ଛାତ ଉପରେ ପାଟି ଖୋଲି ଶୋଇଥିଲେ ମହିଳା, ମଧ୍ୟରାତ୍ରିରେ ଗଳା ଭିତରକୁ ପଶିଗଲା ୪ ଫୁଟ ଲମ୍ବାର ସାପ

ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନଙ୍କର ମୁହଁ ଖୋଲି ଶୋଇବାର ଅଭ୍ୟାସ ରହିଛି। ବୈଜ୍ଞାନିକ ନଜରରୁ ଦେଖିଲେ ଏମିତି ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଏପରି ଭାବରେ ମୁହଁ ଖୋଲି ଶୋଇଥାନ୍ତି। ଘୁଙ୍ଗୁଡ଼ି ମାରିବାର ରୋଗ ମଧ୍ୟ ନିଶ୍ୱାସ ଜନିତ ସମସ୍ୟା ସହିତ ଜଡିତ ଅଟେ। ଅନେକଥର ମୁହଁ ଖୋଲି ଶୋଇବା ସମୟରେ ମଶା କିମ୍ବା ମାଛି ପଶି ଯାଇଥିବାର କଥା ଶୁଣିଥିବେ, କିନ୍ତୁ ରୁଷର ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି।

ଏଠାରେ ରହୁଥିବା ଜଣେ ମହିଳାଙ୍କ ଗଳାରୁ ଡାକ୍ତର ୪ ଫୁଟ ଲମ୍ବାର ସାପ ବାହାର କରିଛନ୍ତି। ଏହି ସାପ ମହିଳାଙ୍କ ଗଳାରେ ସେତେବେଳେ ପଶି ଯାଇଥିଲା, ଯେତେବେଳେ ସେ ମୁହଁ ଖୋଲା କରି ଶୋଇଥିଲେ। ଅସ୍ତ୍ରୋପଚାର ସମୟରେ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ଘଟଣା ରୁଷର ଡଗେଷ୍ଟନରୁ ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କର ଗଳାରୁ ଡାକ୍ତରମାନେ ୪ ଫୁଟ ଲମ୍ବାର ସାପ ବାହାର କରିଛନ୍ତି। ରିପୋର୍ଟ ମୁତାବକ ସାପ ମହିଳାଙ୍କ ଗଳାରେ ସେତେବେଳେ ଫସି ଯାଇଥିଲା ଯେତେବେଳେ ସେ ଡଗେଷ୍ଟନ ସ୍ଥିତ ନିଜ ଗାଁ ଲେବଶୀରେ ଶୋଇଥିଲେ।

ନିଦରେ ହିଁ ସାପ ଯାଇ ତାଙ୍କ ଗଳା ଭିତରକୁ ଚାଲିଯାଇଥିଲା। ପରଦିନ ସକାଳୁ ଯେତେବେଳେ ମହିଳା ଜଣକ ଉଠିଥିଲେ ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ କିଛି ଠିକ ଲାଗି ନଥିଲା। ତାଙ୍କୁ ଘର ଲୋକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ବେହୋଶ ଔଷଧ ଦେଇ ତାଙ୍କର ସର୍ଜରୀ ଆରମ୍ଭ କରାଯାଇଥିଲା, ସେତେବେଳେ ଜଣେ ଡାକ୍ତର ମହିଳାଙ୍କ ମୁହଁ ଖୋଲି ଭିତରକୁ ଦେଖିବାକୁ ଚେଷ୍ଟା କଲେ ଏବଂ ଭିତରେ ଯାହା ଦେଖିଲେ ସମସ୍ତଙ୍କର ହୋଶ ଉଡ଼ିଗଲା।

ମହିଳାଙ୍କ ଗଳାରେ ୪ ଫୁଟର ଏକ ସାପ ରହିଥିଲା। ତାକୁ ଏକ ଚିମୁଟା ସାହାଯ୍ୟରେ ଟାଣି ବାହାର କରାଯାଇଥିଲା। ଯେତେବେଳେ ସାପକୁ ଡାକ୍ତର ମାନେ ବାହାର କରୁଥିଲେ ସେତେବେଳେ ତାଙ୍କ ମୁହଁର ରଙ୍ଗ ଉଡ଼ି ଯାଇଥିଲା। କାହାରିକୁ ଆଶା ନଥିଲା ଯେ ଏହି ସାପଟି ଏତେ ଲମ୍ବା ହୋଇଥିବ।

ଡାକ୍ତର ମାନେ ସାପକୁ ବାହାର କରି ମେଡ଼ିକାଲ ବିକେଟରେ ପକାଇ ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ ଯେ, ଏହି ସାପଟି ବାହାର କରିବା ସମୟରେ ଜୀବିତ ଥିଲା ଅଥବା ମରି ଯାଇଥିଲା। ଏଥିସହିତ ଏହା ମଧ୍ୟ ଜଣା ପଡି ନଥିଲା ସାପଟି କେତେ ସମୟ ପର୍ଯ୍ୟନ୍ତ ତାଙ୍କ ଗଳାରେ ଥିଲା।

ଲେବଶୀ ଗାଁର ଲୋକଙ୍କ କହିବା କଥା ଯେ, ସେଠାରେ ସାପର ସଂଖ୍ୟା ବହୁତ ଅଧିକ। ଏମିତିରେ ଲୋକଙ୍କୁ ବାହାରେ ନଶୋଇବା ପାଇଁ କୁହାଯାଇଥାଏ। କିନ୍ତୁ ଏହା ପ୍ରଥମ ଘଟଣା ଯେ, କୌଣସି ମଣିଷର ଗଳାରେ ସାପ ପଶି ଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *