ତୁଳସୀ ଗଛ ଅଚାନକ ଶୁଖିଯିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ ଏଥି ସହିତ ଯୋଡ଼ା ଖାସ କଥା

ତୁଳସୀ ଗଛ ଏପରି ଅଚାନକ ଶୁଖି ଯିବାର ଅର୍ଥ କଣ ହୋଇପାରେ ? ଆମେ ଅନେକ ପ୍ରକାରର ବାସ୍ତୁ ଗଛ ଯେପରି ତୁଳସୀ ଗଛ, ଶନି ଗଛ, ମନି ପ୍ଲାଣ୍ଟ, ଅପରାଜିତା ଗଛ ଏବଂ ପାରିଜାତ ଗଛ ପରି ବାସ୍ତୁ ଗଛ ଗୁଡ଼ିକୁ ଗଛର ବାସ୍ତୁ ଏବଂ ଘରର ସମସ୍ୟାକୁ ଦୁର କରିବା ପାଇଁ ଘର ମଧ୍ୟରେ ସ୍ଥାପିତ କରିଥାଉ। ଶାସ୍ତ୍ର ରେ ବି ଭିନ୍ନ ଭିନ୍ନ ସମସ୍ୟା ଠାରୁ ଘରକୁ ମୁକ୍ତି କରିବା ପାଇଁ ଏହି ସବୁ ବାସ୍ତୁ ଗଛ ଘର ମଧ୍ୟରେ ରଖି ପୂଜା କରିବା ପାଇଁ ମଧ୍ଯ ଉପଦେଶ ଦିଆଯାଇ ଅଛି।

କଣ ଆପଣ ଜାଣନ୍ତି ଏହି ସବୁ ଗଛ ଘରର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇବା ସହିତ ଅଚାନକ ଶୁଖି ଯିବା ବିନା କାରଣରେ ମରିଯିବା ର ଅର୍ଥ କେତେ ଭୟଙ୍କର ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଏହି ପବିତ୍ର ଗଛ ତୁଳସୀ, ଶନି ଏବଂ ଅନ୍ୟାନ୍ୟ ରହିଥିବା ବାସ୍ତୁ ଗଛ ଘର ମଧ୍ୟରେ ବିନା କାରଣରେ କିମ୍ବା ଅଚାନକ ଶୁଖି ଯିବାର ଅର୍ଥ କଣ ହୋଇପାରେ ? ଏହା ଆପଣଙ୍କ ପାଇଁ କେତେ ଶୁଭ ଓ କେତେ ଅଶୁଭ ହୋଇଥାଏ।

ବାସ୍ତୁ ବିଜ୍ଞାନରେ ଏପରି ଅନେକ ଗୁଡ଼ିଏ ଉପଚାର ରହିଅଛି ଯାହାକି ଜନ୍ମ କୁଣ୍ଡଳିରେ ରହିଥିବା ଦୋଷ, ଜୀବନରେ ଚାଲୁଥିବା ଅନ୍ଧକାର କୁ ଦୁର କରିବା ପାଇଁ ଭିନ୍ନ ଭିନ୍ନ ବାସ୍ତୁ ଗଛ କୁ ଘର ମଧ୍ୟରେ ସ୍ଥାପନ କରି ପୂଜା କରାଯାଇଥାଏ। ସେହିପରି ଆମେ ଅନେକ ଗୁଡ଼ିଏ ଗଛକୁ ଘର ମଧ୍ୟରେ ରଖି ଘରର ଶାନ୍ତି, ସମୃଦ୍ଧି, ଧନ, ମାନ ସମ୍ମାନ ବଜାଇ ରଖିବା ପାଇଁ ବାସ୍ତୁ ଗଛ କୁ ପୂଜା କରିଥାଉ। ଏହି ପବିତ୍ର ବାସ୍ତୁ ଗଛ ମଧ୍ୟରୁ ତୁଳସୀ ଗଛ ଏକ ପ୍ରମୁଖ ଗଛ ଅଟେ। ଏହି ତୁଳସୀ ଗଛ ଏବଂ ପୂଜା ହେଉଥିବା ପ୍ରତ୍ୟେକ ବାସ୍ତୁ ଗଛ ଏପରି ଅଚାନକ ଶୁଖି ଯିବା ସମୟ ପୂର୍ବରୁ ମରିଯିବା ର ଅର୍ଥ କଣ ହୋଇଥାଏ ? ଏହା ଆପଣ ଙ୍କ ପାଇଁ କେତେ ଶୁଭ ନା ଅଶୁଭ ଆସନ୍ତୁ ଜାଣିବା।

ମୁଖ୍ୟତଃ ଘର ମଧ୍ୟରେ ପୂଜା କରାଯାଉଥିବା ପ୍ରତ୍ୟେକ ବାସ୍ତୁ ଗଛ ତୁଳସୀ ଗଛ, ଶନି ଗଛ ଏବଂ ଅପରାଜିତ ଗଛ ପରି ଗଛ ଗୁଡ଼ିକ ଘର ମଧ୍ୟରେ ଶୁଖି ଯିବା ଅଶୁଭ ହୋଇଥାଏ। ଘରର ପବିତ୍ରତା, ଶାନ୍ତି, ପାଇଁ ତୁଳସୀ ଗଛ କୁ ଘର ମଧ୍ୟରେ ସ୍ଥାପନ କରିବା କେତେ ଆବଶ୍ୟକ ହୋଇଥାଏ।

ତୁଳସୀ ଗଛ: ଧର୍ମରେ ପ୍ରତ୍ୟେକ ଘରେ ତୁଳସୀର ପୂଜା ଘରର ଶାନ୍ତି, ସମୃଦ୍ଧି ଏବଂ ଉନ୍ନତି ପାଇଁ କରାଯାଇଥାଏ। କିନ୍ତୁ ଏହି ପବିତ୍ର ତୁଳସୀ ଗଛ ଅଚାନକ ଶୁଖି ଯିବା କିମ୍ବା ସମୟ ପୂର୍ବରୁ ମରିଯିବା କେତେ ଅଶୁଭ ହୋଇଥାଏ ଏହା ଆପଣ ଜାଣିନାହାନ୍ତି। ତୁଳସୀ ମା ବୃନ୍ଦାବତୀ, ଶାନ୍ତି ଏବଂ ସମୃଦ୍ଧି ର ପ୍ରତୀକ ଅଟନ୍ତି। ଯେଉଁ ଘର ମଧ୍ୟରେ ଏହିପରି ତୁଳସୀ ଗଛ ବିନା କାରଣରେ ଶୁଖି ଯାଏ କିମ୍ବା ସମୟ ପୂର୍ବରୁ ମରିଯାଇଥାଏ ସେହି ଘର ମଧ୍ୟ ରୁ ଶାନ୍ତି ଏବଂ ସମୃଦ୍ଧି ଦୁରେଇ ବାକୁ ଲାଗିଥାଏ ଏବଂ ଘର ମଧ୍ୟରେ ଅଶାନ୍ତି ଲାଗି ରହିବା ସହିତ ପାରିବାରିକ ଝଗଡ଼ା ମଧ୍ୟ ବଢ଼ିବାକୁ ଲାଗିଥାଏ। ଏହା ସହିତ ଆର୍ଥିକ ରେ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

ଅପରାଜିତା ଗଛ: ଏହି ଗଛ ଆପଣଙ୍କର ଉନ୍ନତି ଏବଂ ସଫଳତା ପାଇଁ ଘର ମଧ୍ୟରେ ସ୍ଥାପନ କରାଯାଇଥାଏ। ଏହି ଗଛ ଶୁଖି ଯିବା କିମ୍ବା ମରିଯିବା ଘର ପ୍ରତି ଏବଂ ଘର ପରିବାର ପ୍ରତି ଆସୁଥିବା ଉନ୍ନତିରେ ବାଧା ଏବଂ ସଫଳତାରେ ବାଧା ପରି ସମସ୍ୟା ସୃଷ୍ଟି ହେବାର ପୂର୍ବ ସୂଚନା ଦେଇଥାଏ। କୌଣସି କାର୍ଯ୍ୟ ସଠିକ ଭାବରେ ନହେବା ସହିତ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ସବୁ ବନ୍ଦ ହେବାକୁ ଲାଗିଥାଏ।

ମନି ପ୍ଲାଣ୍ଟ: ଘର ମଧ୍ୟରେ କଦାପି ଧନର ଅଭାବ ନହେବା ପାଇଁ ଏବଂ ମାତା ଲକ୍ଷ୍ମୀ ଙ୍କୁ ଘର ପ୍ରତି ଅଧିକ ଅଧିକ ଆକର୍ଷିତ କରିବା ପାଇଁ ମନି ପ୍ଲାଣ୍ଟ ଘର ମଧ୍ୟରେ ସ୍ଥାପନ କରାଯାଇଥାଏ। ଏହି ମନି ପ୍ଲାଣ୍ଟ ଗଛ ଯଦି ବିନା କାରଣରେ ଶୁଖି ଯାଇଥାଏ କିମ୍ବା ମରିଯାଇଥାଏ ଏହାର ଅର୍ଥ ଧନ ହାନି, ଅଯଥାରେ ଖର୍ଚ୍ଚ ଏବଂ କୌଣସି ବଡ଼ କ୍ଷତି ହେବାର ସୂଚନା ଦେଇଥାଏ।

ଶନି ଗଛ: ଗ୍ରହ ଶନି କୁ ଶାନ୍ତ କରିବା ପାଇଁ ଘର ମଧ୍ୟରେ ଶନି ଗଛ କୁ ସ୍ଥାପନ କରାଯାଇ ପୂଜା କରାଯାଇଥାଏ। ଏହି ଗ୍ରହ ପ୍ରତ୍ୟେକ ଜନ୍ମ କୁଣ୍ଡଳୀରେ ଶାନ୍ତ ରହିବା ହିଁ ନିହାତି ଆବଶ୍ୟକ ହୋଇଥାଏ। ଯେଉଁ ଘର ମଧ୍ୟରେ ଶନି ଗଛ ପୂଜା ହେଉଥିବା ସମୟରେ ସେହି ଗଛଟି ଶୁଖି ଯାଇଥାଏ ଶେହି ଘର ପ୍ରତି ଶନି ଙ୍କ ର ଅଶାନ୍ତ ବଢ଼ିବାକୁ ଲାଗିଥାଏ ଏବଂ କୋପ ଦୃଷ୍ଟି ମଧ୍ୟ ସେହି ଘର ମଧ୍ୟରେ ଅଧିକରୁ ଅଧିକ ବଢ଼ିବାକୁ ଲାଗିଥାଏ ଏବଂ ସେହି ଘର ମଧ୍ୟରେ କଦାପି ଶୁଭ କାର୍ଯ୍ୟ ହୋଇପାରି ନଥାଏ। ଶନି ଙ୍କ ର କୋପ ଘର ମଧ୍ୟରେ ସଦାସର୍ବଦା ଅଶାନ୍ତି ଭରି ରହିଥାଏ।

ପାରିଜାତ ଗଛ: ଘରର ମାନ ସମ୍ମାନ ପାଇଁ ଘର ମଧ୍ୟରେ ପାରିଜାତ ଗଛ ସ୍ଥାପନ କରାଯାଇ ପୂଜା କରାଯାଇଥାଏ। ଯେଉଁ ଘର ମଧ୍ୟରେ ଏହି ଗଛ ବିନା କାରଣରେ ଶୁଖି ବାକୁ ଆରମ୍ଭ କରିଥାଏ ସେହି ଘର ପ୍ରତି ବା ସେହି ଘର ର ମାନ ସମ୍ମାନ ଆସ୍ତେ ଆସ୍ତେ ହାନି ହେବାକୁ ଲାଗିଥାଏ ଏବଂ ଘର ପ୍ରତି ଆସୁଥିବା କୌଣସି ବଡ଼ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଥିବାରୁ ଏହା ଜଣାଇ ଥାଏ। ଯେଉଁ ଘର ମଧ୍ୟରେ ପାରିଜାତ ଗଛ ଶୁଖି ଯାଇଥାଏ ସେହି ଘର ମଧ୍ୟରେ ନକାରାତ୍ମକ ଶକ୍ତି ମାନଙ୍କର ଅଧିକରୁ ଅଧିକ ପ୍ରଭାବ ରହିଥାଏ ଏବଂ ସେହି ଘର ସଦସ୍ୟ ମାନଙ୍କର ମାନସିକ ସ୍ଥିତି ବିଗିଡିବା ସହିତ ସମସ୍ୟା ଦେଖାଯାଇଥାଏ। ଏହି ପାଞ୍ଚୋଟି ବାସ୍ତୁ ଗଛ ପରି ଅନେକ ଗଛର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *