ଜିଭରେ ଚାଟି ଲୋକଙ୍କର ଆଖିକୁ ସଫା କରୁଛନ୍ତି ଏହି ମହିଳା, ଛିପରେ ମାରି ଦେଉଛନ୍ତି ବଡ଼ ବଡ଼ ରୋଗର କୀଟାଣୁ

ଆପଣ ଛୋଟ ଥାଳି ବା ମୁଣି ଧରା ଡାକ୍ତରଙ୍କ ବିଷୟରେ ନିଶ୍ଚିତ ଶୁଣିଥିବେ। ଏହି ଡାକ୍ତର ମାନେ କୌଣସି ମେଡ଼ିକାଲ ଡିଗ୍ରୀ ନଥାଇ ମଧ୍ୟ ଲୋକଙ୍କର ଚିକିତ୍ସା କରାଇଥାନ୍ତି। ଭାରତରେ ଏପ୍ରକାରର ଡ଼ାକ୍ତରଙ୍କର ଭିଡ଼ ଲାଗି ରହିଥାଏ। ଲୋକଙ୍କୁ ବୋକା ବନାଇ ଏମାନେ ଭଲ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଅନେକ ସମୟରେ ଲୋକମାନଙ୍କର ବିଶ୍ୱାସ କିଛି ଏପରି ଲୋକଙ୍କ ଚିକିତ୍ସା ଉପରେ ହୋଇଯାଇଥାଏ ଯାହାକୁ ଦେଖିଲେ ଆପଣଙ୍କୁ ଘୃଣା ଆସିଯିବ।

ବୋସ୍ନିୟାରେ ରହୁଥିବା ଜଣେ ୮୩ ବର୍ଷୀୟ ବୃଦ୍ଧା ମହିଳା ମଧ୍ୟ ନିଜର ଅଜବ ପ୍ରକାରର ଭିନ୍ନ ଉପାୟରେ ଲୋକଙ୍କର ଚିକିତ୍ସା କରିବାକୁ ନେଇ ବେଶ ଜଣାଶୁଣା। ଏହି ମହିଳା ଜଣକ ନିଜ ଜିଭରେ ଲୋକଙ୍କର ଆଖିର ସମସ୍ୟା ସମାଧାନ କରିଥାନ୍ତି। ଯଦି କାହାକୁ ଆଖି ଜନିତ କୌଣସି ସମସ୍ୟା ହୋଇଥାଏ ତେବେ ମହିଳା ଜଣକ ନିଜ ଜିଭରେ ତାଙ୍କ ଆଖିର ପିତୁଳାକୁ ଚାଟି ତା’ର ଚିକିତ୍ସା କରିଥାନ୍ତି। ଏହି ମହିଳାଙ୍କ ଚିକିତ୍ସାର ଏପରି ଅଜବ ପ୍ରକାରର ଉପାୟ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୮୩ ବର୍ଷୀୟ ଏହି ବିନା ଡିଗ୍ରୀ ଧାରକ ମହିଳା “ଡାକ୍ତର”ଙ୍କ ପରିଚୟ ହାୱା ସେଲେବିକ ନାମରେ ହୋଇଥିଲା। ସେ ବୋସ୍ନିୟାରେ ସ୍ଥାନୀୟ ଗାଁରେ ଲୋକଙ୍କର ଚିକିତ୍ସା କରିଥାନ୍ତି।

ମହିଳାଙ୍କୁ ଲୋକମାନେ ନାନା ହାୱା ନାମରେ ମଧ୍ୟ ଜାଣିଛନ୍ତି। ଏହି ମହିଳାଙ୍କର ଚିକିତ୍ସା କରିବାର ଉପାୟ ବହୁତ ଅଜବ ପ୍ରକାରର ଅଟେ। ସେ ଲୋକଙ୍କର ଆଖିର ଚିକିତ୍ସା କରିଥାନ୍ତି।

ମହିଳାଙ୍କ ପାଖରେ ନିଜର ଆଖିର ସମସ୍ୟା ନେଇକରି ଆସିଥାନ୍ତି। ଏହାପରେ ମହିଳା ନିଜର ଜିଭରେ ତାଙ୍କ ଆଖିକୁ ଚାଟି ରୋଗ ଦୂର କରିଥାନ୍ତି।

ଏହା ବଦଳରେ ମହିଳା ଜଣକ ରୋଗୀଙ୍କ ଠାରୁ ସାଢେ ଆଠ ଶହ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲରିଥାନ୍ତି। ଅନେକ ଲୋକ ଏହାକୁ ନେଇ ମୂଲଚାଲ ମଧ୍ୟ କରିଥାନ୍ତି।

ମହିଳା ନିଜର ଜିଭରେ ଲୋକଙ୍କ ଆଖିରୁ ଅଳିଆ ଯେମିତିକି ଧୂଳି, ଲୁହାର କଣିକା, କାଚର ଛୋଟ କଣିକା ଆଦି ସଫା କରିଦେଇଥାନ୍ତି। ଲୋକଙ୍କର ଆଖିରେ ଜିଭ ଲଗାଇବା ପୂର୍ବରୁ ସେ ମଦର ଗୋଟିଏ ଢ଼ୋକ ପିଇଥାନ୍ତି।

ଏହାପରେ ସେ ନିଜ ଜିଭ ଲୋକଙ୍କର ଆଖିରେ ପଶାଇଥାନ୍ତି। ଯାହାଦ୍ୱାରା ଅଳିଆ ସଫା ହୋଇଯାଇଥାଏ। ମହିଳାଙ୍କର ଦାବି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ହଜାରରୁ ଅଧିକ ରୋଗୀଙ୍କର ଚିକିତ୍ସା କରିଛନ୍ତି।

ମହିଳା ଚିକିତ୍ସାର ଏହି ଉପାୟ ବୋସ୍ନିୟାରେ ରହୁଥିବା ଆଉଜଣେ ମହିଳାଙ୍କ ଠାରୁ ଶିଖିଥିଲେ। କିନ୍ତୁ ସେ କହିଥିଲେ ଯେ, ତାଙ୍କ ପିଲାମାନେ ଏହି କାମକୁ ଆଗକୁ ବଢିବାକୁ ଚାହୁଁନାହାନ୍ତି। ତାଙ୍କୁ ଏହା ଘୃଣ୍ଯ ଲାଗିଥାଏ।

ମହିଳାଙ୍କ କହିବା କଥା ଯେ, ଲୋକଙ୍କୁ ତାଙ୍କ ଚିକିତ୍ସା ଦ୍ୱାରା ବହୁତ ଲାଭ ହୋଇଥାଏ। ଅନେକ ଲୋକ ମହିଳାଙ୍କ ଜିଭକୁ ମୃତ୍ୟୁ ପରେ କାଟି ରଖିବାକୁ ମଧ୍ୟ କଥା କହିଛନ୍ତି।

ମହିଳାଙ୍କ ରୋଗୀଙ୍କ ମଧ୍ୟରେ କେବଳ ବୋସ୍ନିୟାର ଲୋକ ଶାମିଲ ନାହାନ୍ତି ବରଂ ଆମେରିକା ଏବଂ ରୁଷରୁ ମଧ୍ୟ ଲୋକମାନେ ଚିକିତ୍ସା କରାଇବା ପାଇଁ ଏଠାକୁ ଆସିଥାନ୍ତି। ଯେଉଁ ଲୋକଙ୍କର ଚିକିତ୍ସା ଡାକ୍ତର କରିପାରି ନାହାନ୍ତି ତାଙ୍କୁ ଏହି ମହିଳାଙ୍କ ଚିକିତ୍ସା ଦ୍ୱାରା ଆରାମ ମିଳିଥାଏ।

ମହିଳାଙ୍କ ଚିକିତ୍ସାର ଅଜବ ପ୍ରକାରର ଉପାୟ ଚର୍ଚ୍ଚାର ବିଷୟ ଅଟେ। କେମିତି ଜଣେ ନିଜ ଜିଭରେ କାହାର ରୋଗ ଠିକ କରି ପାରୁଛି, ଏହାକୁ ନେଇ ସମସ୍ତଙ୍କ ମନରେ କୌତୁହଳ ରହିଛି। କିନ୍ତୁ ବର୍ତ୍ତମାନ ମହିଳାଙ୍କର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *