନ ବନେଗା କରୋଡ଼ପତି ମଞ୍ଚରେ ଏପରି ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି ଯାହା ଦର୍ଶକମବେ ଦେଖିଥିଲେ ଏବଂ ଅମିତାଭ ବଚ୍ଚନ ବିତାଇଥିଲେ। ଯେଉଁ ପ୍ରକାରର ଅମିତାଭ ନିଜ ଶୋ’ ପ୍ରତିଯୋଗୀ ମାନଙ୍କୁ ସହଜ ଅନୁଭୂତ କରାଇଥାନ୍ତି ସେହିପରି ହୁଏତ ଆଉ କେହି କରାଇ ପାରିବେ ନାହିଁ। ସେଥିପାଇଁ ହିଁ କେବିସିକୁ ଜନତା ଏତେ ଭଲପାଇବା ଦେଉଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *