କାଠ ର ପିତୁଳା କୁ ଶାଢ଼ୀ ପିନ୍ଧାଇ ବାହା ହେଲେ ବର, କାରଣ ଜାଣି ଚମକି ଯିବେ ଆପଣ

ଉତ୍ତରପ୍ରଦେଶ ର ପ୍ରୟାଗରାଜ ରେ ଏକ ଅଜବଧରଣ ର ବାହାଘର ହୋଇଛି । ଯୁବକ ଯୁବତୀ ବଦଳରେ କାଠ ର ପିତୁଳା ସହ ବାହା ହୋଇଛନ୍ତି । ବିବାହର ଫଟୋ ଭାଇରାଳ ହେଉଛି । ଏହି ଭଳି ବିଚିତ୍ର ବିବାହ ୟୁପି ରେ ଗତ ବୁଧବାର ଦିନ ହୋଇଥିଲା । ତାଙ୍କର ୯୦ ବର୍ଷୀୟ ପିତା ଯୁବକ ଙ୍କ ପାଇଁ ଯୁବତୀ ବଦଳରେ ଏମିତି ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ବର ର ପିତା କହିଛନ୍ତି କି ତାଙ୍କର ପୁଅ କୁ ଏଥିପାଇଁ କାଠ ପିତୁଳା ସହ କରିଛି କାହିଁକି ନା ତାଙ୍କ ପାଖରେ କୌଣସି ସମ୍ପତ୍ତି ନ ଥିଲା ନା ତାଙ୍କ ପୁଅ ବୁଦ୍ଧିମାନ ଥିଲା ।

ସେ କହିଛନ୍ତି ମୋର ନଅ ଟି ସନ୍ତାନ ଅଛନ୍ତି , ଆଠ ଟି ସନ୍ତାନ ଙ୍କ ର ବିବାହ ହୋଇସାରିଛି ଓ ଏ ସବୁ ଠାରୁ ସାନ ପୁଅ ଅଟେ । ଏଥିପାଇଁ ମୁଁ ବିବାହ କାଠ ପିତୁଳା ସହ କରାଇଛି । ଖବର ଅନୁସାରେ ସମ୍ପର୍କୀୟ ଙ୍କ କହିବା କଥା ଏହା ତାଙ୍କ ବାପା ଙ୍କ ର ଶେଷ ଇଛା ଥିଲା ।

ଏହି ଅଜବ ବାହାଘର ପାଇଁ କାଠ ର ପିତୁଳା କୁ କନ୍ୟା ବେଶରେ ସଜା ହୋଇଥିଲା । କାଠ ର କନ୍ୟା କୁ ଲାଲ ଶାଢ଼ୀ ଓ ଫୁଲ ରେ ସଜା ଯାଇଥିଲା । ଦୁହିଁଙ୍କ ର ରୀତିନୀତି ବିବାହ ହୋଇଥିଲା । ଦୁହେଁ ମାଳ ପରିବର୍ତ୍ତନ ପର୍ବ କରିଥିଲେ ଓ ଅଗ୍ନି କୁ ସାକ୍ଷୀ ରଖି ସାତ ଫେର ନେଇଥିଲେ । ପୂଜାରୀ ବର କୁ କାଠ ର ପିତୁଳା ସହ ବିବାହ କରାଇଥିଲେ ।

ଖବର ଅନୁସାରେ ଶିବ ମୋହନ ମାନେ ବର ର ପିତା ଙ୍କ ଶେଷ ଇଚ୍ଛା ଥିଲା କି ମରିବା ପୂର୍ବରୁ ତାଙ୍କର ସବୁ ସନ୍ତାନଙ୍କ ବିବାହ ହେବା ଦରକାର । ସମ୍ପର୍କୀୟ ଓ ସ୍ଥାନୀୟ ପୂଜାରୀ ତାଙ୍କୁ ସ୍ପଷ୍ଟ ରୂପରେ ଆଶ୍ବସ୍ତ କରାଇଥିଲେ କି କନ୍ୟା ର ଅନୁପସ୍ଥିତି ରେ ଅନ୍ୟ ଜଣଙ୍କ ସହ ବିବାହ କରାଇ ହେବ । ଏହି ବିବାହରେ କେବଳ ସମ୍ପର୍କୀୟ ଆସିଥିଲେ ଓ ଖାଇବା ପିଇବା ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ପୁରୋହିତ ବାହାର କରିଲେ ଏକ ଅଦ୍ଭୁତ ଉପାୟ

ଯେବେ ଏହି ମାମଲାରେ ପୁରୋହିତ ଙ୍କ ରାୟ ନିଆ ଯାଇଥିଲା ସେ କହିଥିଲେ କାଠ ର ପିତୁଳା ସହ ଯୁବକ ର ବିବାହ ପାଇଁ ଉପାୟ ବାହାର କରିଲେ । ତାଙ୍କର କହିବା କଥା କି ଏହା ଦ୍ବାରା ସେ ବିବାହିତ ବୋଲି କୁହାଯିବ । ଏହି ବିବାହ ହେବା ପୂର୍ବରୁ ବର ବାହା ହେବା ପାଇଁ ମନା କରୁଥିଲା କିନ୍ତୁ ବୁଢ଼ା ପିତା ର ମାନ ରଖିବା ପାଇଁ ପରେ ସେ ବିବାହ କରିବା ପାଇଁ ରାଜି ହୋଇଥିଲେ । ପିତା ପୁରୋହିତ ସହ ବିବାହ ର ମୁହୁର୍ତ୍ତ ବାହାର କରିଲେ ପୁରା ରୀତିନୀତି ସହ ବାହାଘର ହୋଇଥିଲା ।

Leave a Reply

Your email address will not be published. Required fields are marked *