ଜେଜେମା ଉପରେ ଆକ୍ରମଣ କରୁଥିବା ଷଣ୍ଢକୁ ଦେଖି ବଞ୍ଚାଇବା ପାଇଁ ଦୌଡ଼ିଗଲା ନାତି, ଭିଡିଓ ଦେଖି ଭାବ ପ୍ରବଣ ହୋଇଗଲେ ଶୁଟର ଦାଦୀ

ଯେତେବେଳେ ଆମେ କାହାରିକୁ ଗଭୀର ଭାବରେ ପ୍ରେମ କରିଥାନ୍ତି ସେତେବେଳେ ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଇ ନଥାନ୍ତି। ଏମିତି ହିଁ କିଛି ଘଟଣା ହରିୟାଣାର ମହେନ୍ଦ୍ରଗଡ଼ରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ପିଲା ନିଜ ଜେଜେମାଙ୍କୁ ବଞ୍ଚାଇବା ପାଇଁ କ୍ରୋଧିତ ଷଣ୍ଢ ସହିତ ଲଢ଼ି ପଡ଼ୁଥିଲେ। ସେ ନିଜ ଜେଜେମାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ
ମଧ୍ୟ ବାଜି ଲଗାଇ ଦେଇଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜେଜେମାଙ୍କୁ ବଞ୍ଚାଇବା ପାଇଁ ଷଣ୍ଢ ସହିତ ଲଢ଼ି ପଡ଼ିଥିଲେ ନାତି:

ଏହି ଭାଇରାଲ ଭିଡ଼ିଓରେ ଜଣେ ଜେଜେମା ସଡକ ଉପରେ ଚାଲୁଥିବାର ଦେଖା ଯାଉଛନ୍ତି। ସେତେବେଳେ ସେଠାରେ ଠିଆ ହୋଇଥିବା ଗୋଟିଏ ଷଣ୍ଢ ତାଙ୍କୁ ଜୋରଦାର ଧକ୍କା ମାରି ତଳେ ପକାଇ ଦେଉଛି। ଏଠାରେ ଧକ୍କା ଏତେ ଜୋରଦାର ରହିଛି ଯେ ଜେଜେମା ଜଣକ ଭୂମି ଉପରେ ଆହତ ହୋଇ ପଡି ଯାଇଛନ୍ତି। ନିଜ ଜେଜେମାଙ୍କ ସ୍ୱର ଶୁଣି ତାଙ୍କ ନାତି ନିଜ ଜୀବନ ପ୍ରତି ଚିନ୍ତା ନକରି ସେଠାକୁ ଆସିଥିଲେ ଏବଂ ଷଣ୍ଢ ସହିତ ଲଢ଼ି ପଡିଥିଲା। ତେବେ ଷଣ୍ଢ ତାକୁ ମଧ୍ୟ ଧକ୍କା ମାରି ତଳେ ପକାଇ ଦେଇଛି। ଏହାପରେ ମଧ୍ୟ ପିଲାଟି ଲଗାତର ଏହି ପ୍ରଚେଷ୍ଟା କରୁଛି ଯେ ତା’ ଜେଜେମାଙ୍କୁ ଯେପରି କୌଣସି ଆଘାତ ନଲାଗୁ ଏବଂ ସେ ନିଜେ ଆଗକୁ ଆସି ତାଙ୍କୁ ରକ୍ଷା କରୁଛି।

ପିଲାଟିର ପ୍ରଶଂସା କଲେ “ଶୁଟର ଦାଦୀ”:

ହରିୟାଣାର “ଶୁଟର ଦାଦୀ (Shooter Dadi)” ଓରଫ ଚନ୍ଦ୍ରୋ ତୋମର (Chandro Tomar) ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ଭିଡ଼ିଓ ସେୟାର କରି ଲେଖିଛନ୍ତି ଯେ, ନିଜ ଜେଜେମାଙ୍କ ପ୍ରତି ଭଲପାଇବା ଏବଂ ନିଜ ଜୀବନ ପ୍ରତି ଚିନ୍ତା ନକରି ଅସୀମ ସାହସ ଦେଖାଇ ଷଣ୍ଢକୁ ସାମ୍ନା କରିଥିବା ପିଲାକୁ ସମ୍ମାନ ମିଳିବା ଉଚିତ।

ଚନ୍ଦ୍ରୋ ତୋମର ଅଧିକାଂଶ ସୋସିଆଲ ମୁଦ୍ଦା ଉପରେ ନିଜର ମତ ରଖିଥାନ୍ତି। ସେ ଦୁନିଆର ସବୁଠୁ ବୃଦ୍ଧା ଶୁଟର ମଧ୍ୟ ଅଟନ୍ତି। ତାଙ୍କ ଉପରେ ବଲିଉଡ ଫିଲ୍ମ “ଷାଣ୍ଢ କି ଆଙ୍ଖ” ମଧ୍ୟ ତିଆରି ହୋଇ ସାରିଛି। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହାକୁ ବର୍ତ୍ତମାନ ସୁଦ୍ଧା ୫୪ ହଜାରରୁ ଅଧିକ ଲୋକ ଲାଇକ ଏବଂ ୧୨ ହଜାରରୁ ଅଧିକ ଲୋକ ଟ୍ୱିଟ କରି ସାରିଲେଣି।

କଣ କହିଲେ ଲୋକେ?:

ଏହି ଭିଡ଼ିଓକୁ ଦେଖି କିଛି ଲୋକ ଏପରି ପ୍ରତିକ୍ରିୟା ରଖିଥିଲେ।

https://twitter.com/realshooterdadi/status/1310813732692353024?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1310813732692353024%7Ctwgr%5Eshare_3&ref_url=https%3A%2F%2Fwww.newstrend.news%2F400304%2Fkid-fights-with-bull-to-save-grandmother%2F

Leave a Reply

Your email address will not be published. Required fields are marked *