ଜୀବନରେ ସବୁବେଳେ କାମ ରେ ଆସିବ ଏହି ସବୁ କାନୁନ ସହ ଯୋଡିତ ୧୦ ଟି ପ୍ରଶ୍ନ, ଥରେ ପଢ଼ି ନିଅନ୍ତୁ

ନମସ୍କାର ବନ୍ଧୁଗଣ , ଏହି ଷ୍ଟୋରୀ ସେହି ଲୋକ ମାନଙ୍କ ପାଇଁ ଯେଉଁ ମାନେ ଓକିଲ ହେବା ପାଇଁ ଚାହୁଁଛନ୍ତି । କାହିଁକି ନା ସବୁ ଛାତ୍ରଛାତ୍ରୀ ଦ୍ୱାଦଶ ପାସ କରିବା ପରେ କ’ଣ କରିବେ ସେଥି ପାଇଁ ପ୍ରସ୍ତୁତି କରିଥାନ୍ତି । ଏବେ ଆପଣଙ୍କ ମନ ରେ ଏହି କଥା ଆସୁଥିବ ଆପଣ ଓକିଲ କେମିତି ହେବେ ? ଏଥି ପାଇଁ କ’ଣ ପଢ଼ିବା ଦରକାର ।

ଓକିଲାତି ପାଇ କ’ଣ ଜ୍ଞାନ ରହିବା ଆବଶ୍ୟକ ? ଆଜ୍ଞା ହଁ ଓକିଲାତି ପଢ଼ିବା ପାଇଁ ଭାରତୀୟ ସମ୍ବିଧାନ ସହ ଯୋଡିତ ପ୍ରଶ୍ନ ର ଉତ୍ତର ଜାଣିବା ଆବଶ୍ୟକ । ଏତିକି ନୁହେଁ ଆପଣଙ୍କ ଉପରେ କୌଣସି କୋର୍ଟ କଚେରୀ ମାମଲା ହେଲେ ତେବେ ଆପଣ କାନୁନ ର କିଛି ନିୟମ ଜାଣିଥିବା ଦରକାର । ମହିଳା ନିଜର ଅଧିକାର ଓ କାନୁନ ଜାଣିଥିବା ବହୁତ ଆବଶ୍ୟକ । ଯାହା ଫଳରେ ସମୟ ଥିବା ଆଗରୁ ଆପଣ ଅପରାଧୀ ବିରୋଧରେ ଅଭିଯୋଗ କରି ପାରିବେ ।

ଏମିତି ଏଲଏଲବି ପରୀକ୍ଷା ପାଇଁ କିଛି ପ୍ରଶ୍ନ ଓ ତା ଉତ୍ତର ଆସନ୍ତୁ ଜାଣିବା

1.କୌଣସି ମହିଳା ଙ୍କୁ ପିଛା କରିବା କିମ୍ବା ତାଙ୍କୁ ହଇରାଣ କରିଲେ କ’ଣ କ’ଣ ସଜ୍ଜା ହୋଇଥାଏ ?

ଉ. ଗୋଟେ ମହିଳା ଙ୍କ ଅନିଚ୍ଛା ଓ ଅସହମତି ପରେ ତାଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିବା , ତାଙ୍କୁ ପିଛା କରିବା , ତାଙ୍କ ବିଷୟରେ ଜାସୁସି କରିବା , ତାଙ୍କୁ ମାନସିକ ରୂପରେ ହଇରାଣ କରିବା ଓ ତାଙ୍କ ମନରେ ଭୟ ସଞ୍ଚାର କରିବା ଅପରାଧ ଅଟେ । ଏହାର ଉଲ୍ଲେଖ ଭାରତୀୟ ଦଣ୍ଡ ବିଧାନ ର ଧାରା ୩୫୪(ଘ) ରେ ଅଛି । ପୀଡିତ ମହିଳା ରାଷ୍ଟ୍ରୀୟ ମହିଳା ଆୟୋଗ ଙ୍କ ୱେବସାଇଟ କୁ ଯାଇ ମଧ୍ୟ ଅଭିଯୋଗ ଦାଖଲ କରି ପାରିବେ । ଅଭିଯୋଗ ର ଏକ ରସିଦ ନଂ ଦିଆଯିବ । ଆୟୋଗ ୧୦ ଦିନ ଭିତରେ ଅଭିଯୋଗ ଉପରେ ବିଚାର କରିବେ। ଏହା ପରେ ମହିଳା ପୁଣି ଥରେ ଆୟୋଗ ସହ ସମ୍ପର୍କ କରିବେ ଓ ପରାମର୍ଶ ନେଇ ପୋଲିସ ରେ ଅଭିଯୋଗ କରି ଦଫା ଲଗାଇବା ପାଇଁ ଅନୁରୋଧ କରିବେ । ତାଙ୍କୁ ଅଭିଯୋଗ ର ରସିଦ ସଂଖ୍ୟା ନିଜ ପାଖରେ ସୁରକ୍ଷିତ ରଖିବା ପାଇଁ ପଡିବ ।

ହେଲ୍ପଲାଇନ କିମ୍ବା ଅନ୍ୟ ସ୍ଥାନ ରେ ଅଭିଯୋଗ କରିବା ପରେ ପିଛା କରୁଥିବା ବ୍ୟକ୍ତି ଙ୍କୁ ଗିରଫ କରାଯାଇଥାଏ । ଏଥିରେ ବର୍ଷେ କିମ୍ବା ଅଧିକରୁ ଅଧିକ ୫ ବର୍ଷ ଜେଲ ଦଣ୍ଡ ମିଳିପାରେ । ଯଦି ଦୋଷୀ ବିରୋଧରେ ହତ୍ୟା , ଧର୍ଷଣ କିମ୍ବା କିଛି ହିଂସାତ୍ମକ ଦୋଷ ଲାଗିଥାଏ ତେବେ ଦଣ୍ଡ ବଢ଼ିଥାଏ । ଡିସେମ୍ବର ୨୦୧୨ ର ନିର୍ଭୟା କାଣ୍ଡ ପରେ ଅପରାଧିକ କାନୁନ ଅଧିନିୟମ ୨୦୧୩ ଆସିଲା , ଯେଉଁଥିରେ ଏହାକୁ ଅପରାଧ ଭାବରେ ସାମିଲ କରାଗଲା । ଏହା ପରେ ହଜାର ହଜାର ମାମଲା ଦାଖଲ କରାଗଲା ।

2.ଭାରତୀୟ ଦଣ୍ଡ ବିଧାନ ୩୭୮ କେଉଁଠି ପାଇଁ ଅଛି ?

ଉ. ଭାରତୀୟ ଦଣ୍ଡ ବିଧି ଧାରା ୩୭୮ କୁ ଚୋରି କ୍ଷେତ୍ରରେ ଲଗାଯାଏ । ଏହା ଅନୁସାରେ କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ସମ୍ପତ୍ତି ବେଇମାନି ନେଇ ଯାଇଥାଏ ତେବେ ତାହାକୁ ଚୋରି ବୋଲି କୁହାଯାଏ । ଯଦି କିଏ ଚୋରି କରିଥାଏ ଓ ସେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଆଇପିସି ସେକ୍ସନ ୩୭୯ ଅନୁସାରେ ଅତି କମ ରେ ୩ ବର୍ଷ ଜେଲ କିମ୍ବା ଜୋରିମାନା କିମ୍ବା ଦୁଇଟି ଯାକ ଦଣ୍ଡ ମିଳିପାରେ । କାହିଁକି ନା ଚୋରି ଏକ Cognizable offense ଅଟେ ଏହି କାରଣରୁ ଚୋରି ର ଅଭିଯୋଗ ହେଲେ ପୋଲିସ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅପରାଧୀ କୁ ଗିରଫ କରିଥାଏ ।

ଆଇପିସି ସେକ୍ସନ ୩୭୯ ଚୋରି କରିବା ଏକ ବଡ଼ ଅପରାଧ ଅଟେ ଏହି କାରଣରୁ ଏହି ମାମଲାରେ ସାଙ୍ଗେସାଙ୍ଗେ ଜାମିନ ମିଳିନଥାଏ । ଅଧିକାଂଶ ଏହି ମାମଲାରେ ସେଶନ କୋର୍ଟ ରେ ଜାମିନ ଖାରଜ ହୋଇଯାଏ କିନ୍ତୁ ଯଦି ସେଶନ କୋର୍ଟ ରେ ଜାମିନ ଖାରଜ ହୋଇଯାଏ ତେବେ ହାଇକୋର୍ଟ ରେ ଜାମିନ ପାଇଁ ଆବେଦନ କରି ପାରିବେ ।

3. ଭାରତୀୟ ସମ୍ବିଧାନ ରେ କେଉଁ ଅନୁଚ୍ଛେଦ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ସଂରକ୍ଷଣ ଦିଆଯାଇଛି ?

ଉ. ଭାରତୀୟ ସମ୍ବିଧାନ ର ଅନୁଚ୍ଛେଦ ୩୩୦ ଅନୁସାରେ ଲୋକସଭା ରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ ଆରକ୍ଷଣ କରାଯାଇଛି ।

4. ଗୋଟେ ମହିଳା ଧାରା ୩୭୬ ଅନୁସାରେ ଆପଣଙ୍କ ଉପରେ ମାମଲା ଦାଖଲ କରିଛି ଏହାର ମାନେ କ’ଣ ?

ଉ. ମହିଳାଙ୍କ ସାଥିରେ ଯୌନ ଶୋଷଣ ତଥା ବଳାତ୍କାର କରିବାର ଆରୋପ ରେ ଧାରା ୩୭୬ ହିସାବରେ ମାମଲା ରୁଜୁ କରାଯାଏ । କୌଣସି ମହିଳା ଙ୍କୁ ବଳାତ୍କାର କରାଯିବା ଭାରତୀୟ କାନୁନ ହିସାବରେ ଗମ୍ଭୀର ଶ୍ରେଣୀ ରେ ଆସୁଛି । ଏହି ଅପରାଧ କୁ କରିଥିବା ଦୋଷୀ ଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯାଇଛି । ଏହି ଅପରାଧ ପାଇଁ ଭାରତୀୟ ଦଣ୍ଡ ବିଧି ରେ ଧାରା ୩୭୬ ଖ ୩୭୫ ଅନୁସାରେ ଫାଶୀ ପର୍ଯ୍ୟନ୍ତ ଦଣ୍ଡ ର ବ୍ୟବସ୍ଥା କରାଯାଇଛି ।

5.ସୁପ୍ରିମକୋର୍ଟ ର ଜର୍ଜ ଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା କେଉଁ ମାଧ୍ୟମ ରେ ଦିଆଯାଏ ?  ଉ. ଭାରତ ର ସଂଚିତ ନିଧି ଅନୁସାରେ 6. କେଉଁ ବ୍ୟକ୍ତି ଲୋକ ସେବା ଆୟୋଗ ର ସଦସ୍ୟ ଙ୍କ ସଂଖ୍ୟା ନିର୍ଦ୍ଧାରିତ କରିବା ପାଇଁ ସାମର୍ଥ୍ୟ ?  ଉ. ରାଷ୍ଟ୍ରପତି 7.ରାଜ୍ୟସଭା ରେ କେଉଁ ରାଜ୍ୟ ର ପ୍ରତିନିଧି ସଂଖ୍ୟା ସର୍ବାଧିକ ?  ଉ. ଉତ୍ତରପ୍ରଦେଶ ର 8.କେଉଁ ଆୟୋଗ ମତଦାନ ର ସୂଚୀ ପ୍ରସ୍ତୁତ କରିଥାଏ ?  ଉ. ନିର୍ବାଚନ ଆୟୋଗ 9. ରାଷ୍ଟ୍ରୀୟ ବିକାଶ ପରିଷଦ କେମିତି ହୋଇଛି ? ଉ. ଅଣ-ସାମ୍ବିଧାନିକ ଏକକ 10.ରାଜ୍ୟ ଲୋକ ସେବା ଆୟୋଗ ର ଅଧ୍ୟକ୍ଷ ଙ୍କ ନିଯୁକ୍ତି କିଏ କରିଥାଏ ?  ଉ. ରାଜ୍ୟପାଳ | 

Leave a Reply

Your email address will not be published. Required fields are marked *