ଓଜନ ବଢିବାରୁ ନର୍କରେ ପରିଣତ ହୋଇଗଲା ଏହି ମହିଳାଙ୍କ ଜୀବନ, ତାଙ୍କ ଜୀବନ ବିଷୟରେ ଜାଣିଲେ ଆଖିରୁ ପାଣି ଆସିଯିବ…

ମେଦବହୁଳତା ଏପରି ଏକ ଜିନିଷ ଯାହା ଅନେକ ରୋଗକୁ ଶରୀରକୁ ଆମନ୍ତ୍ରିତ କରିଥାଏ। ମେଦବହୁଳତା କାରଣରୁ ମଣିଷର ଜୀବନ ବିପଦରେ ପଡିଯାଇଥାଏ। ଯଦି ସଠିକ ସମୟରେ ମୋଟାପଣ ଉପରେ କାବୁ କରା ନଯାଏ ତେବେ ଜୀବନ ଯିବାର ମଧ୍ୟ ବିପଦ ରହିଥାଏ। ଋଷରେ ରହୁଥିବା ୫୭ ବର୍ଷୀୟ ଲ୍ୟୁବୋଭ ନର୍ଡିନୋଭା ନିଜର ମୋଟାପଣ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ତାଙ୍କର ଓଜନ ୩୫୦ କିଲୋ ପର୍ଯ୍ୟନ୍ତ ହୋଇଯାଇଥିଲା। ଏହି ମେଦବହୁଳତା ଶେଷରେ ଲ୍ୟୁବୋଭଙ୍କର ଜୀବନ ମଧ୍ୟ ନେଇଯାଇଥିଲା। ମୋଟାପଣ କାରଣରୁ ଲ୍ୟୁବୋଭ ଡିପ୍ରେସନରେ ରହୁଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ଲ୍ୟୁବୋଭଙ୍କର ମୃତ୍ୟୁ ହୋଇଯାଇଛି। ପଡୋଶୀଙ୍କ ମୁତାବକ, ଶେଷ ସମୟରେ ଲ୍ୟୁବୋଭ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲେ।

ରୁଷରେ ରହୁଥିବା ଲ୍ୟୁବୋଭ ନର୍ଡିନୋଭା ନିଜର ମୋଟାପଣ କାରଣରୁ ସର୍ବଦା ଚର୍ଚ୍ଚାରେ ରହୁଥିଲେ। ତାଙ୍କ ଓଜନ ତିନି କ୍ୱିଣ୍ଟାଲ ଅର୍ଥାତ ୩୫୦ କିଲୋ ପର୍ଯ୍ୟନ୍ତ ବଢି ଯାଇଥିଲା।

ନିକଟରେ ହିଁ ଲ୍ୟୁବୋଭ ନର୍ଡିନୋଭା ଋଷର ଏକ ଟିଭି ଚ୍ୟାନେଲରେ ଆଁନ ଏୟାରରେ ଲାଇଭ ଅତିଥି ହୋଇ ଆସିଥିଲେ। ସେହି ଟିଭି ସୋରେ ଲ୍ୟୁବୋଭ ନର୍ଡିନୋଭା ଅନେକ ଖୁଲାସା କରିଥିଲେ।

ଲ୍ୟୁବୋଭ ଟିଭି ଶୋରେ କହିଥିଲେ ଯେ ସେ ମେଦବହୁଳତା କାରଣରୁ ଚାଲି ବୁଲି ପାରୁ ନଥିଲେ। ଏହି କାରଣରୁ ତାଙ୍କ ପିଲା ମାନେ ହିଁ ତାଙ୍କର ଯତ୍ନ ନେଉଥିଲେ। ମାତ୍ର ଧୀରେ ଧୀରେ ସେମାନେ ଲ୍ୟୁବୋଭଙ୍କୁ ହଇରାଣ ହେବା ସହିତ ବିରକ୍ତ ହେବାକୁ ଲାଗିଲେ।

ଲ୍ୟୁବୋଭ ନର୍ଡିନୋଭାଙ୍କ ପିଲାମାନେ ତାଙ୍କୁ ବିଷ ଦେଇ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ମହିଳାଙ୍କର ସମସ୍ତ ଯତ୍ନ ତାଙ୍କ ୨୫ ବର୍ଷର ପୁଅ ରଖୁଥିଲେ। କିନ୍ତୁ ମାଆଙ୍କ ଯତ୍ନ ନେବା କାରଣରୁ ତାଙ୍କର ବ୍ୟକ୍ତିଗତ ଜୀବନ ଖରାପ ହୋଇଯାଇଥିଲା।

ତିନୋଟି ପ୍ରେଗନେନ୍ସି ପରେ ଲ୍ୟୁବୋଭ ନର୍ଡିନୋଭାଙ୍କ ଓଜନ ବହୁତ ଅଧିକ ବଢି ଯାଇଥିଲା। ଡାକ୍ତର ତାଙ୍କ ଓଜନ ନିୟନ୍ତ୍ରଣ କରିବା ପାଇଁ ତାଙ୍କର ସର୍ଜରୀ ମଧ୍ୟ କରିଥିଲେ। କିନ୍ତୁ ଏହାଦ୍ୱାରା କୌଣସି ଲାଭ ହୋଇ ନଥିଲା। ତେବେ ସର୍ଜରୀ କାରଣରୁ ଅନେକ ବର୍ଷ ପରେ ପ୍ରଥମ ଥର ଚାଲି ପାରିଥିଲେ। ସେ ପ୍ରଥମ ଥର ଘର ବାହାରେ ପାଦ ରଖିଥିଲେ। ବହୁତ ବର୍ଷ ପରେ ଲ୍ୟୁବୋଭ ତାଙ୍କ ଜୀବନରେ ଖୁସି ଥିଲେ।

ମାତ୍ର ଏହାର କିଛି ଦିନ ପରେ ଅଚାନକ ଲ୍ୟୁବୋଭ ନର୍ଡିନୋଭା ସ୍ୱାସ୍ଥ୍ୟ ଖରାପ ରହିବାକୁ ଲାଗିଲା। ଏଣ୍ଟିଡିପ୍ରେସନର ଔଷଧ କାରଣରୁ ଲ୍ୟୁବୋଭ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡିଥିଲା। ତାଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିବାକୁ ଲାଗିଲା।

ଲ୍ୟୁବୋଭ ନର୍ଡିନୋଭାଙ୍କୁ ଏମିତି ଲାଗୁଥିଲା ଯେ ତାଙ୍କ ପିଲାମାନେ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି। ଏହାକୁ ନେଇ ସେ ନିଜ ପିଲାମାନଙ୍କର ଲାଏ ଡିଟେକ୍ଟର ଟେଷ୍ଟ ମଧ୍ୟ କରାଇଥିଲେ। ପିଲା ମାନେ ଏମିତି କରିବାକୁ ମନା କଲେ ଏବଂ ମାନିଲେ ଯେ ସେମାନେ ଲ୍ୟୁବୋଭଙ୍କ ଯତ୍ନ ନେଇ ବିରକ୍ତ ହୋଇଯାଇଥିଲେ।

ମାତ୍ର ବର୍ତ୍ତମାନ ଲ୍ୟୁବୋଭ ନର୍ଡିନୋଭା ଏହି ଦୁନିଆରେ ନାହାନ୍ତି। ମୋଟାପଣ କାରଣରୁ ଶେଷରେ ଡିପ୍ରେସନରେ ତାଙ୍କ ପ୍ରାଣ ଚାଲି ଯାଇଥିଲା। ତାଙ୍କର ଫୋଟୋ ଚିତ୍ର ବହୁଳ ପରିମାଣରେ ଭାଇରାଲ ହେବାକୁ ଲାଗିଛି।

Leave a Reply

Your email address will not be published. Required fields are marked *