ନା ମୁଣ୍ଡରେ ସିନ୍ଦୁର, ନା ମୁହଁରେ ମାସ୍କ ନା କୌଣସି ମେକଅପ, ବିବାହ ପରେ ସ୍ୱାମୀଙ୍କ ସହିତ ମୁମ୍ବାଇ ଫେରିଲେ ନେହା

ନେହା କକ୍କଡ ଏବଂ ରୋହନପ୍ରୀତ ସିଂହ ନିଜର ସମ୍ପର୍କକୁ ଅଫିସିଆଲ କରି ଦେଇଛନ୍ତି | ଉଭୟ ୨୪ ଅକ୍ଟୋବରକୁ ଦିଲ୍ଲୀରେ ଧୂମଧାମରେ ବିବାହ କରିଥିଲେ | କରୋନା ମହାମାରୀରେ ଯେଉଁଠାରେ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି | ଏମିତିରେ ଏହି ବିବାହକୁ ଏସମୟର ସବୁଠୁ ବଡ ବିବାହ ସମାରୋହ ବୋଲି କୁହାଯାଉଛି | ତେବେ ତାଙ୍କ ବିବାହ ରୀତିନୀତିରେ କେବଳ ପରିବାର ଲୋକ ଏବଂ ଘନିଷ୍ଠ ବନ୍ଧୁ ମାନେ ହିଁ ଶାମିଲ ହୋଇଥିଲେ | ବର୍ତ୍ତମାନ ବିବାହ ପରେ ସେହି ଯୋଡ଼ିଙ୍କର ଅନେକ ଫୋଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ଧମାଲ କରୁଛି | ବିବାହ ପରେ ପ୍ରଥମଥର ପାଇଁ ନେହା ଏବଂ ରୋହନପ୍ରୀତ ପବ୍ଲିକଲି ନଜର ଆସିଛନ୍ତି |

ନେହା ଏବଂ ରୋହନପ୍ରୀତଙ୍କ ବିବାହ ପରେ କିଛି ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି | ବାସ୍ତବରେ ଉଭୟ ଦିଲ୍ଲୀରୁ ମୁମ୍ବାଇ ଫେରି ସାରିଛନ୍ତି | ଏମିତିରେ ଏହି ଫୋଟୋ ଗୁଡିକ ଇଣ୍ଟରନେଟରେ ସାମ୍ନାକୁ ଆସିଛି | ଏଥିରେ ଦୁଇଜଣ କାଜୁଆଲ ପୋଷାକରେ ନଜର ଆସୁଛନ୍ତି | ଏହି ଫୋଟୋରେ ତାଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ରହିଛନ୍ତି |

ବିମାନବନ୍ଦରରେ ନେହା ଏବଂ ରୋହନପ୍ରୀତଙ୍କର ଫୋଟୋ ଉଠାଇ ନେଇଥିଲେ , କିନ୍ତୁ ଏହି ସମୟରେ ନେହା ନା ମୁଣ୍ଡରେ ସିନ୍ଦୁର ପିନ୍ଧିଥିଲେ ନା ମୁହଁରେ ମାସ୍କ କିମ୍ବା କୌଣସି ମେକଅପ ନଜର ଆସିଥିଲା | ଏଥିରେ ଲୋକମାନେ ମାସ୍କ ନପିନ୍ଧିଥିବାରୁ ତାଙ୍କୁ ବହୁତ କଥା ଶୁଣାଉଛନ୍ତି |

ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ କହିଛନ୍ତି ଯେ, “ବିବାହ ହୋଇଗଲା ବୋଲି କଣ ମାସ୍କ ଜରୁରୀ ନୁହେଁ ?  ଆଉଜଣେ ଲେଖିଛନ୍ତି ତୁମ ମାସ୍କ କୁଆଡେ ଗଲା | ଏଥିସହିତ ଗାୟିକାଙ୍କର ଡ୍ରେସକୁ ନେଇ ଜଣେ ଲେଖିଛନ୍ତି ଯେ, “ନେହା ତୁମ ଡ୍ରେସ ଡିଜାଇନର କିଏ ?ବିବାହ ପୋଷାକ ମଧ୍ୟ ଭଲ ନଥିଲା ବର୍ତ୍ତମାନ ଯାହା ପିନ୍ଧିଛ ତାହା ମଧ୍ୟ ଭଲ ଲାଗୁ ନାହିଁ ତୁମେ ଆଗରୁ ବହୁତ ଭଲ ଡ୍ରେସିଂ କରୁଥିଲ |

ଏଥିସହିତ ପ୍ରଶଂସକଙ୍କୁ ଏଥର ମଧ୍ୟ ଲାଗୁଥିଲା ଯେ ଏହା ନେହା କକ୍କଡଙ୍କର ସଂଗୀତ ପ୍ରମୋଶନର ଷ୍ଟେଟର୍ଜି ଅଟେ, କିନ୍ତୁ ଯେତେବେଳେ ରୋକା ସହିତ ହଳଦୀ ଏବଂ ମେହେନ୍ଦୀର ଫୋଟୋ ମଧ୍ୟ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ଏଥର ପ୍ରେମର କାହାଣୀ ସତ୍ୟ ଅଟେ |

ଗତ ଖବର ମୁତାବକ ବିବାହ ପରେ ୨୬ ଅକ୍ଟୋବର ଦିନ ସନ୍ଧ୍ୟାରେ ଚଣ୍ଡୀଗଡ଼ ଠାରେ ନେହା ଏବଂ ରୋହନପ୍ରୀତ ରିସେପ୍ସନର ପାର୍ଟି ମଧ୍ୟ ରଖିଥିଲେ ଏବଂ ଏହି ଅବସରର ଭିଡିଓ ମଧ୍ୟ ଇଣ୍ଟରନେଟରେ ଛାଇ ଯାଇଥିଲା | ଏଥିରେ ପାଖାପାଖି ବନ୍ଧୁ ଏବଂ ସମସ୍ତ ସମ୍ପର୍କୀୟ ହିଁ ଶାମିଲ ହୋଇଥିଲେ |

ବିବାହ ଏବଂ ରିସେପ୍ସନ ପରେ ବର୍ତ୍ତମାନ ପ୍ରଥମଥର ପାଇଁ ପବ୍ଲିକ ମଧ୍ୟରେ ନଜର ଆସୁଛନ୍ତି ନେହା କକ୍କଡ ଏବଂ ରୋହନପ୍ରୀତ, ସେମାନେ ଫୋଟୋ ପାଇଁ ମଧ୍ୟ ଅନେକ ପୋଜ ଦେଇଛନ୍ତି | କୁହାଯାଉଛି ଯେ ଉଭୟଙ୍କର ଭେଟ ୬ ମାସ ପୂର୍ବରୁ କରୋନା ସମୟରେ ଚଣ୍ଡୀଗଡ଼ରେ ହୋଇଥିଲା |

ଏହି ଭେଟ ପରେ ଧୀରେ ଧୀରେ ପରସ୍ପରକୁ ଭେଟିବା ବଢ଼ିବାରେ ଲାଗିଥିଲା ଏବଂ କଥା ଆଗକୁ ବଢିଥିଲା | ବର୍ତ୍ତମାନ କରୋନା ମହାମାରୀ ସମୟରେ ହିଁ ଉଭୟ ଏହି ସମ୍ପର୍କକୁ ନାମ ଦେଇଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ |

Leave a Reply

Your email address will not be published. Required fields are marked *