କେତେ ଦିନ ରାତି ରୁ ବ୍ୟକ୍ତି ର କାନ ରୁ ଆସୁଥିଲା ଶବ୍ଦ , ଡାକ୍ତର କ୍ୟାମେରା ପକାଇବାରୁ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ…

ଦୁନିଆ ର ସବୁ ମନୁଷ୍ୟ ଶାନ୍ତି ରେ ଶୋଇବା ପାଇଁ ଚାହିଁଥାନ୍ତି । ପୁରା ଦିନ ର ପରିଶ୍ରମ ପରେ ଯେବେ ରାତି ରେ ବିଛଣାରେ ଶୋଇବାକୁ ଯିବେ ତେବେ ତାଙ୍କୁ ଗଭୀର ନିଦ ଶୋଇବାକୁ ଚାହିଁଥାନ୍ତି । ଚୀନ ରେ ରହୁଥିବା ଜଣେ ବ୍ୟକ୍ତି ରାତି ରେ ଶୋଇଥିବା ଯାଉଥିଲେ କିନ୍ତୁ ଅଚାନକ ତାଙ୍କୁ ଅଜବ ଶବ୍ଦ ଶୁଭୁଥିଲା । ଯେବେ ସେ ପରିବାର ଲୋକ ଙ୍କ ପାଖରେ ଏହି ଅଜବ ଶବ୍ଦ ବିଷୟରେ ଆଲୋଚନା କରିଲେ ତେବେ ସେମାନେ କୌଣସି ଶବ୍ଦ ଶୁଣି ନ ଥିବା କହିଥିଲେ । ଏମିତି ରେ ଲୋକ ମାନେ ଏହାକୁ ଭୂତପ୍ରେତ ସହ ଯୋଡ଼ି ଦେଇଥିଲେ । କିନ୍ତୁ କିଛି ସମୟ ପରେ ବ୍ୟକ୍ତି ର କାନ ରେ ପ୍ରବଳ ବ୍ୟଥା ହେବାକୁ ଲାଗିଲା । ଯେବେ ଡାକ୍ତର ତାଙ୍କ କାନ ରେ କ୍ୟାମେରା ପକାଇ ଥିଲେ ତେବେ ତାଙ୍କୁ ଜୀବନ୍ତ କୀଟ ମିଳିଥିଲା ।

ମାମଲା ଚୀନ ର ଗ୍ବଗଡୋଗ ରେ ସାମ୍ନା କୁ ଆସିଛି । ଏଠାରେ ସିଆଗଜ୍ହୌ ପିପୁଲ ହସ୍ପିଟାଲ ରେ ଡାକ୍ତର ମାତ୍ର ୭ ଘଣ୍ଟା ଭିତରେ ଏକା ଭଳି ସମସ୍ୟା ନେଇ ପହଞ୍ଚିଲେ ତିନୋଟି ରୋଗୀ ଚିକିତ୍ସା ପାଇଁ ପହଞ୍ଚି ଥିଲେ ‌। ସବୁଠାରୁ ଆଶ୍ଚର୍ଯ୍ୟ କରି ଦେବା କଥା ଏହା କି ତିନି ଜଣ ଙ୍କ ର ସମସ୍ୟା ଓ କାରଣ ସମାନ ଅଟେ ।

ଏହି ତିନି ଜଣ କୁ ଅଜବ ପ୍ରକାର ଶବ୍ଦ ଶୁଣା ଯାଉଥିଲା । ତା ସହିତ କାନ ରେ ପ୍ରବଳ ବ୍ୟଥା ଓ କୁଣ୍ଡାଇ ହେଉଥିଲା । ତାଙ୍କୁ ଲଗାତାର କାନରେ ଶବ୍ଦ ଶୁଣା ଯାଉଥିଲା ।

ହସ୍ପିଟାଲ ର ଇଏନଟି ସ୍ପେଶାଲିଟ ଯୀ ଚାଙ୍ଗଲୋଙ୍ଗ କହିଛନ୍ତି କି ଏହା ପୂର୍ବରୁ ରୋଗୀ ୨୪ ଜୁନ ରେ ହସ୍ପିଟାଲ କୁ ଆସିଥିଲେ । ତାଙ୍କର କାନ ରେ ବ୍ୟଥା ଓ ଲଗାତାର ଭାବରେ ଶବ୍ଦ ଶୁଣା ଯାଉଥିଲା ।

ଯେବେ ଡାକ୍ତର କାନ ରେ କ୍ୟାମେରା ପକାଇଥିଲେ ତାଙ୍କୁ ଜୀବନ୍ତ ଅସରପା ମିଳିଥିଲା । ସେ ବ୍ୟକ୍ତି ର କାନ ରେ କ୍ଷତି ପହଞ୍ଚାଇ ଥିଲା । ତା ସହିତ ସେଥିରୁ ରକ୍ତ ମଧ୍ୟ ବାହାରୁଥିଲା ।

ଏହା ପରେ ଡାକ୍ତର ତାଙ୍କୁ ବେହୋଶ କରିଲେ ଓ ତାଙ୍କର କାନ ରୁ ଅସରପା କୁ ବାହାର କରିଲେ । ତା ପରେ ଯାଇ ବ୍ୟକ୍ତି ଙ୍କ ର ସମସ୍ୟା ଦୂର ହେଲା ।

ଏହା ପରେ ଠିକ ସେହି ଦିନ ହସ୍ପିଟାଲ ରେ ଆଉ ଦୁଇ ଜଣ ରୋଗୀ ଆସିଥିଲେ ଯାହାଙ୍କର ମଧ୍ୟ କାନ ରେ ଅସରପା ପଶିଥିଲା । ସେ ଦୁହିଁଙ୍କ କାନ ରୁ ଅସରପା ବାହାର କରିବା ପରେ ତାଙ୍କୁ ଆରାମ ମିଳିଲା ।

ଡାକ୍ତର ଙ୍କ କହିବା କଥା କି ଭିତରେ ତାଙ୍କୁ ଗରମ ଓ ନରମ ପରିବେଶ ମିଳିଥାଏ । ଯେଉଁଠି ଅସରପା ଆରାମ ରେ ରହିଥାନ୍ତି । ଏଥିପାଇଁ ଏହି ମୌସୁମୀ ରେ ତଳେ ଶୋଇବା ପୁର୍ବରୁ ଧ୍ୟାନ ରଖିବା ଦରକାର ।

Leave a Reply

Your email address will not be published. Required fields are marked *