ଘରେ ପିଜା ତିଆରି କରିବା ପାଇଁ ମାର୍କେଟରୁ ଏକ ପ୍ରସ୍ତୁତ ବେସ୍ ଆଣିଥିଲେ ମହିଳା, ଖାଇବାପରେ ସ୍ୱାମୀ ମଇଦାରେ ପାଇଲେ ଖତରନାକ ଜିନିଷ

କରୋନା କାରଣରୁ ଲୋକମାନେ ବାହାରେ ଖାଇବା ପରିବର୍ତ୍ତେ ଘରେ ଅନେକ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଏପରି ପରିସ୍ଥିତିରେ ଅନେକ ଜିନିଷ ଅଛି ଯାହାର ଚାହିଦା ହଠାତ୍ ବୃଦ୍ଧି ପାଇଯାଇଥିଲି । ଏଥି ମଧ୍ୟରୁ ଗୋଟିଏ ହେଉଛି ପିଜା ବେସ । ଭାରତ ନୁହେଁ, ବିଦେଶରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କ ପାଇଁ ସୁପରମାର୍କେଟରୁ ପିଜା କିଣିବା ବହୁତ୍ ଖତରନାକ ସାବ୍ୟସ୍ତ ହୋଇଥିଲା । ମହିଳା ଜଣକ ସେଠାରେ ସୁପରମାର୍କେଟରୁ ପିଜା ବେସ କିଣିବା ପରେ ଘରକୁ ଆସିଥିଲେ । କିନ୍ତୁ ଯେବେ ପିଜା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କ ନଜର ପଡ଼ିଲା ବେସରେ ମିଶା ଯାଇଥିବା ସେହି ଖତରନାକ ଜିନିଷ ଉପରେ । ଯଦି ଏପରି ହୋଇନଥାନ୍ତା, ତେବେ ପିଜା ଖାଇବା ପରେ ତାଙ୍କର ଖରାପ୍ ଅବସ୍ଥା ହୋଇ ଯାଇଥାନ୍ତା । ଏଥିରେ ଛୋଟ ଛୋଟ ବ୍ଲେଡ୍ ଭାଙ୍ଗି କରି ମିଶା ଯାଇଥିଲା ।

ଆମେରିକାର ସାକୋ ହାନଫୋର୍ଡ ସୁପରମାର୍କେଟ ଲୋକଙ୍କୁ ନିବେଦନ କରିଛି, ଯେଉଁମାନେ ମଧ୍ୟ ଅଗଷ୍ଟ ୧ ରୁ ଅକ୍ଟୋବର ୧୧ ମଧ୍ୟରେ ସେମାନଙ୍କର କୌଣସି ଦୋକାନ ଚେନରୁ ପିଜା ବେସ୍ କିଣିଛନ୍ତି, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।

ପିଜା ବେସ୍ ବଦଳରେ ଦୋକାନ ଲୋକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଛି । ବାସ୍ତବରେ, ଏହି ସମୟ ମଧ୍ୟରେ ବିକ୍ରି ହୋଇଥିବା ପିଜା ବେସରେ ବ୍ଲେଡ ଭାଙ୍ଗିକରି ମିଶିଥିବା ଅଭିଯୋଗ ଆସିଛି । ଏହି କାରଣରୁ, ଦୋକାନ ଲୋକମାନଙ୍କୁ ପିଜା ବେସ୍ ଫେରସ୍ତ କରିବାକୁ ନିବେଦନ କରିଛି ।

ମାମଲାର ଖୁଲାସା ଦୋକାନରୁ ବେସ ନେଇଥିବା ଜଣେ ମହିଳା କରିଛନ୍ତି । ଏହି ମହିଳା ଘରେ ପିଜା ତିଆରି କରିବା ପାଇଁ ଦୋକାନରୁ ବେସ୍ କିଣି ଥିଲେ । ସେ ନିଜ ପିଲାମାନଙ୍କୁ ଲକଡାଉନରେ ଘରେ ତିଆରି ଖାଦ୍ୟ ଖାଇବା ପାଇଁ ପ୍ରସ୍ତୁତ କରୁଥିଲେ ।

କିନ୍ତୁ ଯେବେ ଘରେ ପହଞ୍ଚି ସେ ବେସ୍ ବାହାର କରିଲେ ସେହି ବେସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଖାଇବା ପୂର୍ବରୁ ତାଙ୍କର ନଜର ବେସରେ ଭର୍ତ୍ତି ହୋଇଥିବା ଚମକପୂର୍ଣ୍ଣ ଜିନିଷ ଉପରେ ପଡ଼ିଲା ।

ଯେତେବେଳେ ସେ ଏହାକୁ ବାହାର କରିଲେ, ସେ ପାଇଲେ ବିସ୍ ରେ ଛୋଟ ଛୋଟ ବ୍ଳେଡ୍ ଖଣ୍ଡଗୁଡିକ ଭର୍ତ୍ତି ହୋଇ ରହିଛି । ଯଦି ସେ ଏଗୁଡ଼ିକୁ ଦେଖିନଥାନ୍ତେ, ତେବେ ତାଙ୍କ ପିଲାମାନେ ବୋଧହୁଏ ଏହାକୁ ଖାଇଦେଇ ଥାନ୍ତେ । ଏହା ପରେ ମହିଳା ଜଣକ ଦୋକାନରେ ଅଭିଯୋଗ କରିଥିଲେ ।

ଏହି ଘଟଣାର ତଦନ୍ତ ପାଇଁ ଦୋକାନ ପୋଲିସକୁ ସୂଚନା ଦେଇଥିଲା, ଏହା ପରେ ଯେଉଁ ଠାରେ ବେସ୍ ପ୍ରସ୍ତୁତ ହୋଇଥିଲା, ଏହା ପରେ ସେହି ହୋକନ ଏବଂ ସୁପରମାର୍କେଟର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା । ଏଥିରେ ତାଙ୍କର ନଜର ଜଣେ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଯିଏ ବେସ୍ ଦୋକାନ ସହିତ ଛେଡଛାଡ କରୁଥିବା ଦେଖାଯାଉଥିଲା ।

ଏହି ବ୍ୟକ୍ତି ପୂର୍ବରୁ ଏହି ପିଜା ବେସ୍ କମ୍ପାନୀରେ କାମ କରୁଥିଲେ । ପୋଲିସ ତାଙ୍କୁ ଗିରଫ କରି ନେଇଛି । ତେବେ ସେ ଏଭଳି କାର୍ଯ୍ୟ କାହିଁକି କରିଛନ୍ତି ତାହା ଏପର୍ଯ୍ୟନ୍ତ କହି ନାହାଁନ୍ତି ?

Leave a Reply

Your email address will not be published. Required fields are marked *