ଏମିତି କଲେ କେବଳ ୭ ଦିନରେ ଠିକ୍ ହୋଇଯିବ ଆପଣଙ୍କ ରକ୍ତଚାପ ଜନିତ ରୋଗ।

ଆମ ହୃତପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ଚାପ ବା ପମ୍ପ କରି ପଠାଇଥାଏ । ଶରୀରର ଧମନୀରେ ରକ୍ତ ପ୍ରବାହିତ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଚାପ ଆବଶ୍ୟକ । ଯେତେବେଳେ କୌଣସି କାରଣରୁ ଏହି ଚାପ ବଢ଼ିଯାଏ, ସେତେବେଳେ ଧମନୀ ଉପରେ ଅଧିକ ଚାପ ପଡ଼ିଥାଏ । ଏହି ଅବସ୍ଥାକୁ ଉଚ୍ଚ ରକ୍ତଚାପ କୁହାଯାଏ।

ଅନିୟମିତା ଜୀବନଶୈଳୀ ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଉଚ୍ଚ ରକ୍ତ ଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଉଚ୍ଚ ରକ୍ତଚାପକୁ ‘ନିରବ ଘାତକ’ ମଧ୍ୟ କୁହାଯାଇଥାଏ।ତେବେ ଭାରତରେ ବୃଦ୍ଧି ପାଉଛି ଉଚ୍ଚ ରକ୍ତଚାପ( ହାଇପରଟେନସନ୍ )। ରୋଗୀଙ୍କ ସଂଖ୍ୟା ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ ବୃଦ୍ଧି ପାଉଛି । ୨୦୧୬ ରେ ହୋଇଥିବା ଏକ ଗଣନାରୁ ଜଣାପଡିଛି ସହରାଞ୍ଚଳରେ ୨୦ ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୨ରୁ ୧୭ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଛନ୍ତି । ଭାରତରେ ବର୍ଷକୁ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡିଥାନ୍ତି ।

ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ଦେଖାଯାଏ । ହେଲେ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ଛାତ୍ରମାନଙ୍କଠାରେ ଦେଖାଯାଉଛି । ଉଚ୍ଚ ରକ୍ତଚାପ ବିଶେଷ ପ୍ରଭାବ ହୃତପିଣ୍ଡ ଉପରେ ପଡିଥାଏ । ରକ୍ତଚାପ ଉଚ୍ଚ ହେଲେ ହୃତସ୍ପନ୍ଦନ ଯୋଗୁଁ ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହୋଇଯାଏ । ରକ୍ତଚାପ ବଢିବ ପରେ ରକ୍ତବାହୀନଳୀ ସରୁ ହୋଇଯାଏ । ଫଳରେ ହୃତପିଣ୍ଡକୁ ରକ୍ତ ସ୍ରାବ କମିଯାଏ କିମ୍ବା ବନ୍ଦ ହୋଇଯାଏ । ଏହାଦ୍ଵାରା ହୃଦଘାତ ହୋଇଥାଏ। ଏହାଛଡା ଆଖି, କିଡନୀ, ମସ୍ତିଷ୍କ ପରି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ।

ସର୍ବଦା ଫାଷ୍ଟପୁଡ୍, ଜଙ୍କଫୁଡ୍, ଓ ବାହାର ତିଆରି ହେଉଥିବା ତେଲ ମଶାଲ ଖାଦ୍ୟ ଖାଇବା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ଆଜିକାଲିର ଲୋକମାନେ ଶାରୀରିକ ପରିଶ୍ରମକୁ ଛାଡି ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ବ୍ୟକ୍ତିକୁ ଶାରୀରିକ ପରିଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ଵାରା ଶରୀରରେ ମେଦ ଜମା ହେଉଛି । ଯାହାକି ଉଚ୍ଚ ରକ୍ତଚାପ ଆଉ ଏକ କାରଣ। ଅଧିକ ଲୁଣ ଖାଇବା ଏବଂ ସବୁବେଳେ ଚିନ୍ତିତ ରହିବା କାରଣରୁ ମଧ୍ୟ ଉଚ୍ଚରକ୍ତ ଚାପ ହୋଇଥାଏ।

ଆଜିକାଲିର ଯୁବପିଢି ତମାଖୁ ତଥ୍ୟ ଗୁଟୁକା, ବିଡି, ସିଗାରେଟ୍ ଏବଂ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଉଛି। ଏହାଦ୍ଵାରା ରକ୍ତଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି। ବେଳେ ବେଳେ ଗର୍ଭନିରୋଧକ ବଟିକା ଏବଂ ପେନ୍ କିଲର ଖାଇବା ଦ୍ଵାରା ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ।

ଗାଢ ନିଦ୍ରା ନ ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦେଖାଯାଏ । ଦିନକୁ ୮ ଘଣ୍ଟା ଗାଢ ନିଦ୍ରାରେ ଶୋଇବା ଆବଶ୍ୟକ ହୋଇଥାଏ । ଯଦି ଏଥିରେ ଅନିୟମିତତା ଦେଖାଯାଏ କିମ୍ବା ବ୍ୟକ୍ତି ଉପଯୁକ୍ତ ମାତ୍ରାରେ ଶୋଇ ନପାରେ, ଚିନ୍ତାରେ ରହେ ତେବେ ତା’ପାଖରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ବୃଦ୍ଧି ପାଏ।

ତେବେ ଏହାର ଏପରି ଏକ ପ୍ରାକୃତିକ ଘରୋଇ ଉପଚାର ରହିଛି ଯାହାର ମାତ୍ର ୭ ଦିନ ନିୟମିତ ସେବନ ଦ୍ୱାରା ଆପଣଙ୍କ ରକ୍ତଚାପ ସବୁଦିନ ପାଇଁ ନର୍ମାଲ ରହିବ। ଆପଣଙ୍କୁ ଜୀବନରେ କେବେ ମଧ୍ୟ ହୃଦୟ ଜନିତ ସମସ୍ୟା ହେବ ନାହିଁ।

ସୁଜନା ଶାଗର ଉପକାରିତ ସମସ୍ତଙ୍କୁ ଜଣା ଥିବ। ଏହା କେବଳ ଆପଣଙ୍କ ଦୃଷ୍ଟି ଶକ୍ତି ବଢ଼ାଇ ନଥାଏ ଏଥିସହିତ ଆମ ଶରୀରର ଅନେକ ପ୍ରକାରର ରୋଗ ଦୂର କରିଥାଏ। ସୁଜନା ଶାଗ ପୋଟସିୟମ ଭିଟାମିନରେ ଭରପୂର ଅଟେ। ଏଥିରେ କଦଳୀ ଠାରୁ ତିନି ଗୁଣ ଅଧିକ ପୋଟସିୟମ ରହିଥାଏ। ସୁଜନା ପତ୍ର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ଚମତ୍କାର ଔଷଧ ଅଟେ।

ସୁଜନା ପତ୍ରରେ ଔଷଧ ପ୍ରସ୍ତୁତି କରିବାର ପଦ୍ଧତି:

ପ୍ରଥମେ ଆପଣ ଅଳ୍ପ ସୁଜନା ପତ୍ର ନେଇ ନିଅନ୍ତୁ। ଏହାର ପତ୍ରକୁ ଦୁଇଁ ଏକ ପାତ୍ରରେ ଏକାଠି କରନ୍ତୁ। ଏହାପରେ ଏହାକୁ ଭଲ ଭାବରେ ଧୋଇ ଶୀଳ କିମ୍ବା ଅନ୍ୟ କୌଣସି ଛେଚା ମାଧ୍ୟମରେ ଛେଚି ନିଅନ୍ତୁ। ଛେଚିବା ପୂର୍ବରୁ ଏଥିରେ ଦୁଇ ରୁ ତିନି ଚାମଚ ପାଣି ଦିଅନ୍ତୁ। ମାତ୍ର ଏହାକୁ ଗ୍ରାଇଣ୍ଡରରେ ମିକ୍ସ କରନ୍ତୁ ନାହିଁ। ଛେଚି ସରିବା ପରେ ଏହାକୁ ଛଣା ମାଧ୍ୟମରେ ଛାଣି ଏହାର ରସ ବାହାର କରି ନିଅନ୍ତୁ।

ଏକ ଗ୍ଲାସରେ ଅଧା ଗ୍ଲାସ ରସ ପ୍ରସ୍ତୁତ କରି ଏହି ରସକୁ ୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ଖାଲି ପେଟରେ ଗ୍ରହଣ କରନ୍ତୁ। ମାତ୍ର ୭ରୁ ଅଧିକ ଏହାକୁ ସେବନ କରିବେ ନାହିଁ। ଅର୍ଥାତ ମାସରେ କେବଳ ଏକ ସପ୍ତାହ ଏହାର ସେବନ କରି ପାରିବେ। ଏପରି କଲେ କିଛି ଦିନ ଭିତରେ ଆପଣଙ୍କ ଉଚ୍ଚ ରକ୍ତଚାପ ସମ୍ପୂର୍ଣ୍ଣ ନର୍ମାଲ ହୋଇଯିବ। ଯଦି ସବୁଦିନ ପାଇଁ ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମାସକୁ ୭ ମାସ କରି ତିନି ମାସ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ। ଏପରି କଲେ ରକ୍ତଚାପ ସହିତ ଆପଣଙ୍କର ହୃଦୟ ଜନିତ କୌଣସି ରୋଗ ଜୀବନ ସାରା ପରିଲକ୍ଷିତ ହେବ ନାହିଁ।

Leave a Reply

Your email address will not be published. Required fields are marked *