ବର୍ଷା ଜଳରେ ରହିଥାଏ ଋଣ ମୁକ୍ତ କରିବାର ଶକ୍ତି। ଏପରି ଅନେକ ସମସ୍ୟା ଯାହାର ସମାଧାନ ବର୍ଷା ଜଳରେ ଥିବା ଚମତ୍କାରିତା ଦ୍ଵାରା ସମ୍ଭବ ହୋଇପାରିବ।

ବାସ୍ତୁ ଶାସ୍ତ୍ରରେ ବର୍ଷା ଜଳର ଚମତ୍କାରିତା ବିଷୟରେ ଉଲ୍ଲେଖ କରାଯାଇଛି। ବର୍ଷା ଜଳକୁ ନେଇ ଏମିତି କିଛି ଟୋଟକା କରାଯାଇଥାଏ ଯାହାଦ୍ୱାରା ମଣିଷ ଜୀବନର ଅନେକ ଅସୁବିଧାର ଅନ୍ତ ଘଟିଥାଏ। ଆପଣ ବି ବର୍ଷା ଜଳରେ ଏପରି କିଛି କୌଶଳ କରି ଦେଖନ୍ତୁ ଅପଣଙ୍କ କଷ୍ଟର ଅନ୍ତ ହୋଇଯିବ।

ଋଣ ଭାରରୁ ମୁକ୍ତି ମିଳିଯାଏ:

ବାସ୍ତୁ ଶାସ୍ତ୍ର ଅନୁଯାୟୀ ବର୍ଷା ପାଣି ସାହାଯ୍ୟରେ ଋଣରୁ ମୁକ୍ତି ମିଳିପାରିବ। ଯେଉଁ ଲୋକମାନଙ୍କ ଉପରେ ଋଣ ଅଛି ସେମାନେ ଏହି ଉପାୟ କରି ଦେଖନ୍ତୁ। ପ୍ରଥମେ ଆପଣଙ୍କୁ ବର୍ଷା ଜଳକୁ ବାଲଟି ଭରି ରଖିବାକୁ ପଡ଼ିବ। ଏହାପରେ ଏଥିରେ ଏକ ଗ୍ଲାସ ଦୁଗ୍ଧ ମିଶ୍ରଣ କରି ଦିଅନ୍ତୁ। ପରେ ଏହି ପାଣିରେ ସ୍ନାନ କରି ନିଅନ୍ତୁ ଏବଂ ସ୍ନାନ ସମୟରେ ଭଗବାନଙ୍କୁ ସ୍ମରଣ କରି ନାମ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଅତି ଶୀଘ୍ର ଋଣ ମୁକ୍ତ ହୋଇପରବେ।

ବ୍ୟବସାୟରେ ଉନ୍ନତି ହୋଇଥାଏ:

ଯଦି ବ୍ୟବସାୟରେ ବହୁଦିନରୁ କ୍ଷତି ସହୁଛନ୍ତି ତେବେ ନିଶ୍ଚିତ ରୂପେ ଏହି ଉପାୟ କରନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ବର୍ଷା ଜଳରେ ମାଁ ଲକ୍ଷ୍ମୀଙ୍କ ଜଳାଭିଷେକ କରିଲେ ଧନ ପ୍ରାପ୍ତି ହୋଇଥାଏ। ପିତ୍ତଳ ପାତ୍ରରେ ବର୍ଷା ଜଳ ଏକତ୍ରୀତ କରି ମାତା ଲକ୍ଷ୍ମୀଙ୍କ ଜଳାଭିଷେକ କରନ୍ତୁ। ଏହି ଉପାୟକୁ ଶୁକ୍ରବାର ଦିନ କଲେ ଅଧିକ ଫଳପ୍ରଦ ହୋଇଥାଏ। ଜଳାଭିଷେକ ପରେ ମାଁ ଲକ୍ଷ୍ମୀଙ୍କୁ ଧଳା ରଙ୍ଗର ପଦ୍ମ ଫୁଲ ଅର୍ପଣ କରନ୍ତୁ।

ଆର୍ଥିକ ସମସ୍ୟା ଦୂର ହୋଇଥାଏ:

ଅପଣଙ୍କ ଘରେ ଆର୍ଥିକ ପରିସ୍ଥିତି ଭଲ ନଥିଲେ ପ୍ରଥମେ ଏକ ମାଟି ଘଡାରେ ବର୍ଷା ଜଳକୁ ଭରନ୍ତୁ। ଏହାପରେ ଏହି ଘଡାକୁ ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ। ଏପରି କରିବା ଦ୍ଵାରା ଘରର ଆର୍ଥିକ ପରିସ୍ଥିତି ସମାପ୍ତ ହେବ ସହିତ ଧନ ପ୍ରାପ୍ତି ହୋଇଥାଏ।

ମାଁ ଲକ୍ଷ୍ମୀଙ୍କୁ କରି ପାରିବେ ପ୍ରସନ୍ନ:

ବର୍ଷା ଜଳରେ ମଧ୍ୟ ମାଁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇ ପାରିବ। ଏକ ପାତ୍ରରେ ବର୍ଷା ଜଳ ଭରି ଏହାକୁ ଛାତ ଉପରେ ଖରାରେ ରଖି ଦିଅନ୍ତୁ। ଏହାପରେ ଭଗବାନଙ୍କୁ ସ୍ମରଣ କରି ଏହି ଜଳକୁ ଆମ୍ବ ପତ୍ରରେ ଛିଞ୍ଚି ଦିଅନ୍ତୁ । ଏପରି କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରସନ୍ନ ହେବ ସହିତ ଘରେ ଧନ ବୃଦ୍ଧି ହୋଇଥାଏ।

ସମ୍ପର୍କରେ ଉପୁଜିଥିବା ସମସ୍ୟାର ଅନ୍ତ ହୋଇଥାଏ:

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜୁଥାଏ ତେବେ ଏହି ଉପାୟକୁ ନିଶ୍ଚିତ କରନ୍ତୁ। ଏକ କାଚ ବୋତଲରେ ବର୍ଷା ଜଳ ଭରି କରି ଅଣନ୍ତୁ। ଏହି ବୋତଲକୁ କିଛିଦିନ ପର୍ଯ୍ୟନ୍ତ ନିଜ ଶୟନକକ୍ଷରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବା ସହିତ କଳହର ଅନ୍ତ ଘଟିଥାଏ।

ରୋଗ ଦୂର ହୋଇଥାଏ:

ବର୍ଷା ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମ ଜନିତ ରୋଗ ଦୂର ହୋଇଥାଏ। ବର୍ଷା ଜଳରେ ଅଳ୍ପ ପରିମାଣର ହଳଦୀ ମିଶାଇ ଗାଧୋଇବା ଦ୍ୱାରା ଚର୍ମ ସମ୍ବନ୍ଧିତ ରୋଗ ଠିକ ହୋଇ ଯାଇଥାଏ।

ଉପରୋକ୍ତ ସମସ୍ତ ଉପାୟ ଅତ୍ୟନ୍ତ କାର୍ଯ୍ୟକାରୀ ଅଟେ। ଏହି ଉପାୟ ଗୁଡିକୁ ନିଶ୍ଚିତ ରୂପେ କରି ଦେଖନ୍ତୁ ଆପଣଙ୍କ ସମସ୍ୟାର ଅନ୍ତ ହୋଇଯିବ।

Leave a Reply

Your email address will not be published. Required fields are marked *