ଦିନେ ଏହି ବ୍ୟକ୍ତିକୁ ଭିକାରୀ ଭାବୁଥିଲେ ଯେତେବେଳେ ତାଙ୍କୁ ମିଳିଲା ଜାତୀୟ ପୁରସ୍କାର, ସମସ୍ତଙ୍କ ହୋସ ଉଡିଗଲା…

ସବୁଜିମାର ଭରପୂର ଦୁନିଆ ଅର୍ଥାତ ଚତୁରପାର୍ଶ୍ୱରେ ବୃକ୍ଷ। ଗଛକୁ ବଢିବାର ଦେଖି ମଣିଷ ଏହା ଅନୁଭବ କରିପାରିବ ଯେ ଗୋଟିଏ ଚାରାରୁ ଦାରୁ ହେବା ପାଇଁ କେତେ ସମୟ ଏବଂ କେତେ ଶ୍ରମ ଲାଗିଥାଏ। ଏଥିସହିତ ବୃକ୍ଷରୋପଣ କରିଥିବା ବ୍ୟକ୍ତିକୁ କେତେ ସନ୍ତୋଷ ର ଅନୁଭୂତି ହୋଇଥାଏ। ଏପରି ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମ ଦାରିପଲ୍ଲୀ ରମୈୟା, ସେ ଦୁନିଆରେ ଟ୍ରି ମ୍ୟାନ ଭାବରେ ବିଶେଷ ପରିଚିତ। ବର୍ତ୍ତମାନ ତାଙ୍କୁ ୮୩ ବର୍ଷ ବୟସ ହେଲାଣି। ମାତ୍ର ଗଛ ଲଗାଇବାର ନିଶା ଛାଡି ନାହାନ୍ତି। ଅଦ୍ୟାବଧି ୧ କୋଟିରୁ ଉର୍ଦ୍ଧ୍ବ ଚାରା ଲଗାଇ ସାରିଲେଣି।

ବୃକ୍ଷରୋପଣ ପ୍ରତି ଏପରି ନିଶା ଦେଖି ଲୋକେ ତାଙ୍କୁ ପାଗଳ ମଧ୍ୟ କହିଥାନ୍ତି। ମାତ୍ର ୨୦୧୭ ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କର ଏପରି ମହାନ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ତାଙ୍କୁ ପାଗଳ କହୁଥିବା ଲୋକଙ୍କ ମୁହଁରେ ଯେମିତି ତାଲା ପଡିଯାଇଛି। ଏଥିସହିତ ତାଙ୍କୁ ପାଗଳ କରୁଥିବା ଲୋକମାନେ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି।

ଏମିତି ନୁହେଁ କି ସେ ହଠାତ ତାଙ୍କର ବୃକ୍ଷରୋପଣ ପ୍ରତି ଆଗ୍ରହ ହେଲା ଏବଂ ସେ ଏତେ ଗଛ ଲଗାଇଦେଲେ। ପରିବେଶ ପ୍ରଦୂଷଣ ହେଉଥିବା ଦେଖି ରମୈୟାଙ୍କ ମନ ଆନ୍ଦୋଳିତ ହେବାକୁ ଲାଗିଲା। ସେତେବେଳେ ତାଙ୍କ ମନରେ ଏକ ଚିନ୍ତାଧାରା ଆସିଲା ଆଉ ସେ ତାଙ୍କ ଲକ୍ଷ୍ୟ ପଥରେ ଆଗକୁ ବଢ଼ିବାରେ ଲାଗିପଡିଲେ। ସେ ତାଙ୍କ ପକେଟରେ ଗଛ ଲଗାଇବା ପାଇଁ ମଞ୍ଜି ଏବଂ ସାଇକେଲ ରେ ଚାରା ଧରି ବହାରି ପଡିଲେ। ଯେଉଁଠି ଖାଲି ସ୍ଥାନ ଦେଖନ୍ତି ଗଛ ଲଗାଇ ଦିଅନ୍ତି। ସର୍ବ ପ୍ରଥମେ ସେ ତେଲେଙ୍ଗାନାର ଖମ୍ମମ ଜିଲ୍ଲା ଅନ୍ତର୍ଗତ ରେଡ୍ଡିପଲ୍ଲୀ ଗ୍ରାମରୁ ନିଜର ଅଭିଯାନ ଆରମ୍ଭ କରିଥିଲେ। ରେଡ୍ଡିପଲ୍ଲୀ ରମୈୟାଙ୍କ ନିଜ ଗ୍ରାମ।

ଦାରିପଲ୍ଲୀ ରମୈୟା କେବଳ ବୃକ୍ଷରୋପଣ କରିବାରେ ନୁଜକୁ ସୀମିତ ରଖି ନାହାନ୍ତି। ବୃକ୍ଷରୋପଣ କରିବା ସହିତ ଗଛ ଗୁଡିକର ଯତ୍ନ ନେବା ପ୍ରତି ମଧ୍ୟ ତତ୍ପର ରହିଥାନ୍ତି। ସେ ଗଛ ଲତା ଉପରେ ଏତେ ମନୋନିବେଶ କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ୬୦୦ରୁ ବି ଅଧିକ ପ୍ରକାରର ମଞ୍ଜି ରହିଛି। ବୃକ୍ଷ ବିଷୟରେ ଅଧ୍ୟୟନ କରି ନଥିଲେ ବି ତାଙ୍କୁ ଏସବୁ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ଅଛି। ଏହାଛଡା ସେ ଅଧିକ ପାଠ ମଧ୍ୟ ପଢ଼ି ନାହାନ୍ତି। ରମୈୟା ଗଛ ଗୁଡ଼ିକର ନିଜ ସନ୍ତାନ ପରି ଯତ୍ନ କରିଥାନ୍ତି, କୌଣସି ଗଛ ଶୁଖି ଗଲେ ତାଙ୍କ ମନରେ ପୀଡା ସୃଷ୍ଟି ହୋଇଥାଏ।

ଏହି ଟ୍ରି ମ୍ୟାନ ରମୈୟା କେବଳ ମଞ୍ଜି ଓ ଚାରା କିଣିବା ପାଇଁ ନିଜର ତିନି ଏକରର ଜମି ବିକ୍ରି କରିଦେଇଛନ୍ତି। ରମୈୟାଙ୍କ ପରି ବ୍ୟକ୍ତିଙ୍କୁ ଆମର ସାଦର ପ୍ରଣାମ। ଆପଣମାନେ ମଧ୍ୟ ବୃକ୍ଷରୋପଣ କରନ୍ତୁ ଏବଂ ପୃଥିବୀକୁ ସବୁଜ କରିବାରେ ସାହାଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *