ଗୁପଚୁପ ଖାଇବାକୁ ଯାଇ ଠେଲା ଦୋକାନୀଙ୍କ ସହିତ ପ୍ରେମରେ ପଡିଲେ ଯୁବତୀ, ଘରୁ ପଳାଇଗଲେ ଦୁଇଜଣ।

ଉତ୍ତରପ୍ରଦେଶର ମିର୍ଜାପୁରରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯୁବତୀ ଗୁପଚୁପ ଖାଇବାକୁ ଯାଇ ଗୁପଚୁପ ବିକୁଥିବା ଦୋକାନୀଙ୍କ ସହିତ ତାଙ୍କୁ ପ୍ରେମ ହୋଇଯାଇଥିଲା। ଖାଲି ଏତିକି ନୁହଁ ଅବସର ପାଇଁ ଯୁବତୀ ଜଣକ ତାଙ୍କ ସହିଟ ଘରୁ ଚାଲିଯାଇଥିଲେ। ଯୁବତୀ ଯେତେବେଳେ ଗୋଟିଏ ଦିନ ପରେ ଘରକୁ ଫେରିଥିଲେ ସେତେବେଳେ ସମ୍ପୂର୍ଣ୍ଣ ମାମଲାର ଖୁଲାସା ହୋଇଥିଲା।

ଏହି ମାମଲା ମିର୍ଜାପୁରର କଚ୍ଛୱା ବଜାରର ଅଟେ। ଏଠାରେ ଝାଂସିରୁ ଆସି ସଡ଼କ କଡ଼ରେ ଗୁପଚୁପ ବିକୁଥିବା ଜଣେ ଯୁବକ ୧୭ ବର୍ଷୀୟ ହାଇସ୍କୁଲ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ଯୁବତୀ ଜଣକ ଗୁପଚୁପ ଖାଇବା ପାଇଁ ପ୍ରତ୍ୟେକ ଦିନ ତାଙ୍କ ଦୋକାନକୁ ଆସୁଥିଲେ। ଏହାର କିଛିଦିନ ପରେ ୨୮ ଜୁଲାଇ ରାତି ୧୧ ଘଣ୍ଟା ବେଳକୁ ଘରୁ ପଳାଇ ଯାଇଥିଲେ।

ଯୁବତୀଙ୍କ ପରିବାର ଲୋକ ଜାଣିବାକୁ ପାଇଲେ ଯେ, ସଡ଼କ କଡ଼ରେ ଗୁପଚୁପ ଠେଲା ଲଗାଉଥିବା ଯୁବକ ମଧ୍ୟ ଗାୟବ ରହିଛନ୍ତି। ଏହା ଜାଣିବା ପରେ ପରିବାର ଲୋକ କଚ୍ଛୱା ଥାନାର ପୋଲିସଙ୍କୁ ଏବିଷୟରେ ସୂଚିତ କରିଥିଲେ।

ସୂଚନା ପରେ ପୋଲିସ ସକ୍ରିୟ ହୋଇଯାଇଥିଲେ। ଏହାପରେ ଗୁପଚୁପ ବିକୁଥିବା ଯୁବକ ଜଣକ ନିଜର ପରିବାର ଲୋକଙ୍କୁ ମୋବାଇଲ ଦ୍ୱାରା ଫୋନ କରି କହିଥିଲେ ଯେ, ସେ ତାଙ୍କ ପ୍ରେମିକାଙ୍କୁ ନେଇ ଝାଂସି ଯାଇଛନ୍ତି।

ତେବେ ଯୁବତୀଙ୍କ ପରିବାର ଲୋକ ଏବଂ ପୋଲିସର କଥାବାର୍ତ୍ତା କରିବା ପରେ ସେ ଯୁବତୀଙ୍କୁ ଛାଡି ଦେଇଥିଲେ। ଦ୍ଵିତୀୟ ଦିନ ପ୍ରେମୀ ଯୁବକଙ୍କ ସହିତ ପଳାଇଯାଇଥିବା ଯୁବତୀଙ୍କୁ ପୋଲିସ ସାହାଯ୍ୟରେ ଯୁବତୀଙ୍କ ପରିବାରଙ୍କ ପାଖରେ ଛାଡି ଦିଆଯାଇଥିଲା।

କଚ୍ଛୱା ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ରାୟଙ୍କ କହିବା ମୁତାବକ, ଏହି ଘଟଣା ୨୮ ଏବଂ ୨୯ ଜୁଲାଇର ଅଟେ। ଏହି ମାମଲାକୁ ନେଇ କୌଣସି FIR ଫାଇଲ କରାଯାଇନଥିଲା କି କୌଣସି କେସ ମଧ୍ୟ କରାଯାଇନଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଯୁବତୀଙ୍କୁ ଠାବ କରିବା ପରେ ଦ୍ଵିତୀୟ ଦିନ ଯୁବତୀଙ୍କୁ ତାଙ୍କ ପରିବାର ପାଖରେ ଛାଡି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *