ଟିକ ଟକ ପରେ ଖେଳ କରିବ “ଚିଙ୍ଗାରୀ” ଓଡ଼ିଆ ପୁଅଙ୍କ ଏହି ଆପକୁ ଦେଶରେ ହେଲା ଆଦୃତ, ବ୍ୟବସାୟୀ ମାଏ ମଧ୍ୟ ପୁଞ୍ଜି ନିବେଶ କରିବାକୁ ହେଲେଣି ଆଗଭର

ଭାରତ ସରକାର ସୋମବାର ରାତିରେ ଚାଇନା ଆପ ଟିକ ଟକ ସହିତ ମୋଟ ୫୯ ଟି ଆପକୁ ଆମ ଦେଶରୁ ବ୍ୟାନ କରିଦେଇଛନ୍ତି ଯାହାର ପ୍ରଭାବ ବର୍ତ୍ତମାନ ଆମ ଲୋକାଲ ଆପ ଚିଙ୍ଗାରି ଓପରେ ପଡ଼ିଛି। ବହୁ ଦ୍ରୁତ ଗତିରେ ଏହାର ଡାଉନଲୋଡ ହେବାର ଲାଗିଛି। ବନ୍ଧୁଗଣ ଏଠାରେ କହି ରଖୁଛୁ କି ଏହି ଚିଙ୍ଗାରୀ ଆପ ଯିଏ କି ଜାଣେ ଓଡ଼ିଆ ଯୁବ ଇଞ୍ଜିନିୟର ବିଶ୍ଵତ୍ମା ନାୟକ ଏବଂ ତାଙ୍କ ସାଙ୍ଗ ସିଦ୍ଧାର୍ଥ ଗୌତମ ମିଶ୍ର ଙ୍କ ସହିତ ମିଶିକି ଗତ ବର୍ଷ ଏକ ଆପ ପ୍ରସ୍ତୁତ କରିଥିଲେ ଯାହାର ନାମ ” ଚୀଙ୍ଗାରି”

ବିଶ୍ୱତ୍ମା କଟର ବାସିନ୍ଦା ଅଟନ୍ତି କିନ୍ତୁ ସେ ବାଙ୍ଗାଲୋର ରେ ରୁହନ୍ତି ସେଠାରେ ସେ ତାଙ୍କ ସାଙ୍ଗ ସିଦ୍ଧାରଥଙ୍କ ସହିତ ମିଶି ଏହି ଆପ ପ୍ରସ୍ତୁତ କରିଥିଲେ । ଏହି ଆପ ଟି କିଛି ଦିନରେ ମଧ୍ୟ ବହୁତ ଲୋକ ପସନ୍ଦ କରିଥିଲେ କିନ୍ତୁ ଚୀନ ସହିତ ଭାରତର ଅହିନୁକୁଳ ପରିସ୍ଥିତି ଉପୁଜିବା କାରଣରୁ ସବୁଠାରୁ ଲୋକ ପ୍ରିୟ ଆପ ଟିକ ଟକ ସହିତ ଆଉ ୫୮ ଟି ଆପ କୁ ଭାରତରୁ ବ୍ୟାନ କରିଦେଲେ। ଏହା ପରେ ଆଜି ଏହି ଚୀଙ୍ଗାରୀ ଆପ ପ୍ରତି ଲୋକ ଆକୃଷ୍ଟ ହୋଇ ବହୁତ ମାତ୍ରାରେ ଡାଉନ୍ ଲୋଡ ହେବାରେ ଲାଗିଛି।

ଏହି ଆପ ପ୍ରତି ଲୋକମାନଙ୍କ ଆଗ୍ରହ ଦେଖି ବହୁ ବିଜନେସ ମ୍ୟାନ ସେଥିରେ ଅର୍ଥ ନିବେଶ କରିବାକୁ ପ୍ରସ୍ତାବ ରଖୁଛନ୍ତି । କିନ୍ତୁ ଏହି ଆପ ର ମାଲିକ ଏକ ବିବୃତିରେ କହିଛନ୍ତି କି ଯଦି ତାଙ୍କୁ ଏକ ଭଲ କମ୍ପାନୀ ର ସହାୟତା ବଢିବ ତାହାଲେ ସେ ସେଥିରେ ମିଶି କାର୍ଯ୍ୟ କରିବେ। କାରଣ ଲୋକ ମାନେ ଯେତେ ପରିମାଣରେ ବଢିବେ ସେତେ କାର୍ଯ୍ୟ ଆଉ କରିବାକୁ ମଧ୍ୟ ହେବ। ନୂଆ ନୂଆ ଫିଚର ମଧ୍ୟ ଆଣିବାକୁ ପଡ଼ିବ ।

ବର୍ତ୍ତମାନ ଏହି ଚିଂଗାରି ଆପ ରେ ବହୁତ ସାରା ଫିଚର ଉପଲବ୍ଧ ରହିଛି ଯାହାକି ଟିକ ଟକ ଠାରୁ ମଧ୍ୟ ଅଧିକ। ଟିକ ଟକ ଆପ ଭଳି ଏଥିରେ ଛୋଟ ଭିଡ଼ିଓ ଉପଲୋଡ କରି ମନୋରଞ୍ଜନ ସହିତ ସେଥିରେ ଟଙ୍କା ରୋଜଗାର ମଧ୍ୟ ଆପଣ କରି ପାରିବେ । ଏଥିରେ ବହୁ ପ୍ରକାର କୁଇଜ୍ ମଧ୍ୟ ରହୁଛୁ ଯାହାକୁ ଖେଳି ଆପଣ ରୋଜଗାର କରିପାରିବେ।

ଏହି ଆପ ର ବର୍ତ୍ତମାନ ବି କାମ ଚାଲିଛି ଆଗକୁ ଆହୁରି ନୂଆ ନୂଆ ଫିଚର ଆସିବାକୁ ଯାଉଛି। ଆଜି ଗୋଟେ ଘଣ୍ଟାରେ ଏହି ଆପ କୁ ପ୍ରାୟ ୧ ଲକ୍ଷ ଲୋକ ଡାଉନଲୋଡ କରି ସାରିଛନ୍ତି। ଏହା ଆଗରୁ ୩ ମିଲିୟନ ଲୋକ ଡାଉନ୍ ଲୋଡ କରିଥିବା ବେଳେ ବର୍ତ୍ତମାନ ଏହା ୧୦ ମିଲିୟନ ଟପି ସାରିଲାଣି। ସବୁଠାରୁ ଖୁସିର କଥା ବିଲକୁଲ୍ ଟିକ ଟକ ବ୍ୟବହାର କରିନଥିବା ଶିଳ୍ପପତି ଆନନ୍ଦ ମହେନ୍ଦ୍ରା ମଧ୍ୟ ଏହି ଚିଂଗାରୀ ଅାପକୁ ଡାଉନଲୋଡ କରିଛନ୍ତି। ଏବଂ ଏହାର ପ୍ରଶଂସା କରି ନିଜର ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।

ବନ୍ଧୁଗଣ ଆମର ଏହି ଦେଶୀ ଆପ ପାଇଁଁ ଖୁସିରେ ଗୋଟେ ଲାଇକ କରନ୍ତୁ ଏବଂ ସାଙ୍ଗ ସାଥିଙ୍କ ସହିତ ସେୟାର କରି ଏହି ଖୁସି ଖବର ଜନେଇ ଦିଅନ୍ତୁ। ଏହି ଆପ କୁ ନେଇ ନିଜର ମତାମତ କମେଣ୍ଟ ରେ ନିଶ୍ଚିନ୍ତ କରନ୍ତୁ।

Leave a Reply

Your email address will not be published. Required fields are marked *