ପୋଲିସ ଲେଖିଲା ନାହିଁ ଗଣ ବଳା-ତ୍କାରର ରିପୋର୍ଟ, ଫାଶୀ ଲଗାଇଲେ ପୀଡିତା, ନିଲମ୍ବିତ ହେଲେ SI

ନରସିଂହପୁରର ରିଛାଇ ଗାଁର ଚିଚଲି ଥାନାରେ ଯେତେବେଳେ ଗଣ ବଳାତ୍କାରର ପୀଡିତାଙ୍କର ରିପୋର୍ଟ ପୋଲିସ ନଲେଖିବାରୁ ପୀଡିତା ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି। ବାସ୍ତବରେ, ପୀଡିତା ଏବଂ ତାଙ୍କ ପିତାଙ୍କ ଆରୋପ ଥିଲା ଯେ, ପଡୋଶୀରେ ରହୁଥିବା ୩ ଜଣ ଲୋକ ତାଙ୍କ ପତ୍ନୀଙ୍କୁ ଗଣ ବଳା-ତ୍କାର କରିଥିଲେ।

ଯେଉଁଠାରେ ଗୋଟିଏ ପକ୍ଷରେ ଉତ୍ତର ପ୍ରଦେଶର ହାଥରସର ଗଣ ବଳାତ୍କାର ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରଶ୍ନରେ ଘେରିଥିବା ବେଳେ ଉତ୍ତରପ୍ରଦେଶର ନରସିଂହପୁରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି ଯାହାପରେ ପୋଲିସ ଉପରେ ପ୍ରଶ୍ନ ଉଠୁଛି।

ନରସିଂହପୁରର ରିଛାଇ ଗାଁର ଚିଚଲି ଥାନାରେ ଯେତେବେଳେ ଗଣ ବଳା-ତ୍କାରର ପୀଡିତାଙ୍କର ରିପୋର୍ଟ ପୋଲିସ ନଲେଖିବାରୁ ପୀଡିତା ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି। ବାସ୍ତବରେ, ପୀଡିତା ଏବଂ ତାଙ୍କ ପିତାଙ୍କ ଆରୋପ ଥିଲା ଯେ, ପଡୋଶୀରେ ରହୁଥିବା ୩ ଜଣ ଲୋକ ତାଙ୍କ ପତ୍ନୀଙ୍କୁ ଗଣ ବଳା-ତ୍କାର କରିଥିଲେ।

ପୀଡିତାଙ୍କ ପରିବାର ପୋଲିସ ଷ୍ଟେସନରୁ ନେଇ ଥାନା ପର୍ଯ୍ୟନ୍ତ ଚକ୍କର ଲଗାଇଥିଲେ, କିନ୍ତୁ ତାଙ୍କର ଅଭିଯୋଗ ଶୁଣାଯାଇ ନଥିଲା। ପୀଡିତା ପରିବାର ଗୋଟିଟୋରିୟା ଷ୍ଟେସନ ଏବଂ ଚିଚଲି ଥାନାର ପୋଲିସଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ କହିଛନ୍ତି ଯେ ପୀଡିତା ଏବଂ ତାଙ୍କ ପରିବାର ଲୋକମାନେ ଚିଚଲି ଥାନା ପହଞ୍ଚିବା ପରେ ଥାନା ପ୍ରଭାରୀ ଅଭିଯୋଗ ଲେଖିବା ପରିବର୍ତ୍ତେ ଓଲଟା ଅଭିଯୋଗକାରୀଙ୍କୁ ଅପଶବ୍ଦ କହି ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସାଇ ରାଖଥିଲେ ଏବଂ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ମଧ୍ୟ ମଗିଥିଲେ। ଏହି ଘଟଣାକ୍ରମରେ ପୀଡିତା ବହୁତ ବ୍ୟଥିତ ହୋଇଯାଇଥିଲେ ଏବଂ ଶେଷରେ ସେ ଆତ୍ମହତ୍ୟା କରି ନେଇଥିଲେ।

ଦୋଷୀ ପୋଲିସକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ:

ହାଥରସର ଘଟଣାକୁ ନେଇ ଯେଉଁପ୍ରକାରର ଉତ୍ତରପ୍ରଦେଶ ସରକାରଙ୍କ ବିରୋଧ କରାଯାଇଛି, ତାହାର ଶିକ୍ଷାକୁ ଲକ୍ଷ୍ୟରେ ରଖି ମଧ୍ୟପ୍ରଦେଶ ସରକାର ପୀଡିତ ପରିବାରର ଆରୋପକୁ ତୁରନ୍ତ ସଂଜ୍ଞାନ ନେଇ ଦୋଷୀ ପୋଲିସକର୍ମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚିଚଲି ଥାନାର ଏସଆଇ ଏସଏନ କୁରପେଙ୍କୁ ନିଲମ୍ବିତ କରିଦିଆ ଯାଇଛି।

ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣା ଉପରେ ସଂଜ୍ଞାନ ନେଇ FIR ଲେଖି ନଥିବା ଥାନା ପ୍ରଭାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଗିରଫଦାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସପିଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣାର ସ୍ପଷ୍ଟିକରଣ ମଗାଯାଇଛି।

Leave a Reply

Your email address will not be published. Required fields are marked *