ପାକିସ୍ଥାନ ଉପରେ ଭାରୀ ପଡୁଛି ଆତଙ୍କବାଦ ପ୍ରେମ , ଯାହାକୁ ୬ ବର୍ଷ ଧରି ପାଳୁଥିଲା ସେ ହିଁ ନେଲେ ୫୦୦ ରୁ ଅଧିକ ଜୀବନ

ପାକିସ୍ଥାନ ର କରାଚୀ ସ୍ଥିତ ଷ୍ଟୋକ ଏକ୍ସଚେଞ୍ଜ ରେ ସୋମବାର ଦିନ ଆତଙ୍କୀ ଆକ୍ରମଣ ରେ ୫ ଜଣ ଲୋକ ଙ୍କ ର ମୃତୁ ହୋଇଛି । ଆକ୍ରମଣ ରେ ସାମିଲ ସମସ୍ତ ୪ ଜଣ ଆତଙ୍କୀ ଙ୍କ ର ମୃତୁ ହୋଇଯାଇଛି । ଆକ୍ରମଣ ପୁଣି ଥରେ ପାକିସ୍ଥାନ କୁ ଶାସ୍ତି ଦେଇଛି କି କେମିତି ତାଙ୍କର ଆତଙ୍କବାଦ ପ୍ରେମ ତାଙ୍କ ପାଇଁ ମାହାଙ୍ଗା ପଡୁଛି । ଏହା ପରେ ମଧ୍ୟ ପାକିସ୍ଥାନ ସୁଧାରିବା ର ନାମ ନେଉନାହିଁ । ଏମିତି ରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଓସାମା ବିନ ଲାଦେନ ଙ୍କୁ ଶହୀଦ ଘୋଷଣା କରିଛନ୍ତି ।

ପାକିସ୍ଥାନ ଅନ୍ୟ ଦେଶ ବିରୋଧରେ ଆତଙ୍କବାଦ ପାଇଁ ନିଜର ଭୂମି ବ୍ୟବହାର କରିବା ପାଇଁ ଅନୁମତି ଦେଉଛି । କିନ୍ତୁ ଆଜି ଇସଲାମବାଦ ଆଜି ନିଜେ ଲହୁଲୁହାଣ ହୋଇଛି । ଏହି ଆକ୍ରମଣ ପୁଣି ଥରେ ପ୍ରମାଣ କରିଛି କି କେମିତି ପାକିସ୍ଥାନ ପାଳି ଥିବା ଆତଙ୍କବାଦୀ ସଂଗଠନ ତାଙ୍କ ପାଇଁ ବିପଦ ହୋଇ ଠିଆ ହେଉଛି ।

ପାକିସ୍ଥାନ ରେ ୨୦୧୪ ରୁ ଏବେ ପର୍ଯ୍ୟନ୍ତ ବଡ଼ ଆତଙ୍କୀ ଆକ୍ରମଣ

୨୦୧୪ ରେ ପେଶାବର ରେ ଆର୍ମୀ ସ୍କୁଲ ରେ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣ ରେ ୧୩୨ ପିଲା ସହିତ ୧୪୧ ଲୋକଙ୍କ ର ମୃତୁ ହୋଇଥିଲା । ଆକ୍ରମଣ ର ଦୋଷ ଆତଙ୍କବାଦୀ ସଂଗଠନ ତାହରୀକ- ଏ-ତାଲିବାନ ନେଇ ଥିଲା ।

୨୦୧୬ ରେ କ୍ବେଟା ର ସିଭିଲ ହସ୍ପିଟାଲ ରେ ଏକ ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ଉଡାଇ ଦେଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ରେ ୭୦ ଜଣ ଲୋକଙ୍କ ମୃତୁ ହୋଇଥିଲା ।

୨୦୧୭ ରେ ସିଧ ପ୍ରାତ ର ଶାହବାଜ କଲଦର ଦରଗାହ ରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ରେ ୧୦୦ ରୁ ଅଧିକ ଲୋକଙ୍କ ମୃତୁ ହୋଇଥିଲା ।

ଲାହୋର ରେ ବୋମା ବ୍ଲାଷ୍ଟ ରେ ୧୭ ଲୋକଙ୍କ ମୃତୁ ହୋଇଥିଲା । ଏହି ବର୍ଷ ପାକିସ୍ଥାନ ଆଫଗାନିସ୍ତାନ ବର୍ଡର ପାଖରେ ୨୧ ଜାନୁଆରୀ ର ଧମାକା ରେ ୨୫ ଲୋକ ମରିଥିଲେ ।

୧୩ ଜୁଲାଇ ୨୦୧୮ ପାକିସ୍ଥାନ ର ମସ୍ତୁଙ୍ଗ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୧୪୯ ଲୋକ ଙ୍କ ର ମୃତୁ ହୋଇଥିଲା ।

ଆତଙ୍କୀୟ ଙ୍କୁ ସୁରକ୍ଷା ଦେଉଛି ପାକିସ୍ଥାନ

ଭାରତ ରେ ହୋଇଥିବା କେତେ ଆତଙ୍କବାଦୀ ଆକ୍ରମଣ କରି ସାରିଥିବା ଜୈସ ଏ ମୋହମ୍ମଦ ଓ ଲଶ୍କର ଏ ତୈୟବା ଭଳି ଆତଙ୍କବାଦୀ ସଂଗଠନ କୁ ପାକିସ୍ଥାନ ଅନ୍ୟ ମାନଙ୍କ ବିରୋଧରେ ନିଜ ଭୂମି କୁ ବ୍ୟବହାର କରିବା ପାଇଁ ଦେଉଛି । କିନ୍ତୁ ଏହି ଆତଙ୍କବାଦୀ ସଂଗଠନ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଲାଗୁଛି । ଏହା ପର୍ଯ୍ୟନ୍ତ କି ଓସାମା ବିନ ଲାଦେନ କୁ ଲୁଚାଇ ରଖିଥିଲା ।

ଗ୍ରେ ଲିଷ୍ଟ ରେ ରହିବ ପାକିସ୍ଥାନ

ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଆତଙ୍କବାଦୀ ଙ୍କ ପାଣ୍ଠି ଓ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ନେଉ ନଥିବା ରୁ ପାକିସ୍ଥାନ ଗ୍ରେ ଲିଷ୍ଟ ରେ ରଖା ଯାଇଛି । ଏଫଏଟୀଏକ ପାକିସ୍ଥାନ କୁ ଆତଙ୍କବାଦୀ ଙ୍କ ବିରୋଧରେ କିଛି ବିନ୍ଦୁ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି । କିନ୍ତୁ ପାକିସ୍ଥାନ ଏଥିରେ ଅସଫଳ ରହିଥିଲା ।

ଲାଦେନ ଙ୍କୁ ଶହିଦ ବୋଲି କହିଛନ୍ତି ପିଏମ ଇମରାନ

ଆତଙ୍କବାଦୀ ଙ୍କୁ ନେଇ ପାକିସ୍ଥାନ ର ମତ କ’ଣ ଏହା ନିକଟରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଙ୍କ ବୟାନ ରୁ ଜଣା ପଡୁଛି । ଇମରାନ ନିକଟରେ ପାକିସ୍ଥାନ ର ସଂସଦ ରେ ଅଲକାୟଦା ସଂଗଠନ ର ପ୍ରତିଷ୍ଠାତା ଓସାମା ବିନ ଲାଦେନ ଙ୍କୁ ଶହିଦ ବୋଲି କହିଥିଲେ । ଏତିକି ନୁହେଁ ଖାନ ଏହା ମଧ୍ୟ କହିଛନ୍ତି କି ଆତଙ୍କବାଦୀ ଙ୍କ ବିରୋଧରେ କ୍ଷୁଦ୍ଧ ରେ ଆମେରିକା ର ସୈନ୍ୟ ପାକିସ୍ଥାନ ରେ ପଶି ଲାଦେନ ଙ୍କୁ ଶହୀଦ କରି ଦେଇଥିଲେ ଓ ପାକିସ୍ଥାନ କୁ ମଧ୍ୟ କହି ନ ଥିଲେ ।

ଆକ୍ରମଣ ର ପଛରେ ୫୦ ବର୍ଷ ପୁରୁଣା ସଂଗଠନ ଦାୟୀ

ମିଡିଆ ରିପୋର୍ଟ ରେ ଦାବି କରାଯାଇଥିଲା କି ପାକିସ୍ଥାନ ର କରାଚୀ ରେ ହୋଇଥିବା ଆକ୍ରମଣ ରେ ବଲୁଚିସ୍ତାନ ଲିବରେଶନ ଆର୍ମୀ ଦାୟୀ ବୋଲି କହିଛିି । ଅଲଗା ବଲୁଚିସ୍ତାନ ବନାଇବା ପାଇଁ ନେଇ ଏହି ସଂଗଠନ ୧୯୭୦ ରେ ନିର୍ମାଣ ହୋଇଥିଲା । ୨୦୦୦ ମସିହାରେ ସଂଗଠନ ଉପରେ ବଲୁଚିସ୍ତାନ ହାଇକୋର୍ଟ ର ଜଷ୍ଟିସ ନବାବ ମିରୀ ଙ୍କ ହତ୍ୟା ର ଆରୋପ ଲଗାଇଛି । ଏହା ପରେ ପାକିସ୍ଥାନ ର ସରକାର ଓ ସେନା ସଂଗଠନ ଉପରେ ଆକ୍ରମଣ ପାଇଁ ମଧ୍ୟ ସେ ଦାୟୀ ବୋଲି କହିଛିି । ଆମେରିକା ଗତବର୍ଷ ସଂଗଠନ କୁ ଆତଙ୍କବାଦୀ ସୂଚୀ ରେ ସାମିଲ କରିଥିଲା ।

Leave a Reply

Your email address will not be published. Required fields are marked *