ପିଆଜ ଏବଂ ରସୁଣକୁ କାହିଁକି କୁହାଯାଏ ଆମିଷ? କେଉଁ କାରଣରୁ ରହିଛି ଏପରି ମାନ୍ୟତା।

ଆପଣ ମାନେ ଅନେକ ସମୟରେ ଶୁଣିଥିବେ ଯେ, ବ୍ରାହ୍ମଣ ମାନେ ରସୁଣ ଏବଂ ପିଆଜ ଠାରୁ ଦୂରେଇ ରୁହନ୍ତି। ଆପଣ ମାନେ ମଧ୍ୟ ଦେଖିଥିବେ କୌଣସି ପୂଜା କିମ୍ବା ଶୁଭ କାର୍ଯ୍ୟରେ ଆମିଷ ନଖାଇବା ସହିତ ପିଆଜ, ରସୁଣ ମଧ୍ୟ ଖାଆନ୍ତି ନାହିଁ। ଏଥିରେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ ଯେ, ଆମିଷ ତ ଠିକ ଅଛି କିନ୍ତୁ ପିଆଜ, ରସୁଣ କାହିଁକି ଖାଇ ଉପରେ ବାରଣ ହୋଇଥାଏ। ପିଆଜ, ରସୁଣ କାହିଁକି ଭାବରେ ଆମିଷରେ ଗଣତି ହେଉଛି। ତେବେ ଏହା ପଛରେ ଏକ ଭିନ୍ନ କାରଣ ରହିଛି। ଏମିତି ଏକ କାହାଣୀ ରହିଛି ଯାହାକୁ ଜାଣିବା ପରେ ଆପଣଙ୍କ ମନରେ ପିଆଜ, ରସୁଣକୁ ନେଇ ଥିବା ସମସ୍ତ ପ୍ରଶ୍ନର ସମାଧାନ ହୋଇଯିବ।

ଶାସ୍ତ୍ରରେ ଏହି ମାନ୍ୟତା ବା ବାରଣର ପ୍ରକୃତ କାରଣ କୁହାଯାଇଛି। ଅନେକ ଯୁଗରୁ ଏହା ମାନ୍ୟତା ରହିଛି ଏବଂ ଏହାକୁ ହିଁ ମୁଖ୍ୟ କାରଣ ରୂପରେ ବିବେଚିତ କରାଯାଇଛି। ପ୍ରଶ୍ନ ରହିଛି ଯେ, କେଉଁ କାରଣରୁ ବ୍ରାହ୍ମଣ ମାନେ ପିଆଜ, ରସୁଣର ସେବନ କରନ୍ତି ନାହିଁ ବା କଣ ପାଇଁ ପିଆଜ, ରସୁଣକୁ ଆମିଷ କୁହାଯାଇଥାଏ।

କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଅମୃତ କଳସ ବାହାରିଥିଲା ସେତେବେଳେ ବିଷ୍ଣୁ ଭଗବାନ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ଅମୃତ ବାଣ୍ଟୁଥିଲେ। ସେହି ସମୟରେ ରାହୁ ଏବଂ କେତୁ ନାମକ ଦୁଇ ରାକ୍ଷସ ତାଙ୍କ ମଧ୍ୟରେ ଆସି ପଶିଯାଇଥିଲେ। ଭୁଲ ବଶତଃ ତାଙ୍କୁ ମଧ୍ୟ ଅମୃତ ପିଇବାକୁ ଦେଇଥିଲେ ଭଗବାନ ବିଷ୍ଣୁ।

କିନ୍ତୁ ଯେତେବେଳେ ଦେବତାଙ୍କୁ ଏହାର ଆଭାସ ହୋଇଥିଲା ସେମାନେ ତୁରନ୍ତ ଏବିଷୟରେ ବିଷ୍ଣୁ ଭଗବାନଙ୍କୁ ଅବଗତ କରାଇଥିଲେ। ତା’ପରେ ବିଷ୍ଣୁ ଭଗବାନ ସୁଦର୍ଶନ ଚକ୍ର ଦ୍ୱାରା ସେହି ରାକ୍ଷସର ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିଲେ। ମୁଣ୍ଡରୁ ଶରୀର ଅଲଗା ହେବା ପରେ ତାଙ୍କର ମୁହଁ ଭିତରେ ଥିବା କିଛି ଅମୃତର ବୁନ୍ଦା ଚାଲି ଯାଇଥିଲେ। ଏମିତିରେ ରାକ୍ଷସର ମୁଣ୍ଡ ଅମର ହୋଇଗଲା।

ବିଷ୍ଣୁ ଭଗବାନଙ୍କ ପ୍ରହାର ସମୟରେ ସେହି ରାକ୍ଷସଙ୍କ ଶରୀରରୁ କିଛି ରକ୍ତ ବୁନ୍ଦା ଧରାପୃଷ୍ଠରେ ପଡି ଯାଇଥିଲା ଯାହାଦ୍ୱାରା ପିଆଜ, ରସୁଣ ଜନ୍ମ ନେଇଥିଲେ। ଯେଉଁ କାରଣରୁ ଏହାକୁ ମୁହଁରେ ଲଗାଇଲେ ଦୁର୍ଗନ୍ଧ ଆସିଥାଏ। ରାକ୍ଷସ ମାନଙ୍କର ରକ୍ତରୁ ପିଆଜ ଏବଂ ରସୁଣର ଉତ୍ପତ୍ତି ହୋଇଥିଲା ଯେଉଁଥିପାଇଁ ବ୍ରାହ୍ମଣ ମାନେ ଏହାର ସେବନ କରନ୍ତି ନାହିଁ। କାରଣ ସେମାନଙ୍କର ମାନ୍ୟତା ରହିଛି ଯେ, ପିଆଜ ଏବଂ ରସୁଣରେ ରାକ୍ଷସଙ୍କର ବାସ ହୋଇଥାଏ। ଏହି କାରଣରୁ ହିଁ କୌଣସି ପୂଜା କିମ୍ବା ଶୁଭ କାର୍ଯ୍ୟରେ ଏହାକୁ ଖିଆଯାଇ ନଥାଏ। ଏହାକୁ ଆମିଷ ଭାବରେ ଯାଇଥାଏ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *