ଦୀପିକା ଙ୍କ ପରେ ଏବେ ଡ୍ରଗ୍ ଦୁର୍ନୀତିରେ ଆସିଲା ଆଉ ଏକ ଅଭିନେତ୍ରୀ ଙ୍କ ନାମ, ଏନସିବି ଶୀଘ୍ର ପଠେଇପାରନ୍ତି ସମନ

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ଡ୍ରଗ୍ ଦୁର୍ନୀତିରେ ଦୀପିକା ପାଦୁକୋନ ଙ୍କ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଆଉ ଏକ ଅଭିନେତ୍ରୀ ଦିଆ ମିର୍ଜା ର ନା ଯୋଡ଼ି ଯାଇଛି। ରିପୋର୍ଟ ଅନୁସାରେ ଡ୍ରଗ୍ ବିକାଳୀ ଅନୁଜ କେଶୱାନି ନାରକୋଟିକ୍ସ କଣ୍ଟ୍ରୋଲ ଏନସିବି ରେ ପଚରାଉଚରା କରିବାରୁ ଅଭିନେତ୍ରୀ ଦିଆ ମିର୍ଜା ର ନା ନେଇଛି। ଅନୁଜ କେଶୱାନି ଏନସିବି କୁ କହିଛି କି ଦିଆ ମିର୍ଜା ର ମ୍ୟାନେଜର ଡ୍ରଗ କିଣୁ ଥିଲା ।

ଖାଲି ଏତିକି ନୁହେଁ, କେଶୱାନି ଏ କଥାର ପ୍ରମାଣ ମଧ୍ୟ ଦେଇଛି କି ୨୦୧୯ ମସିହାରେ ଦିଆ ର ମ୍ୟାନେଜର ଡ୍ରଗ୍ କିଣୁ ଥିଲେ। ମ୍ୟାନେଜର ଦୁଇଥର ଡ୍ରଗ ବିକାଳୀ କୁ ଦେଖା କରିଛି। ଏଥିରେ ଏବେ କୁହାଯାଉଛି କି ଏନସିବି ଦିଆ ର ମ୍ୟାନେଜର କୁ ପଚରାଉଚରା ପାଇଁ ଡାକିପାରନ୍ତି, ଏହାପରେ ଦିଆ ମିର୍ଜା କୁ ସମନ ପଠେଇ ପାରନ୍ତି।

ସେହି ଡ୍ରଗ କୁ ନେଇ” ଉଡନ୍ତା ପଞ୍ଜାବ”ର ଫିଲ୍ମ କରୁଥିବା ଲୋକମାନେ ମଧୁ ମନ୍ତେନା ର ନା ଏନସିବି ର ପଚରାଉଚରା ରୁ ସାମ୍ନାକୁ ଆସିଛି। ତାଙ୍କର ନାମ ଜୟା ସାହା କହିଛନ୍ତି। ମଧୁ ମନ୍ତେନା ଅନୁରାଗ କଶ୍ୟପ ଆଉ ବିକ୍ରମାଦିତ୍ୟ ମୋଟୱାନ ଙ୍କ ସହ ମିଶି ଫେଟମ୍ ଫିଲ୍ମ ର ବ୍ୟାନର ତଳେ”ଉଡନ୍ତା ପଞ୍ଜାବ”କରିଥିଲେ।

ଏହା ପୂର୍ବରୁ ସୋମବାର ଦିନ ଦୀପିକା ପାଦୁକୋନ ର ମ୍ୟାନେଜର କରିଶ୍ମା ପ୍ରକାଶ ର ହ୍ୱାଟସପ ଚାଟ ସାମ୍ନାକୁ ଆସିବା ପରେ ମଙ୍ଗବାର ଦିନ ଏନସିବି କରିଶ୍ମା କୁ ପଚରାଉଚରା ପାଇଁ ଡକେଇଥିଲା। କୁହାଯାଇଛି କି ଏହି ସପ୍ତାହରେ ଦୀପିକା ପାଦୁକୋନ କୁ ମଧ୍ୟ ପଚରାଉଚରା କରିପାରନ୍ତି।

ଏହି ଡ୍ରଗ ମାମଲାରେ ଏବେ ବଲିଉଡ ର ରିୟା ଚକ୍ରବର୍ତ୍ତୀ ଙ୍କ ଛଡ଼ା ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତି ସିଂ, ସିମୋନ ଖୱାଟା, ନମ୍ରତା ଶିରୋଡକର, ମଧୁ ମନ୍ତେନା ଆଉ ଶ୍ରଦ୍ଧା କପୁର ଙ୍କ ନାମ ସାମ୍ନାକୁ ଆସିଛି, ଏନସିବି ବହୁତ ଶୀଘ୍ର ଏ ବିଷୟରେ ପଚରାଉଚରା କରିପାରେ ।

Leave a Reply

Your email address will not be published. Required fields are marked *