ଏହି ଉପାୟ ଅବଲମ୍ବନ କରନ୍ତୁ କେବେ ହାର୍ଟ ରେ ଅସୁବିଧା ଆସିବ ନାହିଁ…

ହାର୍ଟ ସମ୍ଭଦିତ କୌଣସି ରୋଗ ଘାତକ ହୋଇପାରେ । କିନ୍ତୁ ଏମିତି ନୁହେଁ କି ଏହି ରୋଗ ଭଲ ହେବ ନାହିଁ । ଯଦି ପରିବାର ର କାହାରି ହାର୍ଟ ସମ୍ଭଦିୟ କୌଣସି ସମସ୍ୟା ଥିଲେ ଅନ୍ୟ ମାନଙ୍କୁ ହେବାର ସମ୍ଭାବନା ରହିଥାଏ କିନ୍ତୁ ଏହାକୁ କମ କରାଯାଇପାରିବ ।

ଆପଣଙ୍କୁ କ’ଣ କରିବାକୁ ପଡ଼ିବ ?

ଯଦି ଆପଣଙ୍କ ହାର୍ଟ କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଏହି କଥା କୁ ଧ୍ୟାନ ଦେବାକୁ ପଡ଼ିବ କି କେଉଁ ଖାଦ୍ୟ କୁ କେତେ ପରିମାଣ ରେ ଖାଉଛନ୍ତି । ସାଥିରେ କେଉଁ ଖାଦ୍ୟ କୁ ଆପଣ ପ୍ରତିଦିନ ଖାଦ୍ୟ ରେ ସାମିଲ କରି ପାରିବେ ଓ କେଉଁ ଖାଦ୍ୟ କୁ ସପ୍ତାହ ରେ ୧ କିମ୍ବା ୨ ଥର ଖାଇବା ଦରକାର ।

ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ ଆମେ ଆପଣଙ୍କ ପାଇଁ ଏହା ନେଇ କରି ଆସିଛୁ ‌। ଏଥିରେ କେଉଁ ଖାଦ୍ୟ କେତେ ପରିମାଣ ରେ ଖାଇବେ ସବୁ କିଛି ଆପଣଙ୍କୁ କହିବୁ ।

କ’ଣ ଖାଇବେ ଓ କେତେ ପରିମାଣ ରେ ଖାଇବେ ?

ଯେମିତି ଆମର ପ୍ରତିଦିନ ଖାଦ୍ୟଚର୍ଯ୍ୟା ଆମ ଶରୀର ପାଇ ମହତ୍ତ୍ୱପୂର୍ଣ୍ଣ ରଖିଥାଏ ସେମିତି କେତେ ମାତ୍ରାରେ ଖାଉଛୁ ତାହା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏଥି ପାଇଁ ଖାଇବା ସମୟରେ ସବୁବେଳେ ଛୋଟ ପ୍ଲେଟ ବ୍ୟବହାର କରିବା ।

ଖାଇବା ବନ୍ଦ କରିବା ପୂର୍ବରୁ ଏହି କଥା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ କି ଆପଣଙ୍କ ମସ୍ତିଷ୍କ ଆପଣଙ୍କୁ ସଙ୍କେତ ଦେଉ କି ଏବେ ବାସ୍ ଏତିକି ଥାଉ ପେଟ ରେ ଆଉ ଜାଗା ନାହିଁ । ଭୁକ ଠାରୁ ଟିକେ କମ ଖାଇବା ଦରକାର । ଏହା ଦ୍ବାରା ଖାଦ୍ୟ ପାଚନ ସଠିକ୍ ରୂପରେ ହୋଇପାରେ ଓ ଖାଇ ଥିବା ଖାଦ୍ୟ ର ପୁରା ପୋଷଣ ଆମ ଶରୀର କୁ ମିଳିଥାଏ ।

ପରିବା ଓ ଫଳ ଅଧିକ ମାତ୍ରା ରେ ସେବନ କରିବା

ଆପଣଙ୍କ ଭୋଜନ ଯେମିତି ବି ହେଉ ଶାକାହାରୀ କିମ୍ବା ମାଂସାହାରୀ ଆପଣ ଆପଣଙ୍କ ପସନ୍ଦ ର ଖାଦ୍ୟ ସହିତ ଅଧିକ ମାତ୍ରା ରେ ସବୁଜ ପନିପରିବା ସାମିଲ କରନ୍ତୁ । କାହିଁକି ନା ଏହି ପରିବା ରେ ଫାଇବର ଓ ନ୍ୟୁଟ୍ରେସନ ଅଧିକ ମାତ୍ରା ରେ ରହିଥାଏ। ଯାହା ଶରୀର କୁ ମୋଟାପଣ ରୁ ରକ୍ଷା କରିଥାଏ ।

ଫଳ ଆମ ଖାଦ୍ୟଶୈଳୀ ରେ ଯେତେ ଅଧିକ ମାତ୍ରା ରେ ସାମିଲ ହେବ ଶରୀର ସେତେ ମଜଭୁତ ହେବ । ଯେଉଁ ଲୋକ ନିୟମିତ ଭାବରେ ଫଳ ସେବନ କରେ ତାଙ୍କ ସୁନ୍ଦରତା ପ୍ରାକୃତିକ ରୂପରେ ବଢ଼ିଥାଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ ।

ଫଳ ଅଧିକ ମାତ୍ରାରେ ଖାଇବା ଫଳରେ ବାରମ୍ବାର ଭୋକ ଲାଗି ନ ଥାଏ । ଏହା ଦ୍ବାରା ଶରୀର କୁ ଅଧିକ କ୍ୟାଲୋରୀ ରୁ ବଞ୍ଚି ପାରିବା । ଏହା ଦ୍ବାରା ମଧ୍ୟ ମୋଟାପା କୁ ନିୟନ୍ତ୍ରିତ କରି ହେବ । ସାଥିରେ ହାର୍ଟ କୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ ମିଳିଥାଏ ।

କେଉଁ ଫଳ କୁ କେତେ ଖାଇବା ଦରକାର ?

ଆପଣ ମୌସୁମୀ ଅନୁସାରେ ପରିବା ଅଧିକ ସେବନ କରନ୍ତୁ । ଆଜିକାଲି ସବୁ ପ୍ରକାର ପରିବା ସବୁ ସମୟରେ ମିଳୁପାରୁଛି । ଏହାର ଅର୍ଥ ନୁହେଁ କି ପରିବା କୁ ବିନା ପ୍ରାକୃତିକ ମୌସୁମୀ ରେ ଖାଇବା ଦ୍ଵାରା ଫାଇଦା ମିଳିବ।

ଏହି କଥା ଜାଣି ରଖନ୍ତୁ ଯେ ଗରମ ଦିନ ରେ ଓ ଶୀତ ଦିନରେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ । ଗରମ ଦିନ କଥା କହିବା କାହିଁକି ନା ଏବେ ଗରମ ଦିନ ଚାଲିଛି । ତେବେ ଆପଣ ଥଣ୍ଡା ପରିବା ଓ ଫଳ ଖାଇ ପାରିବେ । ଏମିତି ପରିବା ର ଅଧିକ ଉପଯୋଗ କରନ୍ତୁ ଯାହାକୁ ରଖିବା ପାଇଁ ସୋଡିୟମ କମ ରୁ କମ ମାତ୍ରା ରେ ବ୍ୟବହାର କରାଯାଇଥିବ ।

ଏହି ସବୁ ଜିନିଷ କୁ ସୀମିତ ମାତ୍ରା ରେ ଖାଆନ୍ତୁ ।

ନଡ଼ିଆ ର ସେବନ ସୀମିତ ମାତ୍ରା ରେ କରନ୍ତୁ ହେଲେ ଆପଣ ନଡ଼ିଆ ପାଣି ପ୍ରତିଦିନ ପିଇ ପାରିବେ ।
କ୍ରିମ ସସ୍ ଓ ଫ୍ରାଏଡ ବ୍ରେଡ ସହିତ ତିଆରି ହୋଇଥିବା ପରିବା ର ସେବନ ସୀମିତ ମାତ୍ରାରେ କରନ୍ତୁ ।

ଅଲଗା ଚିନି ମିଶା ଯାଇଥିବା ଥଣ୍ଡା ଫଳ ଉପଯୋଗ କମ କରନ୍ତୁ । ସାଥିରେ ଯେଉଁ ଫଳ ରସ ରେ ଅଧିକ ମାତ୍ରାରେ ସୁଗାର ଉପଯୋଗ କରାଯାଇଥିବ ଏହାର ସେବନ ବହୁତ କମ କରନ୍ତୁ କିମ୍ବା ନ କରିବା ସବୁଠାରୁ ଭଲ ।

କେଉଁ ଅଟା ଖାଇବା ଓ କେଉଁଟା ନୁହେଁ ?

ଗହମ ଅଟା ସେବନ କରନ୍ତୁ । ଭଲ ହେବ ଯଦି ଅଟା ରୁ ଚୋକଡ ବାହାର ନ କରିଲେ । ଚୋକଡ ସହିତ ଅଟା ଅଧିକ ପୃଷ୍ଟିକର ଓ ପେଟ କୁ ଠିକ୍ ରଖିଥାଏ । ଗହମ ଛଡା ହୋଲ ଗ୍ରେନ ଅଟା ର ଉପଯୋଗ କରି ପାରିବେ । କିନ୍ତୁ ସଫା ରିଫାଇଡ ଅଟା ବିଲକୁଲ କରନ୍ତୁ ନାହିଁ ।

ଆମ ସମସ୍ତଙ୍କୁ ବ୍ରେଡ ଖାଇବା ଅଧିକ ପସନ୍ଦ ହୋଇଥାଏ । କିନ୍ତୁ ଯେତେ ହୋଇପାରେ ସଫା ଧଳା ବ୍ରେଡ ରୁ ଦୂରେଇ ରୁହନ୍ତୁ । ବ୍ରେଡ ଖାଇବା କୁ ଯଦି ଅଛି ତେବେ ହୋଲ ଗ୍ରେନ ବ୍ରେଡ ଖାଆନ୍ତୁ ଓ ପାସ୍ତା ଓ ମ୍ୟାଗୀ ମଧ୍ୟ ଅଟା ର ହେବା ଆବଶ୍ୟକ । କାହିଁକି ନା ମଇଦା ଅଟା ଠାରୁ ଅଧିକ କ୍ଷତିକାରକ ହୋଇଥାଏ ।

Leave a Reply

Your email address will not be published. Required fields are marked *