“କୁଛ କୁଛ ହୋତା ହେ” ର ଛୋଟେ ସରଦାର କରିବାକୁ ଯାଉଛନ୍ତି ବିବାହ, ଗାର୍ଲଫ୍ରେଣ୍ଡ ସହିତ ଆସନ୍ତା ବର୍ଷ ନେବେ ସାତ ଫେରା

“କୁଛ କୁଛ ହୋତା ହେ” ବଲିଉଡର ସବୁଠୁ ହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ ଏବଂ ଆଜି ମଧ୍ୟ ଲୋକମାନେ ଏହି ଫିଲ୍ମର ସମସ୍ତ ଚରିତ୍ରକୁ ଭଲ ଭାବରେ ମାନେ ରଖିଛନ୍ତି | ଏହି ଫିଲ୍ମ ରେ ଶାହରୁଖ ଖାନ ଏବଂ କାଜଲ ମୁଖ୍ୟ ଭୂମିକାରେ ଥିଲେ ଏବଂ ଏହି ଫିଲ୍ମ ଏକ ରୋମାଣ୍ଟିକ ଫିଲ୍ମ ଥିଲା | ଏହି ଫିଲ୍ମରେ ଅନେକ କଳାକାର ଥିଲେ ଯେଉଁଥିରେ ଜଣେ ଛୋଟ ସରଦାର ମଧ୍ୟ ଥିଲା | ଏହି ଛୋଟ ସରଦାରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ | ତେବେ ବର୍ତ୍ତମାନ ଏହି ଛୋଟ ସରଦାର ବଡ ହୋଇ ସାରିଲେଣି ଏବଂ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି |

Exclusive: Parzaan Dastur - Life as a Former Bollywood Child Star

“କୁଛ କୁଛ ହୋତା ହେ”ରେ ଛୋଟେ ସରଦାରଙ୍କ ଭୂମିକା ପରଜାନ ଦସ୍ତୂର ଅଭିନୟ କରିଥିଲେ | ପରଜାନ ଦସ୍ତୂର ଏହି ଫିଲ୍ମରେ ଗୋଟିଏ ସଂଳାପ କହିଥିଲେ ଯାହା ଆଜି ମଧ୍ୟ ବହୁତ ଫେମସ | ଏହି ସଂଳାପ ଥିଲା, “ତୁସି ଯା ରେହେ ହୋ, ତୁସି ନା ଯାଓ |” ବହୁତ ଛୋଟ ରୋଲରେ ପରଜାନ ଦସ୍ତୂର ବହୁତ ଫେମସ ହୋଇଯାଇଥିଲେ |

Parzaan Dastur biography, biodata, wiki, age, date of birth, height,  girlfriend

ପରଜାନ ଦସ୍ତୂର ବର୍ତ୍ତମାନ ବଡ ହୋଇଗଲେଣି ଏବଂ ସେ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି | ୨୮ ବର୍ଷର ପରଜାନ ଦସ୍ତୂର ନିକଟରେ ହିଁ ନିଜ ଗାର୍ଲଫ୍ରେଣ୍ଡ ଡେଲନା ଶ୍ରାଫଙ୍କ ସହିତ ବିବାହ କରିବାର ଘୋଷଣା କରିଛନ୍ତି | ନିଜ ବିବାହର ଖବର ସେ ସୋସିଆଲ ମିଡିଆରେ ଲୋକମାନଙ୍କ ସହିତ ସେୟାର କରିଛନ୍ତି |

ସେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ ଯେ “ଗୋଟିଏ ବର୍ଷ ପୂର୍ବରୁ ସେ କହିଥିଲେ ଯେ ଆଉ ୪ ମାସ ପରେ ବିବାହ ହୋଇଯିବ |” ପରଜାନ ଦସ୍ତୂର ସୋସିଆଲ ମିଡ଼ିଆରେ ନିଜର ଗାର୍ଲଫ୍ରେଣ୍ଡ ଡେଲନା ଶ୍ରାଫଙ୍କ ଫୋଟୋ ମଧ୍ୟ ସେୟାର କରିଛନ୍ତି | ଯେଉଁଥିରେ ସେ ଡେଲନାଙ୍କୁ ପ୍ରପୋଜ କରୁଥିବାର ନଜର ଆସୁଥିଲେ | ଯେଉଁ ଫୋଟୋ ସେ ସେୟାର କରିଛନ୍ତି, ସେଥିରେ ସେ ବହୁତ ରୋମାଣ୍ଟିକ ଅନ୍ଦାଜରେ ଡେଲନାଙ୍କୁ ପ୍ରପୋଜ କରୁଛନ୍ତି | ସେୟାର କରାଯାଇଥିବା ଫୋଟୋରେ ପରଜାନ ନିଜର ଆଣ୍ଠୁରେ ବସି ଡେଲନାଙ୍କୁ ମୋଦି ଦେଉଥିବାର ନଜର ଆସୁଛନ୍ତି |

ଆପଣଙ୍କୁ କହି ରଖୁଛୁ ଯେ ସେ ବର୍ଷେ ପୂର୍ବରୁ ହିଁ ଡେଲନା ଶ୍ରାଫଙ୍କ ସହିତ ସଗାଈ କରିଥିଲେ | କୁହାଯାଏ ଯେ ଡେଲନା ଶ୍ରାଫଙ୍କ ସହିତ ପରଜାନଙ୍କର ଭେଟ କଲେଜ ପଢ଼ୁଥିବା ସମୟରେ ହୋଇଥିଲା ଯାହା ସମୟ ସହିତ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା | ଅନେକ ବର୍ଷରୁ ଉଭୟ ପରସ୍ପରଙ୍କୁ ଡେଟ କରି ଆସୁଛନ୍ତି | ତେବେ ବର୍ତ୍ତମାନ ଉଭୟ ବିବାହ କରିବାକୁ ଯାଉଛନ୍ତି | ତାଙ୍କର ବିବାହ ଆସନ୍ତା ଫେବୃଆରୀ ମାସରେ ହେବାକୁ ଯାଉଛି |

ଅନେକ ଫିଲ୍ମରେ କରିଛନ୍ତି କାମ :

ପରଜାନ ଦସ୍ତୂର ଅନେକ ଫିଲ୍ମରେ ଶିଶୁ କଳାକାର ଭାବରେ କାମ କରି ସାରିଛନ୍ତି | ସେ ଫିଲ୍ମ ମହବତେ, କହୋ ନା ପ୍ୟାର ହେ, ହାଥ କା ଅଣ୍ଡା, ବ୍ରେକ କେ ବାଦ, ହମ ତୁମ ପରିଜାନୀୟା, କଭି ଖୁସି କଭି ଗମ, କେହେତା ହେ ଦିଲ ବାର ବାର, ସିକନ୍ଦର ଔର ପାକେଟ ମମ୍ମି ପରି ଫିଲ୍ମରେ ଅଭିନୟ କରିଛନ୍ତି | ଫିଲ୍ମକୁ ଛାଡିଲେ ସେ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି | ତାଙ୍କୁ ଧାରା ରିଫାଇଣ୍ଡର ଜାଲେବି ବିଜ୍ଞାପନରୁ ବିଶେଷ ପରିଚୟ ମିଳିଥିଲା | ସେହିପରି କିଛି ବର୍ଷ ପୂର୍ବରୁ ସେ ସର୍ଟ ଫିଲ୍ମ ବାରିଶରେ ନଜର ଆସିଥିଲେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *