ନେପାଳ ସରକାର ଙ୍କ ଆରୋପ – ଭାରତ ସରକାର ମୋର ସରକାର ଭାଙ୍ଗିବା ପାଇଁ ପ୍ରୟାସ କରୁଛନ୍ତି

ନେପାଳ ର ପ୍ରଧାନମନ୍ତ୍ରୀ କେପୀ ଶର୍ମା ଅଲୀ ରବିବାର ଦିନ ଏକ କାର୍ଯ୍ୟକ୍ରମ ରେ ଭାରତ ତାଙ୍କର ସରକାର ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ବୋଲି ଆରୋପ ଲଗାଇଛନ୍ତି । ଅଲୀ କହିଛନ୍ତି କି ନୂଆଦିଲ୍ଲୀ ର ମିଡିଆରେ ହେବାକୁ ଥିବା ବୈଦ୍ଧିକ ତର୍ଜମା କାଠମାଣ୍ଡୁ ସ୍ଥିତ ଭାରତୀୟ ଦୃତାବାସ ର ସକ୍ରିୟତା ଓ ହୋଟେଲ ରେ ହେଉଥିବା ଗତିବିଧି ଦେଖୁଛି କି ଭାରତ ର ପୁରା ଷଡଯନ୍ତ୍ର କରୁଛି ।

ଅଲୀ ଆଉ ଏକ ଗମ୍ଭୀର ଅଭିଯୋଗ ଲଗାଇ କହିଛନ୍ତି କି ଏହା ପୂର୍ବରୁ ଯେବେ ସେ ପୂର୍ବ କାର୍ଯ୍ୟକାଳ ରେ ଚୀନ ସହ ଟ୍ରେଡ ଓ ଟ୍ରାଜିଟ ବୁଝାମଣା ପତ୍ର ରେ ସ୍ୱାକ୍ଷର କରିଥିଲା ସେତେବେଳେ ତାଙ୍କର ସରକାର ଭାଙ୍ଗି ଦିଆଯାଇଥିଲା କିନ୍ତୁ ଏବେ ଆମ ପାଖରେ ବହୁମତ ଅଛି । କହିରଖୁଛୁ କି ସେହି ସମୟରେ ମଧ୍ୟ କେପୀ ଅଲୀ ଙ୍କ ଗଣ୍ଠବନ୍ଧନ ପ୍ରଞ୍ଚଡ ସହିତ ଥିଲା ଓ ପ୍ରଞ୍ଚଡ ନିଜର ସମର୍ଥନ ଫେରାଇ ନେଇଥିଲା ଯାହା ଫଳରେ ତାଙ୍କର ସରକାର ଭାଙ୍ଗି ଯାଇଥିଲା ।

ଅଲୀ ନିଜର ସମ୍ବୋଧନ ରେ କହିଛନ୍ତି କି ନେପାଳ ର ନେତା ମାନେ ମତେ କହିଛନ୍ତି କି ନିଜ ଜାଗା କୁ ଏକଜୁଟ ହୋଇ ଯେଉଁ ନକ୍ସା ଛପା ଯାଉଥିଲା ସେଥିରେ ବହୁତ ବଡ଼ ଭୁଲ ଅଛି କିନ୍ତୁ ଏହାକୁ ଏମିତି ଦେଖା ଯାଉଛି କି ଯେମିତି ମୁଁ କୌଣସି ବଡ଼ ଅପରାଧ କରିଦେଇଛି ।

ନେପାଳ ର ଜନନେତା ମଦନ ଭଣ୍ଡାରୀ ଙ୍କ ୬୯ତମ ଜୟନ୍ତୀ ଙ୍କ ଅବସର ରେ ପ୍ରଧାନମନ୍ତ୍ରୀ କେପୀ ଅଲୀ କହିଛନ୍ତି କି ତାଙ୍କୁ ପଦ ରୁ ହଟାଇବା ପାଇଁ ଖେଳ ଆରମ୍ଭ ହୋଇସାରିଛି କିନ୍ତୁ ଏହା ଅସମ୍ଭବ ଅଟେ । ପ୍ରଧାନମନ୍ତ୍ରୀ ଅଲୀ ଦାବି ସହକାରେ କହିଛନ୍ତି କି କାଠମାଣ୍ଡୁ ର ଏକ ହୋଟେଲ ରେ ତାଙ୍କୁ ହଟାଇବା ପାଇଁ ଏକ ବୈଠକ କରାଯାଇଛି ଓ ଏଥିରେ ଜଣେ ଦୃତାବାସ ମଧ୍ୟ ସାମିଲ ଅଛନ୍ତି । କହି ରଖୁଛି କି ଅଲୀ ଙ୍କ ଇଙ୍ଗୀତ ଭାରତ ଆଡ଼କୁ ଅଛି ।

ଅଲୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ପଦ ରେ ରହିବାକୁ ସେ ଚାହୁଁ ନାହାଁନ୍ତି କିନ୍ତୁ ଯଦି ମୁଁ ହଟି ଯାଇଛି କିମ୍ବା ମୋର ସରକାର ଭାଙ୍ଗି ଯାଉଛି ତେବେ ନେପାଳ ସପକ୍ଷରେ ସେମିତି କେହି ବ୍ୟକ୍ତି କହିବା ପାଇଁ ସାହାସ କରିବେ ନାହିଁ। ଆଜି ପାଇଁ ନୁହେଁ ମୁଁ ଆସନ୍ତା କାଲି ପାଇଁ ନିଜ ପାଇଁ ନୁହେଁ ଦେଶ ପାଇଁ ଏହି ସରକାର ରହିବା ଜରୁରୀ ଅଟେ ।

ଅଲୀ କହିଛନ୍ତି କି ନେପାଳ ଆଜି ପର୍ଯ୍ୟନ୍ତ କେବଳ ଭାରତ ଉପରେ ନିର୍ଭରଶୀଳ । କହିବାକୁ ଗଲେ ଆମକୁ ତିନି ପାଖରୁ ଭାରତ ଘେରି ରହିଛି କିନ୍ତୁ ଚାରି ପାଖରୁ ଘେରି ରହିଛି ବୋଲି ଦେଖା ଯାଉଛି । ନେପାଳ ଭୂପରିବେଷ୍ଠିତ ଦେଶ ନୁହେଁ ଭାରତ ଉପରେ ନିର୍ଭର କରୁଥିବା ଦେଶ ଅଟେ ଯେଉଁଥିପାଇଁ ମୁଁ ଚୀନ ର ବାଟ ଖୋଲି ଦେଇଛି ।

ନେପାଳ ର ଭୂମି ଉପରେ ଭାରତ ର ଦଖଲ ରହିଛି । ଭାରତ ଆମର ଲୋକ ଙ୍କୁ ରେଶନ କାର୍ଡ ଦେଇଛି ସୁବିଧା ସୁଯୋଗ ଦେଇଛି ଓ ସେନା ଲଗାଇ ଆମର ମାଟି କୁ କାହାରିକୁ ଆସିବାକୁ ଦେଉନାହିଁ ଓ ଏଠାରେ କିଛି ଲୋକ ପ୍ୟାକେଟ ରେ ନେପାଳ ର ନାଗରିକତା ରଖି ଭାରତ ର ପ୍ରଂଶସା କରୁଛନ୍ତି ।

Leave a Reply

Your email address will not be published. Required fields are marked *