ଛୋଟ ବେଳେ ପୁଅକୁ ଜୀବନ୍ତ ବେଙ୍ଗ ଖୁଆଇଥିଲେ ପିତା, ୧୭ ବର୍ଷ ପରେ ଶରୀରରୁ ବାହାରିଲା ଭୟାନକ ଜିନିଷ।

ଦୁନିଆରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଥାଏ, ଯାହା ଲୋକଙ୍କୁ ନିଜର ପିଲା ବେଳର ଭୁଲ କିମ୍ବା ଅନ୍ୟ କୌଣସି ଭୁଲର ଶାସ୍ତି ଭୋଗୁଥିବାର ନଜର ଆସିଥାନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଚୀନରୁ। ଏଠାରେ ରହୁଥିବା ୨୩ ବର୍ଷର ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ଡାକ୍ତର ମାନେ ଭୟାନକ ଜିନିଷ ବାହାର କରିଥିଲେ। ଏବଂ ତା’ଠାରୁ ମଧ୍ୟ ଭୟାନକ କଥା ଏହି ଜିନିଷଟି ତାଙ୍କ ଶରୀର ଭିତରେ ଗତ ୧୭ ବର୍ଷରୁ ରହିଥିଲା।

ଏହି ଚାଇନିଜ ବ୍ୟକ୍ତିର ଶରୀରରେ ୬ ବର୍ଷର ବୟସରୁ ନମ୍ବନେସ ଅନୁଭୂତ ହେଉଥିଲା। କିନ୍ତୁ ଏତେ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଅଧିକ କିଛି ଫରକ୍ ପଡି ନଥିଲା। ତେବେ ଗତ କିଛି ମାସ ପୂର୍ବରୁ ତାଙ୍କ ଶରୀରର ଉପର ଅଂଶ ସମ୍ପୂର୍ଣ୍ଣ ନମ୍ବ ହୋଇଯାଇଥିଲା। ଏହାପରେ ସେ ହସ୍ପିଟାଲ ଯିବାର ନିଷ୍ପତ୍ତି କରିଥିଲେ ଯେଉଁଠାରେ ଅଲ୍ଟ୍ରାସାଉଣ୍ଡ ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିନିଆଯାଇଥିଲା। ସେଠାରେ ସର୍ଜନର୍ସ ମାନେ ୧୭ ବର୍ଷ ପୁରୁଣା ଘଟଣାକୁ ତାଙ୍କ ଆଜିର ସ୍ଥିତି ପାଇଁ ଦାୟୀ କରାଇଥିଲେ।

ରିପୋର୍ଟ ମୁତାବକ, ଚୀନରେ ରହୁଥିବା ଜଣେ ବ୍ୟକ୍ତି ମସ୍ତିଷ୍କରେ ଗତ ୧୭ ବର୍ଷ ହେବ ଏକ ପାରାସାଇଟ ରହି ଆସୁଥିଲା। ଏହି କୀଟ ଏତେ ବର୍ଷରୁ ତାଙ୍କ ମସ୍ତିଷ୍କ ଭିତରେ ହିଁ ରହୁଥିଲା।

୨୩ ବର୍ଷର ଏହି ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ହାତ ଏବଂ ପାଦରେ ୬ ବର୍ଷ ବୟସରୁ ନମ୍ବନେସ ଅନୁଭୂତ ହୋଇଆସୁଥିଲା। କିନ୍ତୁ ଯେତେବେଳେ ୧୭ ବର୍ଷ ପରେ ତାଙ୍କ ଶରୀର ସମ୍ପୂର୍ଣ୍ଣ ନମ୍ବ ହୋଇଯାଇଥିଲା ସେତେବେଳେ ସେ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ନିର୍ଣ୍ଣୟ ନେଇଥିଲେ।

ଡାକ୍ତର ମାନେ କହିଛନ୍ତି ଯେ, ବ୍ୟକ୍ତିଙ୍କ ଶରୀରରେ ଏହି ପ୍ରକାରର କୀଟ କଞ୍ଚା ବେଙ୍ଗ କିମ୍ବା ସାପ ଖାଇବା ଦ୍ୱାରା ପହଞ୍ଚି ଯାଇଥାଏ। ସେ ଏହି ମାଂସକୁ ଅଧା କଞ୍ଚା ଖାଇଥିବେ। ଯାହାପରେ ତାଙ୍କ ପିତା କହିଥିଲେ ଯେ, ସେ ନିଜେ ତାଙ୍କ ପୁଅଙ୍କୁ ଛୋଟ ବେଳେ କଞ୍ଚା ମାଂସ ଖୁଆଇଥିଲେ।

ଏକ୍ସରେ ରିପୋର୍ଟରେ ବ୍ୟକ୍ତିଙ୍କ ମସ୍ତିଷ୍କରେ କୀଟ ଦେଖା ହୋଇଥିଲା। ଏହା ୫ ଇଞ୍ଚ ଲମ୍ବା କୀଟ ଥିଲା। ଏହା ତାଙ୍କ ମସ୍ତିଷ୍କରେ ୧୭ ବର୍ଷ ଧରି ରହି ଆସିଥିଲା। ଡାକ୍ତର ତାଙ୍କର ନାମ ଚେନ ବୋଲି କହିଛନ୍ତି।

ତାଙ୍କୁ ଚୀନର ଜିଆଙ୍ଗସୁ ପ୍ରାନ୍ତର ହସ୍ପିଟାଲ ଅଫ ବୁଚେଙ୍ଗ ୟୁନିଭରସିଟିରେ ଆଡ଼ମିଟ କରାଯାଇଥିଲା। ତାଙ୍କୁ ମୁଣ୍ଡରେ ଯନ୍ତ୍ରଣା ଏବଂ ଥଣ୍ଡା ରହିଥିଲା। ୨୦୧୫ରୁ ତାଙ୍କ ଶରୀରର ଉପର ଅଂଶରେ କିଛି ମଧ୍ୟ ଅନୁଭୂତ ହେଉ ନଥିଲା।

କିନ୍ତୁ ୨୫ ଅଗଷ୍ଟକୁ ଅସ୍ତ୍ରୋପଚାର ପରେ ଡାକ୍ତର ତାଙ୍କ ଶରୀରରୁ ୧୨ ସେଣ୍ଟିମିଟର ଲମ୍ବାର ଏକ କୀଟ ବାହାର କରିଥିଲେ। ଚୀନୀ ମିଡିଆ ଅନୁସାରେ ୬ ବର୍ଷର ବୟସରେ ଏହି କୀଟ ତାଙ୍କ ଭିତରେ ରହି ଆସିଥିଲା। କିନ୍ତୁ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ତାଙ୍କୁ ବହୁତ ପରିମାଣରେ ଆରାମ ମିଳିଛି।

Leave a Reply

Your email address will not be published. Required fields are marked *