ଗୌହର ଖାନଙ୍କ ଜୀବନରେ ପ୍ରେମର ଏଣ୍ଟ୍ରି। ନିଜଠାରୁ ୧୨ ବର୍ଷ ଛୋଟ ବ୍ୟକ୍ତିଙ୍କ ସହିତ ଡେଟିଂ କରି ଚର୍ଚ୍ଚାକୁ ଆସିଲେ ଗୌହର।

ବିଗ ବସ୍ ୭ର ବିଜେତା ଗୌହର ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ନୂତନ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ରହିଛି ଯେ, ଗୌହର ଖାନଙ୍କ ଜୀବନରେ ଜଣେ ନୂତନ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇଛି। ସେ ମ୍ୟୁଜିକ କମ୍ପୋଜର ଇସ୍ମାଇଲ ଦରବାରଙ୍କ ପୁଅ ଜୈଦଙ୍କୁ ଡେଟ କରୁଛନ୍ତି।

ଇ ଟାଇମସ୍ ଟିଭି ରିପୋର୍ଟ ମୁତାବକ, ଜୈଦଙ୍କୁ ଗୋପନରେ ଡେଟିଂ କରୁଛନ୍ତି ଗୌହର ଖାନ। ଦୁହେଁ ପରସ୍ପର ସହିତ ବହୁତ ସମୟ ଅତିବାହିତ କରୁଛନ୍ତି। ଗୌହର ବୟସରେ ଜୈଦଙ୍କ ଠାରୁ ୧୨ ବର୍ଷ ବଡ଼ ଅଟନ୍ତି।

ତେବେ ବର୍ତ୍ତମାନ ଉଭୟ ଏହି ସମ୍ପର୍କ ବିଷୟରେ କୌଣସି ଅଫିସିଆଲ ଖୁଲାସା କରି ନାହାନ୍ତି। ସୋସିଆଲ ମିଡ଼ିଆରେ ଗୌହର ଏବଂ ଜୈଦଙ୍କ ଏକ ସାଥିରେ ଫୋଟୋ ଚିତ୍ର ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଜୈଦଙ୍କ ସହିତ ସହିତ ଗୌହରଙ୍କ ଡ୍ୟାନ୍ସ ଭିଡ଼ିଓ ସାମ୍ନାକୁ ଆସିଥିଲା। ସେମାନେ ନିଶ୍ଚିତ ଭାବରେ ବ୍ୟାଣ୍ଡ ସେୟାର କରୁଛନ୍ତି କିନ୍ତୁ ତାଙ୍କ ସମ୍ପର୍କର କଥା କେତେଦୂର ମିଛ ବା ସତ ତାହା ଏପର୍ଯ୍ୟନ୍ତ ପୁଷ୍ଟି ହୋଇନାହିଁ।

ଜୈଦ ବିଷୟରେ କହିବାକୁ ଗଲେ ସେ ଜଣେ ଅଭିନେତା, ଡ୍ୟାନ୍ସର, କଣ୍ଟେଣ୍ଟ କ୍ରିଏଟର ଅଟନ୍ତି। ଜୈଦଙ୍କର ସୋସିଆଲ ମିଡ଼ିଆରେ ବହୁତ ପରିମାଣର ଫ୍ରେଣ୍ଡ ଫୋଲୋଇଙ୍ଗ ରହିଛନ୍ତି। ସେ ଜଣେ ପ୍ରଫେସନାଲ ଡ୍ୟାନ୍ସର ଅଟନ୍ତି।

ସେ ମ୍ୟୁଜିକ ଭିଡ଼ିଓ ଛମିୟାରେ ଶକ୍ତି ମୋହନ ଏବଂ ବେଷ୍ଟ ଇଣ୍ଡିଜ କ୍ରିକେଟର ଡ଼ୱେନ ବ୍ରାଓ ସାଙ୍ଗରେ ନଜର ଆସିଥିଲେ। ଏହି ଗୀତ ଏକ ୱେଡିଙ୍ଗ ନମ୍ବର ଥିଲା।

କିଛି ଦିନ ପୂର୍ବରୁ ଜୈଦ, ଗୌହରଙ୍କ ସହିତ ଉଠାଇ ଥିବା ଏକ ଫୋଟୋ ଚିତ୍ର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହାର କେପସନରେ ଜୈଦ ଲେଖିଥିଲେ- Her soul is pure magic🦋।

ଜୈଦଙ୍କ ପୂର୍ବରୁ ଗୌହର ଖାନଙ୍କ ନାମ ଟିଭି ଅଭିନେତା କୁଶାଲ ଟଣ୍ଡନଙ୍କ ସହିତ ଯୋଡ଼ା ଯାଉଥିଲା। ତେବେ ଦୁହିଁଙ୍କ ମଧ୍ୟରେ ପ୍ରେମର ପ୍ରାରମ୍ଭ ବିଗ ବସ୍ ୭ରୁ ହୋଇଥିଲା। ଦୁଇଜଣ ସାଙ୍ଗରେ ଗୋଟିଏ ମ୍ୟୁଜିକ ଭିଡ଼ିଓ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନ ପରେ ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ତେବେ ଦୁଇଜଣଙ୍କ ମଧ୍ୟରେ ଭଲ ଭାବରେ ବ୍ରେକଅପ ହୋଇନଥିଲା। ଅନେକ ବିବାଦ ହୋଇଥିଲା ସେମାନଙ୍କ ମଧ୍ୟରେ। କିନ୍ତୁ ବର୍ତ୍ତମାନ ଦୁହେଁ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି ଏବଂ ପୁରୁଣା କଥାକୁ ଭୁଲାଇ ଦେଇଛନ୍ତି।

ବର୍ତ୍ତମାନ ଗୌହର ଏବଂ କୁଶାଲଙ୍କ ଭିତରେ ସମ୍ପର୍କ ଉତ୍ତମ ରହିଛି। ଦୁଇଜଣ ସୋସିଆଲ ମିଡିଆରେ ଉଭୟଙ୍କ ପୋଷ୍ଟରେ କମେଣ୍ଟ ମଧ୍ୟ କରିଥାନ୍ତି। ତେବେ ଗୌହର ୨୦୧୮ରେ ଆସିଥିବା ଫିଲ୍ମ ବେଗମ ଜାନରେ ନଜର ଆସିଥିଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *