କୁଶାଲ ଟଣ୍ଡନଙ୍କୁ ଛାଡି ୧୨ ବର୍ଷର ସାନ ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି ବିଗ ବସ୍ ବିଜେତା, ପୁଅର ପିତା କରିଲେ ଖୁଲାସା

ଟେଲିଭିଜନର ରିୟାଲିଟି ଶୋ’ ବିଗ ବସ୍(Bigg Boss 7) ସିଜିନ ୭ର ବିଜେତା ରହିଥିବା ଗୌହର ଖାନ ଗତ କିଛି ଦିନ ହେବ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏମିତିରେ ସେ ସୋସିଆଲ ମିଡ଼ିଆରେ ସାମାଜିକ ପ୍ରସଙ୍ଗରେ ନିର୍ଭୟ ବୟାନ ରଖିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ସେ ନିଜ ଠାରୁ ୧୨ ବର୍ଷର ସାନ ବ୍ୟକ୍ତିଙ୍କୁ ଡେଟ କରବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ସହିତ ଫୋଟୋ ଏବଂ ଭିଡ଼ିଓ ଇନଷ୍ଟଗ୍ରାମରେ ସେୟାର କରୁଛନ୍ତି। ତାଙ୍କର ସମ୍ପର୍କର ଖବର ଉପରେ ସେ ନିଜେ ନୁହେଁ ପୁଅର ପିତା ପକ୍କା ମୋହର ଲଗାଇ ଦେଇଛନ୍ତି।

ବାସ୍ତବରେ ନିକଟରେ ହିଁ ଜୈଦ ଦରବାର (zaid Darbar)ଙ୍କ ପିତା ଏବଂ ସଙ୍ଗୀତ ସଂଯୋଜକ ଇସ୍ମାଇଲ ଦରବାର(ismail darbar)ଙ୍କ ପୁଅ ଏବଂ ଗୌହର ଖାନଙ୍କ ସମ୍ପର୍କକୁ ନେଇ ଏକ ନ୍ୟୁଜ ପୋର୍ଟାଲ ସହିତ କଥାବାର୍ତ୍ତା କରିଥିଲେ ଏବଂ ଏହି ଅବସରରେ ସେ ନିଶ୍ଚିନ୍ତ କରିଛନ୍ତି ଯେ ଉଭୟ ସମ୍ପର୍କରେ ଅଛନ୍ତି। ଗୌହରଙ୍କୁ ତାଙ୍କ ପୁଅ ଜୈଦ ବହୁତ ପସନ୍ଦ କରିଥାନ୍ତି।

ଇସ୍ମାଇଲ କହିଥିଲେ ଯେ,”ଗୌହର ଖାନଙ୍କୁ ତାଙ୍କ ପୁଅ ଜୈଦ ଡେଟ କରୁଛନ୍ତି ଏବଂ ଯଦି ଜୈଦ ତାଙ୍କୁ ବିବାହ କରିଥାନ୍ତି ତେବେ ସେ ତାଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ ପ୍ରଦାନ କରିବେ। କେବଳ ଏତିକି ନୁହେଁ ଗୌହରଙ୍କ ସହିତ ସମ୍ପର୍କ ବିଷୟରେ କହିବା ପାଇଁ ଜୈଦ ସର୍ବପ୍ରଥମେ ନିଜ ସାବତ ମାଆଙ୍କୁ ଫୋନ କରିଥିଲେ ଏବଂ କହିଥିଲେ ଯେ ସେ ଗୌହରଙ୍କୁ ବହୁତ ପସନ୍ଦ କରୁଛନ୍ତି।”

ସୂଚନାଯୋଗ୍ୟ ଯେ, ଜୈଦ ପିତା ଇସ୍ମାଇଲ ଦରବାରଙ୍କ ସହିତ ରୁହନ୍ତି ନାହିଁ, କିନ୍ତୁ ଯେତେବେଳେ ସାକ୍ଷାତକାରରେ ତାଙ୍କୁ ଏବିଷୟରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ,”ଲୋକମାନେ ତ କିଛି ବି କହିବେ, ଲୋକଙ୍କ କାମ ହିଁ ହେଉଛି କହିବା। କିଛି ସମୟ ପୂର୍ବରୁ ଜୈଦ ଏକ ପରିବାରିକ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁଥିଲେ। କିନ୍ତୁ ତାଙ୍କର ସମ୍ପର୍କ ତାଙ୍କ ପିଲା ମାନଙ୍କ ସହିତ ଗୋଟିଏ ପିତା ଏବଂ ସନ୍ତାନର ସମ୍ପର୍କ ପରି ହେବା ଆବଶ୍ୟକ ଏବଂ ସେ ତାହା ସେହିପରି ହିଁ ରହିଛି। କୌଣସି ଅଭଦ୍ରତା ପୂର୍ଣ୍ଣ ସମ୍ପର୍କ ନାହିଁ ଯେ ଜୈଦ ତାଙ୍କୁ କହିବେ ଯେ ସେ ଗୌହର ଖାନଙ୍କୁ ଡେଟ କରୁଛନ୍ତି।

ଇସ୍ମାଇଲ ଦରବାର ଆଗକୁ କହିଛନ୍ତି ଯେ, ଜୈଦ ନିଜର ସାବତ ମାଆ ଆୟଶାଙ୍କୁ ଗୌହରଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ,”ଗୌହରଙ୍କର ବହୁତ ପ୍ରଶଂସା କରୁଥିଲେ ଜୈଦ।” ଏହା ପଚରା ଯିବାରୁ ଯେ କଣ ଜୈଦ ତାଙ୍କୁ କହିଥିଲେ ଯେ ସେ ଗୌହରଙ୍କ ସହିତ ସମ୍ପର୍କରେ ଅଛନ୍ତି ତେବେ ଇସ୍ମାଇଲ ଦରବାର ଏଥିରେ ଉତ୍ତର ଦେଇ କହିଥିଲେ ଯେ,”ହଁ ସେ କହିଥିଲେ। ଏଥିସହିତ ସେ କହିଲେ ଯେ ଯଦି ଗୌହରଙ୍କୁ ଜୈଦ ବିବାହ କରିଥାନ୍ତି ତେବେ ସେ ତାଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ ପ୍ରଦାନ କରିବେ। ଜୈଦ ୨୯ ବର୍ଷର ଅଟନ୍ତି ଏବଂ ସେ ଜାଣିଛନ୍ତି ଯେ ସେ କଣ କରୁଛନ୍ତି। ଆୟଶା ମଧ୍ୟ ତାଙ୍କୁ ଏହା କହିଥିଲେ। ସେ ଜୈଦଙ୍କୁ କହିଥିଲେ ଯଦି ସେ ଖୁସି ଅଛନ୍ତି ତେବେ ଆମେ ମଧ୍ୟ ସେଥିରେ ଖୁସି।”

ଇସ୍ମାଇଲ ଡାରବାର ଆହୁରି କହିଛନ୍ତି ଯେ “ସେ ଦେଖାଇ ହେବାକୁ ବହୁତ ଘୃଣା କରନ୍ତି ଏବଂ ସେ ଜାଣି ମଧ୍ୟ ନାହାନ୍ତି ଯେ କିପରି ଦେଖାଇ ହୁଅନ୍ତି।” ସେ ନିଜ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ “ସେ ନିଜେ ଦ୍ଵିତୀୟ ବିବାହ କରିଛନ୍ତି ଏବଂ ପ୍ରଥମ ପତ୍ନୀ ଫରଜାନା (ଜୈଦଙ୍କ ମାଆ)ଙ୍କ ସହ ତାଙ୍କର ସମ୍ପର୍କ ଭଲ ନାହିଁ।” ଇସ୍ମାଇଲ ନିଜର ପ୍ରଥମ ବିବାହ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ,”ଯଦି ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ ସମ୍ବନ୍ଧ ଭଲ ରହିଥାନ୍ତା ତେବେ ସେ ଦ୍ଵିତୀୟ ବିବାହ କାହିଁକି କରିଥାନ୍ତେ। ପିଲାମାନେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦେଇ ନଥିଲେ ନା ବର୍ତ୍ତମାନ ଦେଉଛନ୍ତି।” ସେ କହିଛନ୍ତି ଯେ, “ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ୪ ଗୋଟି ସନ୍ତାନ ଅଛନ୍ତି ଏବଂ ଦ୍ଵିତୀୟ ପତ୍ନୀଙ୍କ ଠାରୁ ଗୋଟିଏ କିନ୍ତୁ ସେ ସବୁ ପିଲାଙ୍କ ସହିତ ନିଜେ ବହୁତ ଜଡିତ ବୋଲି କହିଛନ୍ତି।”

ସୂଚନାଯୋଗ୍ୟ ଯେ, ପ୍ରଥମେ ଗୌହର ଖାନଙ୍କ ନାମ ଟେଲିଭିଜନ ଅଭିନେତା କୁଶାଲ ଟଣ୍ଡନ(Kushal Tandon)ଙ୍କ ସହ ଯୋଡି ଥିଲା। ଉଭୟଙ୍କ ମଧ୍ୟରେ ପ୍ରେମର ଆରମ୍ଭ ବିଗ ବସ୍ ୭ରୁ ହୋଇଥିଲା। ସେ ସାଙ୍ଗରେ ଏକ ସଙ୍ଗୀତ ଭିଡ଼ିଓ ମଧ୍ୟ କରିଥିଲେ, କିନ୍ତୁ କିଛି ସମୟ ପରେ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ତେବେ ତାଙ୍କ ମଧ୍ୟରେ ବ୍ରେକଅପ ଭଲ ନୋଟରେ ହୋଇନଥିଲା। ଉଭୟଙ୍କ ମଧ୍ୟରେ ବହୁତ ବିବାଦ ମଧ୍ୟ ହୋଇଥିଲା। କିନ୍ତୁ, ବର୍ତ୍ତମାନ ଉଭୟ ନିଜ ଜୀବନରେ ଆଗକୁ ବଢି ଯାଇଛନ୍ତି ଏବଂ ପୁରୁଣା କଥାକୁ ଭୁଲି ଯାଇଛନ୍ତି।

ବର୍ତ୍ତମାନ ଗୌହର ଏବଂ କୁଶାଲଙ୍କ ମଧ୍ୟରେ ସମ୍ପର୍କରେ ବହୁତ ଭଲ ରହିଛି। ଉଭୟ ସୋସିଆଲ ମିଡିଆରେ ପରସ୍ପରଙ୍କ ପୋଷ୍ଟରେ କମେଣ୍ଟ ମଧ୍ୟ କରୁଛନ୍ତି। ଯଦି ଗୌହରଙ୍କର କାର୍ଯ୍ୟକ୍ଷେତ୍ର ବିଷୟରେ କହିବା, ତେବେ ତାଙ୍କୁ ୨୦୧୮ରେ ଆସିଥିବା ଫିଲ୍ମ “ବେଗମ ଜାନ”ରେ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *