ଘରର କେଉଁ ସ୍ଥାନରେ ମୟୁର ପଙ୍ଖ ରଖିଲେ, ୧୦ ଗୁଣା ପଢିଯିବ ଆପଣଙ୍କ ଧନ।

ଆଜିର ଏହି ମହଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କର ଭଗବାନ ପାଲଟି ଗଲାଣି। ଆଜି କାଲିର ଲୋକମାନେ ଯେତେ ଟଙ୍କା ଅର୍ଜନ କରିଲେ ମଧ୍ୟ ତା’ଠାରୁ ଅଧିକ ଖର୍ଚ୍ଚ ହୋଇଯାଉଛି। ଆଜିର ଯୁଗରେ ଖୁବ ଅଳ୍ପ ଲୋକ ଏମିତି ଥିବେ ଯେଉଁମାନଙ୍କୁ ଟଙ୍କାର ଅଭାବ ହେଉ ନଥିବ। ଯଦିଓ କାହା ପାଖରେ ପର୍ଯ୍ୟାପ୍ତ ଟଙ୍କା ରହୁଛି ସେମାନଙ୍କୁ ଅଧିକ ଟଙ୍କା ଅର୍ଜନ କରିବାର ଇଚ୍ଛା ରହିଛି। ଧନର ମୋହ ସେହିପରି ହିଁ ହୋଇଥାଏ, ଯେତେ ଥିଲେ ବି ମନ ଭରି ନଥାଏ।

ଏମିତିକି ବହୁତ ପରିଶ୍ରମ ପରେ ଆପଣଙ୍କୁ ନିଜର ଇଚ୍ଛା ଅନୁସାରେ ଟଙ୍କା ମିଳି ନଥାଏ, ଯଦି ମିଳି ଯାଇଥାଏ ତେବେ ପାଖରେ ରହି ନଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାଦ୍ୱାରା ଟଙ୍କା ଆସିବାର ବାଟ ଖୋଲିଯିବ ଏବଂ ତାହା ବହୁଦିନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ। ଏଥିପାଇଁ ଆପଣଙ୍କୁ ବେଶୀ କିଛି ନୁହେଁ କେବଳ ତିନୋଟି ମୟୁର ପଙ୍ଖର ବ୍ୟବହାର କରିବାକୁ ପଡିବ।

ତେବେ କଣ ଅଟେ ଏହି ମୟୁର ପଙ୍ଖ? ମୟୁର ପଙ୍ଖ ଏକ ଶକ୍ତିଶାଳୀ ଚାମତ୍କାରୀ ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ମଧ୍ୟ ବହୁତ କାମରେ ଆସିଥାଏ। କେବଳ ବର୍ତ୍ତମାନ ନୁହେଁ ପ୍ରାଚୀନ୍ନ କାଳରୁ ଏହାର ବ୍ୟବହାର କରାଯାଉଛି। ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଏବଂ ସବୁଠାରେ ଏହାର ବ୍ୟବହାର ଉଲ୍ଲେଖ କରାଯାଇଛି। ଭଗବାନ କୃଷ୍ଣଙ୍କର ମୁକୁଟରେ ମୟୁର ପଙ୍ଖର ବ୍ୟବହାର କରାଯାଇଥାଏ। ଏହି ମୟୁର ପଙ୍ଖକୁ ବିଦ୍ୟା ଦେବୀ ସରସ୍ୱତୀ, ଧନର ଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତ୍ତିକ, ହନୁମାନ ଆଦି ସମସ୍ତଙ୍କ ସହିତ ଯୋଡ଼ା ଯାଇଥାଏ। ଏହି ମୟୁର ପଙ୍ଖକୁ ଯଦି ଆପଣ ବଇଁଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ।

ଘରେ ଯଦି ନକରାତ୍ମକ ଉର୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବା, କେମିତି ଏହାର ବିନାଶ କରିବା? ଏଥିପାଇଁ ଆପଣ ଏକ ମୟୁର ପଙ୍ଖକୁ ସନ୍ଧ୍ୟା ଆଳତୀ ପରେ ଜୋର ଜୋରରେ ହଲାନ୍ତୁ। ଏହାଦ୍ବାରା ଆପଣଙ୍କର ଘରେ ଥିବା ନକରାତ୍ମକ ଉର୍ଜା ଚାଲିଯାଇଥାଏ। ଏପରି ଆପଣ ପ୍ରତିଦିନ କରନ୍ତୁ। ଏହା ବହୁତ ଲାଭଦାୟୀ ହୋଇଥାଏ। ଯେଉଁଘରେ ସକାରାତ୍ମକ ଉର୍ଜା ଅଧିକ ରହିଥାଏ ମାତା ଲକ୍ଷ୍ମୀ ସେଠାରେ ଅଧିକ ପ୍ରସନ୍ନ ରୁହନ୍ତି।

ଘରର ଏପରି ତିନୋଟି କୋଣ ରହିଛି ଯେଉଁଠାରେ ମୟୁର ପଙ୍ଖ ରଖିଲେ ଆପଣଙ୍କର ଘର ସର୍ବଦା ସକାରାତ୍ମକ ଉର୍ଜାରେ ଭରପୂର ରହିଥାଏ ଏବଂ ସବୁବେଳେ ଲକ୍ଷ୍ମୀ ବାସ କରିବେ। ଆ0ଆପଣଙ୍କ ଘରେ କୌଣସି ଶୁଭ ଦିନରେ ମୟୁର ପଙ୍ଖକୁ ଏମିତି ଏକ ସ୍ଥାନରେ ରଖିବେ ଯେଉଁଠିକୁ ସମସ୍ତଙ୍କର ଦୃଷ୍ଟି ପଡିବ। ମୟୁର ପଙ୍ଖ ନକରାତ୍ମକ ଉର୍ଜାକୁ ନିଜ ଆଡକୁ ଟାଣି ନେଇଥାଏ ସେଥିପାଇଁ ଏହାକୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଏହା ସମସ୍ତଙ୍କ ନଜରକୁ ଆସିବ। ମୟୁର ପଙ୍ଖର ଏହି ଉପାୟ କେବଳ ଆପନଙ୍କର ନୁହେଁ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଆଣିଦିଏ। ଏହି ଉପାୟକୁ ଆପଣ କୌଣସି ଏକ ଶୁଭ ଦିନରେ କରି ପାରିବେ।

ମୟୁର ପଙ୍ଖର ବ୍ୟବହାର ସବୁ ସ୍ଥାନରେ ହୋଇଥାଏ ଯେମିତିକି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୁର ପଙ୍ଖ ରଖିଥାନ୍ତି। ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ। ଘରର ସବୁ ରୁମରେ ଗୋଟିଏ ଗୋଟିଏ ମୟୁର ପଙ୍ଖ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ଯଦି ଆପଣଙ୍କର ରାହୁ କେତୁ ବା କାଳସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୁର ପଙ୍ଖ ରଖନ୍ତୁ। ଏହାଦ୍ବାରା ଆପଣଙ୍କର ଲାଭ କରାଇବ।

ଯଦି ଆପଣଙ୍କ ଘରେ କୌଣସି ଶିଶୁ ବହୁତ ଜିଦଖୋର ହେଉଛନ୍ତି ତେବେ ତାକୁ ମୟୁର ପଙ୍ଖ ହଲାଇ ପବନ କରାଇଲେ ତା’ର ଜିଦଖୋର ପ୍ରବୃତ୍ତି ଦୂର ହୋଇଯାଇଥାଏ। ନଚେତ ଆପଣଙ୍କ ଘରର ଫ୍ୟାନରେ ମୟୁର ପଙ୍ଖ ଲଗାଇ ଦିଅନ୍ତୁ ଏହା ମଧ୍ୟ ପିଲାର ଜିଦଖୋର ପ୍ରକୃତି ଧୀରେ ଧୀରେ କମାଇ ଦେବ। ନବଜାତ ଶିଶୁଙ୍କ ନଜର କାଟିବା ପାଇଁ ବିଛଣା ପାଖରେ ଏକ ମୟୁର ପଙ୍ଖ ରଖି ଦିଅନ୍ତୁ। ଏହାଦ୍ବାରା ନଜର ଦୋଷ ଛାଡିଯିବ।

ଯଦି ଆପଣଙ୍କ ଘରେ ଟଙ୍କା ଅଣ୍ଟୁ ନାହିଁ, ଧନ ଆଗମନ ହେଉ ନାହିଁ, ଖର୍ଚ୍ଚ ଅଧିକ ହେଉଛି କିମ୍ବା ଯେତେ ଟଙ୍କା ଆସିଲେ ସରିଯାଉଛି ତେବେ ଘରର ଦକ୍ଷିଣ-ପୂର୍ବ କୋଣରେ ଏହି ମୟୁର ପଙ୍ଖକୁ ରଖିଲେ ବହୁତ ଲାଭଦାୟୀ ହୋଇଥାଏ। କୁହାଯାଏ ମୟୁର ପଙ୍ଖ ଘରେ ରଖିଲେ ସାପ ପଶି ନଥାଏ। ଘରର ଏପରି ମଧ୍ୟ ତିନୋଟି କୋଣ ରହିଛି ଯେଉଁଠାରେ ମୟୁର ପଙ୍ଖ ରଖିଲେ ଧନ ୧୦ ଗୁଣା ବଢିଯାଇଥାଏ। ଆପଣଙ୍କ ଆଲମିରା ଯେଉଁଠାରେ ଆପଣ ଟଙ୍କା ରଖିଛନ୍ତି ସେଠାରେ ମୟୁର ପଙ୍ଖ ରଖି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ଧନ ବୃଦ୍ଧି ହେବ।

ଦ୍ଵିତୀୟ ସ୍ଥାନ ହେଉଛି ମୟୁର ପଙ୍ଖ ଘରର ଠାକୁର ରଖିଥିବା ସ୍ଥାନରେ କିମ୍ବା ଉତ୍ତର-ପୂର୍ବ କୋଣରେ ରଖି ଦିଅନ୍ତୁ। ପ୍ରତିଦିନ ପୂଜା ସମୟରେ ଏହି ମୟୁର ପଙ୍ଖକୁ ମଧ୍ୟ ପୂଜା କରନ୍ତୁ, ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଧନ ଆଗମନର ମାର୍ଗ ଖୋଲିଯିବ। ତୃତୀୟ ସ୍ଥାନଟି ହେଉଛି ମୟୁର ପଙ୍ଖ ଆପଣଙ୍କ ବିଛଣା ତଳେ ରଖି ଦିଅନ୍ତୁ। ଏହାଦ୍ବାରା ଆପଣ ଶୋଇଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତି ଆସିବ। ଆପଣଙ୍କ ଜୀବନରେ ସଫଳତା ମିଳିବ। ଆପଣଙ୍କ ଘରର ପ୍ରବେଶ ଦ୍ୱାର ପାଖରେ ଗଣେଶଙ୍କ ମୃର୍ତ୍ତି କିମ୍ବା ଫୋଟୋ ଲଗାଇ ସେଥିରେ ତିନୋଟି ମୟୁର ପଙ୍ଖ ଲଗାଇ ଦିଅନ୍ତୁ। ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂରେଇଯିବ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *