ଖେଳାଳୀ ପତି ଉପରେ ବିରକ୍ତ ହେଲେ ପତ୍ନୀ, ହତ୍ୟା ପାଇଁ ଦେଲେ ୯.୩୦ କୋଟି ଟଙ୍କା ର ସୁପାରୀ, କିନ୍ତୁ ଗୋଟିଏ ଭୁଲ ପାଇଁ ଖୋଲିଲା ରାଜ

ପତି ପତ୍ନୀ ଙ୍କ ଭିତରେ ଝଗଡ଼ା ହେବା ସାଧାରଣ କଥା ଅଟେ। କିନ୍ତୁ କେବେ କେବେ ଏହି ଝଗଡ଼ା ଏତେ ବଢି ଯାଏ ଯେ ପତି ପତ୍ନୀ ଜଣେ ଆଉଜଣ ଙ୍କୁ ମାରିବା ପାଇଁ ବାହାରି ଯାଆନ୍ତି। ଏମିତି କିଛି ଦେଖିବାକୁ ମିଳିଲା ତୁର୍କୀ ରେ। ଏଠି ପତି ପତ୍ନୀ, ଜଣେ ଫୁଟବଲ ଖେଳାଳୀ ର ପତ୍ନୀ ବିରକ୍ତ ହୋଇ ନିଜ ପତି ର ହତ୍ୟା ପାଇଁ ସୁପାରୀ ଦେଇ ଦେଲା। ସେ ପତି ପାଖରୁ ମୁକ୍ତ ହେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲା। କିନ୍ତୁ ତାର ଏ ଷଡ଼ଯନ୍ତ୍ର ସଫଳ ହୋଇ ପାରିଲା ନାହିଁ।

ତୁର୍କୀ ର ପୂର୍ବ ଫୁଟବଲ ଖେଳାଳୀ ଏମ୍ରି ଅସିକ ଙ୍କ ପତ୍ନୀ ଯାଗମୁର ଙ୍କ ଭିତରେ ଝଗଡ଼ା ଏତେ ବଢି ଗଲା କି ଯାଗମୁର ଅସିକ ଙ୍କ ହତ୍ୟା ପାଇଁ ୯.୩୦ କୋଟି ଟଙ୍କା ର ସୁପାରୀ ଦେଇ ଦେଲା। ମିଡିଆ ରିପୋର୍ଟ ଅନୁସାରେ, ଯାଗମୁର ଅସିକ ଙ୍କ ପୂର୍ବ ସମ୍ପର୍କ ରେ ବିରକ୍ତ ହୋଇ ଏହା କରିବାକୁ ସ୍ଥିର କଲେ।

 

ଯାଗମୁର କାଟ୍ରେନକଟ ହତ୍ୟାକାରୀ କୁ ୯.୩୦ କୋଟି ଟଙ୍କା ସୁପାରୀ ଦେଇ ଥିଲା। ତାହାସହ ପତି ର ହତ୍ୟା ପାଇଁ ତାକୁ ହତିୟାର ମଧ୍ୟ ଦେଇଥିଲା। ସ୍ଥାନୀୟ ମିଡିଆ ଅନୁସାରେ, ଯାଗମୁର ହତ୍ୟାକାରୀ କୁ ପତି ର ହତ୍ୟା ପରେ ଲାସ କୁ ଠିକଣା ରେ ଲଗେଇବା ପାଇଁ ସାହାଯ୍ୟ କରିବେ ବୋଲି କଥା ଦେଇଥିଲା। କିନ୍ତୁ ଏହି ପୁରା ମାମଲାରେ ଟୂଇଷ୍ଟ ତେବେ ଆସିଲା ଯେବେ ହତ୍ୟାକାରୀ ପତ୍ନୀ କୁ ଧୋକା ଦେଲା।

ହତ୍ୟାକାରୀ ଶେଷ ମୌକ ରେ ଏମ୍ରୀ ଅସିକ ଙ୍କୁ ପତ୍ନୀ ଙ୍କ ପୁରା ଷଡ଼ଯନ୍ତ୍ର ବିଷୟରେ କହିଦେଲା। ଏହାପରେ ଯାଗମୁର ଓ ହତ୍ୟାକାରୀ ଗିରଫ ହୋଇଗଲେ।ଦୁଇଜଣ ଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର କରିବାର କେସ ଚାଲିବ।

ଅସିକ ଯାଗମୁର ଙ୍କ ସହ ଆଠ ବର୍ଷ ପୂର୍ବରୁ ବିବାହ କରିଥିଲେ।ଦୁଇଜଣ ଙ୍କର ତିନୋଟି ପିଲା ଅଛି। ପୂର୍ବ ଏକ ଦୁଇ ବର୍ଷ ମଧ୍ୟରେ ଅସିକ ଙ୍କ ପୂର୍ବ ସମ୍ପର୍କ କୁ ନେଇ ଦୁଇଜଣ ଙ୍କ ଭିତରେ ଝଗଡ଼ା ହେଉଥିଲା।

ଅସିକ ତୁର୍କୀ ପାଇଁ ୩୪ ଟି ଅନ୍ତଃରାଷ୍ଟ୍ରୀୟ ଖେଳ ଖେଳିଛନ୍ତି।

Leave a Reply

Your email address will not be published. Required fields are marked *