ତାନ୍ତ୍ରିକ କହିଲେ, ମୋବାଇଲ ସ୍ପିକର ପିଲାର କାନ ପାଖରେ ରଖନ୍ତୁ….ମୁଁ ମନ୍ତ୍ର ଫୁଙ୍କିଦେବି, ଦେଖିବେ ସେ ଜୀବିତ ହୋଇଉଠିବ।

ସାପ ଦଂଶନରେ ୮ ବର୍ଷର ପିଲାର ଯଥା ସମୟରେ ଚିକିତ୍ସା କରିବା ବଦଳରେ ତାନ୍ତ୍ରିକଙ୍କ ସାହାଯ୍ୟ ନେବାର ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସର ଏହି ଘଟଣା ଚିକସାନା କ୍ଷେତ୍ରରେ ବାରଖୁର ଗାଁର ରହୁଥିବା ଏକ ଛୋଟ ପିଲା ସହିତ ଯୋଡି ରହିଛି। ସାପ କାମୁଡ଼ିବା ପରେ ପରିବାର ଲୋକ ପିଲାଟିକୁ ଝଡାଫୁଙ୍କା କରାଇଥିଲେ। ଯେତେବେଳେ ପିଲାଟିର ମୃତ୍ୟୁ ହୋଇଯାଇଥିଲା, ସେତେବେଳେ ତାକୁ ନେଇ ଜିଲ୍ଳା ହସ୍ପିଟାଲ ପହଞ୍ଚିଥିଲେ।

ଏଠାରେ ମଧ୍ୟ ପିଲାଟିକୁ ଝଡ଼ା ଫୁଙ୍କା କରି ବଞ୍ଚାଇବାର ଖେଳ ଜାରି ରହିଥିଲା। ପରିବାର ଲୋକ ଭରତପୁରରୁ ପାଖାପାଖି ୩୦ କିଲୋମିଟର ଦୂର ରୂପବାସରେ ରହୁଥିବା କୌଣସି ଏକ ତାନ୍ତ୍ରିକ ପାଖକୁ ଫୋନ ଲଗାଇଥିଲେ। ତାନ୍ତ୍ରିକ ଜଣକ କହିଥିଲେ ଯେ, ପରିବାର ଲୋକ ମୋବାଇଲ ସ୍ପିକର ପିଲାଟିର କାନ ପାଖରେ ରଖନ୍ତୁ, ସେ ମୋବାଇଲ ଜରିଆରେ ମନ୍ତ୍ର ଫୁଙ୍କିବେ ଏମିତି କରିବା ଦ୍ୱାରା ପିଲାଟି ଜୀବିତ ହୋଇଯିବ। ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ଅନ୍ଧବିଶ୍ୱାସର ଖେଳ ଚାଲିଲା।

ଜୀବନ ବଞ୍ଚିଯିବାର ଥିଲା ସମ୍ଭାବନା:

୮ ବର୍ଷର ପିଲାଟିକୁ ମୋବାଇଲରେ ମନ୍ତ୍ର ଦ୍ୱାରା ଜୀବିତ କରିବାର ଆଶ୍ଚର୍ଯ୍ୟଜନକ ଖେଳ ଆରବିଏମ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଏତିକିରେ ମାନି ନଥିଲେ ପରିବାର ଲୋକ। ଯେତେବେଳେ ପିଲାଟିର ନିଶ୍ୱାସ ଫେରି ନଥିଲା ସେତେବେଳେ ତା’ର ଅନ୍ତିମ ସଂସ୍କାର କରାଯାଇଥିଲା। ଅଲବର ଜିଲ୍ଲାର କଠୁମର ଅନ୍ତର୍ଗତ ସେଖପୁରା ଗାଁର ନିବାସୀ ବିଶ୍ରାମ ସିଂହଙ୍କ ପତ୍ନୀ ଲକ୍ଷ୍ମୀଙ୍କ ବାପଘର ଚିକସାନାର ବାରାଖୁରରେ ଅଟେ। ବିଶ୍ରାମ ସିଂହଙ୍କ ପୁଅ ଆୟୁଷ ଦୁଇ ବର୍ଷ ହେବ ତାଙ୍କ ମାମୁଁଘରେ ରହି ପାଠ ପଢୁଥିଲେ। ରବିବାର ଦିନ ସକାଳୁ ଆୟୁଷ ଆଈଙ୍କ ସହିତ କ୍ଷେତକୁ ଯାଇଥିଲେ। ସେଠାରେ ଖେଳୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ଏହାପରେ ପରିବାର ଲୋକ ଆୟୁଷଙ୍କୁ ବରାଖୁରର ଜଣେ ବ୍ୟକ୍ତିଙ୍କ ପାଖକୁ ନେଇ ଯାଇଥିଲେ, ଯିଏକି ସାପ କାମୁଡ଼ିବାର ଔଷଧ ଦେବାର ଦାବି କରୁଛନ୍ତି।

ହସ୍ପିଟାଲ ପରେ ପୁଣି ତାନ୍ତ୍ରିକଙ୍କ ପାଖକୁ ନେଇଗଲେ:

ହସ୍ପିଟାଲରେ ତାନ୍ତ୍ରିକ କ୍ରିୟା କରିବା ପରେ ମଧ୍ୟ ଯେତେବେଳେ ପିଲାଟିର ମୃତ୍ୟୁ ହୋଇଯାଇଥିଲା ସେତେବେଳେ ତାନ୍ତ୍ରିକ ପିଲାଟିକୁ ତାଙ୍କ ପାଖକୁ ନେଇ କରି ଯିବାପାଇଁ କହିଥିଲେ। ପରିବାର ଲୋକ ହସ୍ପିଟାଲରୁ ପିଲାଟିକୁ ତାନ୍ତ୍ରିକ ପାଖକୁ ନେଇ ଯାଇଥିଲେ। ଡାକ୍ତରଙ୍କ ମୁତାବକ ଯଦି ସଠିକ ସମୟରେ ହସ୍ପିଟାଲ ଅଣା ଯାଇଥାନ୍ତା ତେବେ ହୁଏତ ପିଲାଟିର ଜୀବନ ବଞ୍ଚି ଯାଇଥାନ୍ତା।

ଭରତପୁରରେ ପୁଅର ଲୋଭରେ ତାନ୍ତ୍ରିକ ପାଖରେ ପହଞ୍ଚିଥିବା ମହିଳାଙ୍କୁ ମିଳିଥିଲା ଏକ ଯନ୍ତ୍ରଣା ଦାୟକ ମୃତ୍ୟୁ। ତାନ୍ତ୍ରିକ ଜଣକ ଚିକିତ୍ସା ବାହାନାରେ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କିଳା ଲଗାଇ ଦେଇଥିଲେ। ଯାହାଦ୍ୱାରା ମହିଳାଙ୍କର ମଧ୍ୟ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ମହିଳାଙ୍କୁ ପରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଅନ୍ଧବିଶ୍ୱାସର ଏହି ଲୋମହର୍ଷଣକାରୀ ମାମଲା ଭରତପୁରର ଆସ୍ତାୱନ ଗାଁର ଅଟେ। ମୃତକ ମହିଳା ଜଣକଙ୍କର ଦୁଇଟି ଝିଅ ଅଛନ୍ତି, ସେ ପୁଅଟିଏ ଚାହୁଁଥିଲେ। ତାନ୍ତ୍ରିକ ଜଣକ ଦାବି କରିଥିଲେ ଯେ, ତାଙ୍କ ଭିତରେ ଦୁଷ୍ଟ ଆତ୍ମା ରହିଛି ଯାହାକୁ ବାହାର କରିବାକୁ ପଡିବ।

ତାନ୍ତ୍ରିକଙ୍କ ଯନ୍ତ୍ରଣାଦାୟକ ଚିକିତ୍ସା ଚାଲିଥିବା ସମୟରେ ପୁନମ ନାମକ ମହିଳାଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ବର୍ତ୍ତମାନ ବାପଘର ଲୋକ ମାନେ ଶାଶୁଘର ଲୋକଙ୍କ ଉପରେ ହତ୍ୟାର ଆରୋପ ଆଣି କେସ ଫାଇଲ କରିଛନ୍ତି।

ପୁନମଙ୍କର ହାତ, ଗୋଡ଼ ଏବଂ ମୁଣ୍ଡ ସହିତ ଶରୀରର କେତେକ ସ୍ଥାନରେ କିଳା ପଶାଇ ଦିଆ ଯାଇଥିଲା। ଶରୀରରେ କ୍ଷତ ଏବଂ ପୋଡି ଯାଇଥିବାର ଚିହ୍ନ ମିଳିଛି। ତେବେ ତାନ୍ତ୍ରିକ କହିଛନ୍ତି ଯେ, “ସେ କେବଳ ଭୁତ ପ୍ରେତ ଜନିତ ଚିକିତ୍ସା କରିଥାନ୍ତି। ମହିଳାଙ୍କ ଶରୀରର କ୍ଷତ ସିଢ଼ିରୁ ପଡିଯିବାରୁ ହୋଇଛି।”

Leave a Reply

Your email address will not be published. Required fields are marked *