ଏହି ପାଞ୍ଚଟି ଲକ୍ଷଣ କହିଦେବ କି ବ୍ରେକପ ଆଡ଼କୁ ବଢୁଛି ଆପଣଙ୍କ ସମ୍ପର୍କ, ଏବେ ଠାରୁ ମନକୁ କରନ୍ତୁ ମଜଭୁତ

ଯାହାକୁ ଆମେ ଭଲ ପାଇ ଥାଉ ତାଙ୍କ ସହ ଅଲଗା ହେବା କଥା ଭାବି ନ ଥାଉ । ଆପଣଙ୍କୁ ଏମିତି ଲାଗେ କି ଇଏ ଆପଣଙ୍କ ସହିତ ପୁରା ଜୀବନ ରହିବେ । କିନ୍ତୁ ବହୁତ ଥର କିଛି ସଂପର୍କ ଲକ୍ଷ୍ୟ ରେ ପହଞ୍ଚିବା ପୂର୍ବରୁ ଭାଙ୍ଗି ଯାଇଥାଏ । ବ୍ରେକଅପ ପରେ କଷ୍ଟ ରୁ ବାହାରିବା ମୁସ୍କିଲ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି କୌଣସି ସମ୍ପର୍କ ଅଚାନକ ଭାଙ୍ଗି ନ ଥାଏ । ଏହାର ଲକ୍ଷଣ ଆଗରୁ ଦେଖା ଦେବା ଆରମ୍ଭ ହୋଇଯାଇଥାଏ ।

୧. ଯଦି କେବେ ଭଲ ପାଆନ୍ତି ତେବେ ସାଥିଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତି । ମାନେ ସାଥୀ ଙ୍କ ସବୁ ଜିନିଷ ଉପରେ ହୋଇଥାଏ । ଆପଣ ଯାହା କହନ୍ତି ତାହା ଆପଣଙ୍କ ସାଥୀ ପୁରା କରନ୍ତି କିମ୍ବା ହଁ ରେ ହଁ ମିଶାନ୍ତୁ । କିନ୍ତୁ ଯେବେ ଆପଣଙ୍କ ଭଲ ପାଇବା ବଢ଼ିଥାଏ ସାଥି ଆପଣଙ୍କ କଥା କୁ ଆଗ ଭଳି ଗୁରୁତ୍ଵ ଦେଇ ନ ଥାଆନ୍ତି । ଆପଣଙ୍କୁ କହନ୍ତି କି ମ୍ୟାଚର ହୋଇ ସବୁ ଜିନିଷ କୁ ଜାଣିବା ଦରକାର….. ବୁଝନ୍ତି ତ ଆପଣଙ୍କ ସାଥୀ ଙ୍କ ର ଗୁରୁତ୍ଵ ବଦଳି ଯାଇଛି । ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ବ୍ରେକଅପ ର ପ୍ରଥମ ଲକ୍ଷଣ ।

୨. ମେସେଜ କୋଲ ଓ ତାଙ୍କର ରିପ୍ଲାଏ ଦେବାରେ ଯେଉଁ ସମୟ ଲାଗିଥାଏ ସେ ଏହି କଥା କୁ ଇଙ୍ଗିତ କରିଥାଏ କି ଆଗ ଭଳି ଭଲ ପାଉନାହାଁନ୍ତି । ଯେବେ ଆପଣ ଭଲ ପାଉଥାନ୍ତି ତେବେ ସାଥୀ ର ମେସେଜ ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ରିପ୍ଲାଏ କରନ୍ତି । ଆପଣ ଆପଣଙ୍କ ସାଥୀ ଙ୍କ ର ମେସେଜ କିମ୍ବା କଲ୍ ର ଅପେକ୍ଷା କରନ୍ତି କିନ୍ତୁ ଯେବେ ମେସେଜ କରିବା ପରେ ସାଥୀ ଘଣ୍ଟେ ପରେ ରିପ୍ଳାୟ ଦିଅନ୍ତି ତେବେ ବୁଝି ଯାନ୍ତୁ କି ଏବେ ଆପଣ ତାଙ୍କ ଜୀବନ ରେ ସର୍ବସ ହୋଇ ନାହାଁନ୍ତି । ଏହା କମ ଭଲ ପାଇବା ର ସଙ୍କେତ ଅଟେ । ଏମିତି ରେ ଆପଣ ସଚେତନ ହୋଇ ଯାଆନ୍ତୁ ଓ ଆପଣଙ୍କ ସମ୍ପର୍କ କୁ ମଧ୍ୟ ସମ୍ଭାଳନ୍ତୁ ।

୩. ଯଦି ଆପଣଙ୍କ ଭଲ ପାଇବା ଏହା କହୁଛି କି ତାଙ୍କ ପାଖରେ ଆପଣଙ୍କୁ ଦେଖା କରିବାକୁ ସମୟ ନାହିଁ ସେ କିଛି କାମ ରେ ବ୍ୟସ୍ତ ଅଛି । ଏମିତି ଆସୁଥିବା ଦିନ ଆସୁଥିଲେ ସମ୍ଭାଳି ଯିବା ଦରକାର । ହୃର୍ଦୟ କୁ ମଜଭୁତ କରିବା ଦରକାର କାହିଁକି ନା ସମ୍ପର୍କରେ କିଛି ଭାବ ବଞ୍ଚି ରହିନାହିଁ ।

୪. ଯେବେ ଆମେ ଭଲ ପାଇଥାଉ ତେବେ ସାଥୀ ଙ୍କ ସହ ବସିବା ତାଙ୍କ ସହ କଥା ହେବା ସବୁଠାରୁ ଅଧିକ ଭଲ ଲାଗିଥାଏ । କିନ୍ତୁ ଆପଣ ଆପଣଙ୍କ ପ୍ରେମୀ ଙ୍କ ପାଖରେ ଅଛନ୍ତି କିନ୍ତୁ ମୋବାଇଲ ରେ ଲାଗି ରହନ୍ତି । ସୋସିଆଲ ମିଡିଆରେ ଲଗାତାର ରହନ୍ତି ଏହି ସବୁ ଲକ୍ଷଣ ଏହାକି ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ।

୫. ଭଲ ପାଇବା ରେ ସାଥୀ ଙ୍କ ସ୍ପର୍ଶ ମଧ୍ୟ ବହୁତ ଭଲ ଲାଗିଥାଏ । ସେ ଆପଣଙ୍କ ଆଡ଼କୁ ଓ ଆପଣ ତାଙ୍କ ଆଡ଼କୁ ପାଖାପାଖି ହେଲେ କିଛି ଅଲଗା ପ୍ରକାର ଅନୁଭବ ହେଲେ ଜାଣିବେ ଭଲ ପାଇବା ଅଛି । କିନ୍ତୁ ଯଦି ସେ ହାତ ଧରନ୍ତି କିମ୍ବା କିସ୍ କରନ୍ତି କିନ୍ତୁ ତାହା ଆପଣଙ୍କୁ ଭଲ ଲାଗୁନାହିଁ ତେବେ ବୁଝି ଯାଆନ୍ତୁ କି ଏହି ସମ୍ପର୍କ ରେ କୌଣସି ମାନେ ନାହିଁ । ଭଲ ପାଇବା କମିବା ର ଏହା ସଙ୍କେତ ଅଟେ ।

ମାନେ ଭଲ ପାଇବା ରେ ଚେଷ୍ଟା ରହିବା ବହୁତ ଜରୁରୀ ଅଟେ । ସାଥି ଯଦି ଯିବା ପାଇଁ ଚାହୁଁଛି ତେବେ ତାଙ୍କୁ ଅଟକାନ୍ତୁ ନାହିଁ । କାହିଁକି ନା ଜବରଦସ୍ତୀ କାହାରି ସହ ସମ୍ପର୍କ ଭଲ ରଖି ହେବ ନାହିଁ । ଆଜ୍ଞା ହଁ ସମୟ ଥିବା ଆଗରୁ ସମ୍ପର୍କ କୁ ସମ୍ଭାଳି ନିଅନ୍ତୁ । ଏଥିପାଇଁ ଯେବେ ଆପଣଙ୍କୁ ଲାଗିବ କି ଆପଣଙ୍କ ସାଥୀ ଆପଣଙ୍କ ଠାରୁ ଦୂରେଇ ଯାଉଛି ତେବେ ତାଙ୍କ ସହ ସିଧା ସିଧା କଥା ହୁଅନ୍ତୁ । ଯଦି ଆପଣଙ୍କୁ ଲାଗେ କି ସେ ଏବେ ଏହି ସମ୍ପର୍କ ରେ ଖୁସି ନାହିଁ ତେବେ ତାଙ୍କୁ ଯିବା କୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *