ନୋରା ଫତେହିଙ୍କ ନୃତ ଦେଖି କ୍ରୋଧିତ ହୋଇଥିଲେ ତାଙ୍କ ମାଆ, ଦିଲବର ଗାର୍ଲଙ୍କ ଉପକୁ ଫିଙ୍ଗିଲେ ଚପଲ

ବଲିଉଡ ଅଭିନେତ୍ରୀ ତଥା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ନୋରା ଫତେହି ଅଧିକାଂଶ ସମୟରେ ନିଜର ନୃତ୍ୟ ଭିଡିଓକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି। ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ ସକ୍ରିୟ ଥିବା ନୋରା ନିକଟରେ ନିଜର ଏକ ନୂତନ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଆଜିକାଲି ଟ୍ରେଣ୍ଡ କରୁଛି। ତେବେ ନୋରାଙ୍କ ଡ୍ୟାନ୍ସ ଭିଡିଓଗୁଡିକ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରିଥାଏ, ଏବଂ ତାଙ୍କର ଏହି ଭିଡିଓଗୁଡିକ ପ୍ରଶଂସକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ। ଏହି ଅବସରରେ ନୋରାଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

ବାସ୍ତବରେ, ନୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ନୂଆ ଭିଡିଓଟି ବହୁତ ମଜାଦାର ଅଟେ, ଏଥିପାଇଁ ଏହି ଭିଡ଼ିଓକୁ ପ୍ରଶଂସକ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି। ତେଣୁ ନୋରାଙ୍କର ଏହି ମଜାଳିଆ ଭିଡିଓ ବହୁଳ ପରିମାଣରେ ଭାଇରାଲ ହେଉଛି। ଏହି ଭିଡିଓକୁ ନୋରା ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ନୋରା କହୁଛନ୍ତି ଯେ, ସେ ୱାପ ଚ୍ୟାଲେଞ୍ଜକୁ ସ୍ୱୀକାର କରନ୍ତି ଏବଂ ଏହାପରେ ସେ ବହୁତ ଧମାକାପୂର୍ଣ୍ଣ ଭଙ୍ଗୀରେ ନୃତ୍ୟ କରିଥାନ୍ତି।

https://www.instagram.com/p/CE4Kq9OJL4q/?utm_source=ig_web_copy_link

ଏହି ନୃତ୍ୟକୁ ଦେଖି ରୋଷେଇ ଘରେ କାମ କରୁଥିବା ତାଙ୍କ ମା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ରହିଯାଇଥାନ୍ତି ଏବଂ ସେ ରୋଷେଇ ଘରୁ ହିଁ ନୋରା ଉପରେ ଚପଲ ପକାଇ ତାଙ୍କୁ ମାରିବା ଆରମ୍ଭ କରି ଦେଇଥାନ୍ତି। ଏହାପରେ ନୋରା ନିଜର ନୃତ୍ୟ ଛାଡି ସେଠାରୁ ଦୌଡ଼ି ପଳାଇଥାନ୍ତି। ଉଲ୍ଲେଖନୀୟ ଥାଉ ଯେ, ଏହି ଭିଡିଓରେ ନୋରା ଫତେହିଙ୍କ ମାତାଙ୍କ ଭୂମିକାରେ ନିଜେ ନୋରା ହିଁ ଅଭିନୟ କରିଛନ୍ତି।

ନୋରାଙ୍କ ମାଆ କହିଲେ, ଲୋକ କରୋନାରେ ମାରୁଛନ୍ତି ଆଉ ତୁମେ…

https://www.instagram.com/p/CE4Kq9OJL4q/?utm_source=ig_web_copy_link

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି। ଏହି ଭିଡିଓରେ ଅଭିନେତ୍ରୀ ନୋରା ଫତେହିଙ୍କ ମା କହିଛନ୍ତି ଯେ, ଲୋକ ଏଠାରେ କରୋନାରେ ମରୁଛନ୍ତି ଆଉ ତୁମକୁ ୱେପ ଚ୍ୟାଲେଞ୍ଜର ଚିନ୍ତା ହେଉଛି, ବନ୍ଦ କର ଏହାକୁ। ତେବେ ନୋରାଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସେହିପରି ପ୍ରଶଂସକ ନୋରାଙ୍କ ନୃତ୍ୟ ସହିତ ତାଙ୍କର ସୁନ୍ଦର ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।

ନା କେବଳ ପ୍ରଶଂସକ ବରଂ ଅନ୍ୟ ସେଲିବ୍ରେଟି ମଧ୍ୟ ନୋରାଙ୍କ ଏହି ମଜାଳିଆ ଭିଡ଼ିଓ ଉପରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଭିଡ଼ିଓରେ କମେଣ୍ଟ କରି ଏଲି ଅବରାମ ଲେଖିଛନ୍ତି ଯେ, ମୋତେ ତୁମର ମାଆଙ୍କ ଭୂମିକରେ ଅଭିନୟ ଖୁବ ପସନ୍ଦ ଆସିଲା। ସେହିପରି ଅଭିନେତ୍ରୀ ନର୍ଗିସ ଫାଖରୀ ସ୍ମଇଲ ଇମୋଜି ସହିତ କମେଣ୍ଟ କରିଛନ୍ତି। ନୋରାଙ୍କ ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷରୁ ଅଧିକଥର ଦେଖାଯାଇ ସରିଲାଣି।

Leave a Reply

Your email address will not be published. Required fields are marked *