ଗାଧୋଇସାରିଲା ପରେ କରନ୍ତୁ ନାହିଁ ଏହି ୫ଟି ଭୁଲ, ନହେଲେ ହୋଇଯିବେ ଦାଣ୍ଡର ଭିକାରୀ

ଗାଧୋଇବା ସମୟରେ କଣ ଆପଣ ଏହି ଭୁଲ କରୁଛନ୍ତି କି ତେବେ ସତର୍କ ହେଇଯାନ୍ତୁ | ହିନ୍ଦୁ ଧର୍ମରେ ଏବଂ ଶାସ୍ତ୍ରରେ ସ୍ନାନ ବା ଗାଧୋଇବା ପକ୍ରିୟାରେ କିଛି ନିୟମ ଅଛି | ଯାହାକୁ ଆମେମାନେ କଦାପି ପାଳନ କରୁନାହୁଁ | ଯାହା ଫଳରେ ଜୀବନରେ ଅନେକ ସମସ୍ୟା ଅସୁବିଧା ଏବଂ ଦୁଃଖ ଭରି ରହୁଅଛି | ଆଧୁନିକ ଯୁଗରେ ସ୍ନାନ କରିବାର ବା ଗାଧୋଇବାର ପ୍ରକ୍ରିୟା ବା କ୍ରିୟାରେ ଅନେକ ପରିବର୍ଣ୍ଣ ଆସି ସାରିଲାଣି |

ଲୋକମାନେ ଖୋଲା ନଈ ବା ନାଳରେ ଗାଧୋଉଥିଲେ କିନ୍ତୁ  ଲୋକମାନେ ଗାଧୋଇବା ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରୁଛନ୍ତି | ଯେଉଁ ଗାଧୁଆ ଘର ବା ସ୍ନାନ କକ୍ଷ ଘରର ବସ୍ତୁ ଉପରେ ଅନେକ ପ୍ରଭାବ ପକାଇଥାଏ | ଏହା ସହିତ ସ୍ନାନ କରିବା ପରେ କରୁଥିବା ଏହି କେତୋଟି କାର୍ଯ୍ୟ ବିଶେଷ କରି ମହିଳା ମାନଙ୍କ ପାଇଁ ଏକା ବଡ ପାପ ହୋଇଥାଏ | ଆଜି ଆମେ ଜାଣିବା ଗାଧୋଇବା ପରେ କେଉଁ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ |

ଯାହାର ପ୍ରଭାବ ଜୀବନରେ ଅନେକ ପଡିଥାଏ | ଯାହାକି ଆପଣଙ୍କର ଅଭାବ ଦରିଦ୍ରତା ଏବଂ ଦୁଃଖର କାରଣ ହୋଇଥାଏ | ଚାଲନ୍ତୁ ଜାଣିବା ଗାଧୋଇସାରିବା ପରେ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ | ପ୍ରଥମରେ ଜଳ ଗୋଟେ ଏପରି ତତ୍ୱ ଯାହାର ସ୍ପର୍ଶ ପ୍ରତ୍ୟକ ବସ୍ତୁଏବଂ ପ୍ରତ୍ୟକ ଜୀବକୁ ସ୍ୱଚ୍ଛ କରିଥାଏ | ଏହି ଜଳରେ ସ୍ନାନ କରିବା ପରେ ମହିଳାମାନେ ସ୍ୱଚ୍ଛ ବା ପବିତ୍ର ହୁଅନ୍ତି | ତେଣୁ ସ୍ନାନ କରିବା ପରେ କୌଣସି ଅସ୍ୱଚ୍ଛ ଅପବିତ୍ର କାମ କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ |

ଯେପରି ଶାରୀରିକ ସମ୍ପର୍କ ଗାଧୋଇସାରିବା ପରେ କୋୖଣସି ମହିଳା ମାନଙ୍କୁ ଶାରୀରିକ ହେଵା ସେମାନଙ୍କୁ ଅସ୍ୱଚ୍ଛ କରାଇଥାଏ |ଏବଂ ଏହି ଅସ୍ୱଚ୍ଛ ଅବସ୍ଥାରେ କୌଣସି ଶୁଭ କାର୍ଯ୍ୟ କିମ୍ବା କୋୖଣସି ବି କାର୍ଯ୍ୟରେ ସେମାନେ ହାତଦେବା ଏହି କାର୍ଯ୍ୟରେ ଅସଫଳତା ହିଁ ମିଳିଥାଏ | ସ୍ନାନ କରିବା ସମୟରେ କୌଣସି ମହିଳା କିମ୍ବା ପୁରୁଷମାନଙ୍କୁ ସମ୍ପୂର୍ଣ ନଗ୍ନ ଅବସ୍ଥାରେ ଗାଧୋଇବା ଅନୁଚିତ ହୋଇଥାଏ | କାରଣ ପ୍ରତ୍ୟକ ନକାରାତ୍ମକ ଶକ୍ତି ବଶୀଭୂତକରି ଶକ୍ତି ନଗ୍ନ ପ୍ରତି ଅଧିକରୁ ଅଧିକ ଆକର୍ଷିତ ହୋଇଥାନ୍ତି | ସ୍ନାନ କରିବା ସମୟରେ ଶରୀରକୁ ଢାଙ୍କି ସ୍ନାନ କରିବା ହିଁ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଉଚିତ ହୋଇଥାଏ |

ଏହାପରେ ହେଉଛି ପ୍ରାୟ ମହିଳାମାନେ ଏହି ଭୁଲ କରୁଛନ୍ତି | ସ୍ନାନ କରିସାରିବା ପରେ ଓଦା ବସ୍ତ୍ରରେ ନିଜର ଶୟନ କକ୍ଷକୁ ପ୍ରବେଶ କରିଥାନ୍ତି | କିନ୍ତୁ ଏପରି କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ | କଦାପି ଓଦା ବସ୍ତ୍ର ଧାରଣକରି ନିଜର ଶୟନ କକ୍ଷ ରୋଷେଇ ଘର ଏବଂ ଘରର ପବିତ୍ର ସ୍ତାନ ଠାକୁରଙ୍କ ଘରକୁ ପ୍ରବେଶ କରିବା ବର୍ଜିତ କରାଯାଇଅଛି | ଯାହାକି ଘରର ବସ୍ତୁ ଉପରେ ଅନେକ ପ୍ରଭାବ ପକାଇବା ସହିତ ବସ୍ତୁ ଦୋଷ ଉତ୍ପନ କରିଥାଏ ଫଳରେ ଘର ମଧ୍ୟରେ କୌଣସି ଶୁଭ କଡଵା ହୋଇପାରିନଥାଏ | ଘରର ଉନ୍ନତିରେ ଅନେକ ବାଧା ସୃଷ୍ଟି ହୋଇଥାଏ |

ତୃତିୟରେ ପ୍ରତ୍ୟକ ଘରେ ମହିଳା ଏବଂ ସ୍ତ୍ରୀମାନେ ସ୍ନାନ ପରେ ସ୍ୱଚ୍ଛ ହୋଇ ଘରର ଠାକୁର ପୂଜା କରିଥାନ୍ତି କିମ୍ବା ଧାର୍ମିକ କାର୍ଯ୍ୟ କରିଥାନ୍ତି | କିନ୍ତୁ ଗାଧୋଇସାରିବା ଆରେ ଓଦା ମୁଣ୍ଡରେ ମହିଳାମାନଙ୍କୁ ଠାକୁର ପୂଜା କରିବା କୌଣସି ଧାର୍ମିକ କାର୍ଯ୍ୟ କରିବା ବାରଜୀତ କରାଯାଇଅଛି | ତେଣୁ ଗାଧୋଇସାରିବା ପରେ ନିଜର କେଶକୁ ଭଲ ଭାବେ ଶୁଖାଇ ଠାକୁର ଠାକୁର ପୂଜା କରିବା ଉଚିତ ହୋଇଥାଏ | ଚତୁର୍ଥରେ ଏହା ଆପଣ ନିଶ୍ଚିନ୍ତ ଜାଣିଥିବେ ଯେ ଗାଧୋଇସାରିବା ପରେ ଶରୀରରେ କୌଣସି ପ୍ରକାରର ତୈଳର ବବହାର କରିବା ଅନୁଚିତ ହୋଇଥାଏ |

ଯାହାକି ଆପଣଙ୍କ ଜନ୍ମ କୁଣ୍ଡଳୀର ଗ୍ରହ ଏବଂ ଜନ୍ମ କୁଣ୍ଡଳୀର ପ୍ରମୁଖ ଗ୍ରହମାନଙ୍କୁ ଅଶାନ୍ତ କରାଇଥାଏ | ଯାହାଫଳରେ ଜୀବନରେ ଅଶାନ୍ତି ଭରିଯାଏ | ଧନ ଜନିତ ସମସ୍ୟା ଅଶାନ୍ତି ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି ଅନେକ ସମସ୍ୟା ଦେଖାଦେଇଥାଏ | ଏବଂ ଶେଷରେ ଗାଧୋଇସାରି ଆସିବା ଶରୀରର କୌଣସି ବାଳ ବା ନଖକୁ କାଟିବା ସମ୍ପୂର୍ଣ ଭାବେ ଅଶୁଭ ହୋଇଥାଏ | ଶାସ୍ତ୍ରରେ ଏହା ସମ୍ପୂର୍ଣ ବର୍ଜିତ କରାଯାଇଅଛି | କଦାପି ଗାଧୋଇସାରି ଆସିବା ପରେ ଶରୀରର ଵାଲା ବା ନଖକୁ କାଟନ୍ତୁ ନାହିଁ | ଏହି ୫ଟି କାର୍ଯ୍ୟ କୌଣସି ମହିଳା କିମ୍ବା ପୁରୁଷ ଆଦୌ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *