ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଅନୁଭବଙ୍କ ପିଟିସନ, ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେ କରୁଥିଲେ ଅନୁଭବ।

ବର୍ଷା ଓ ଅନୁଭବଙ୍କ କାହାଣୀରେ ଆସିଛି ନୂଆ ଟ୍ୱିଷ୍ଟ। ଗତକାଲି ଅଗଷ୍ଟ ମାସ ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ କଟକ ଏସଡିଜେଏମ କୋର୍ଟରେ ମାମଲା ରୁଜ୍ଜୁ କରିଥିବା କଥା ସମ୍ନାକୁ ଆସିବା ପରେ ଆଜି ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ ସାମ୍ନାକୁ ଆସିଛି। ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତିଙ୍କ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି।

ଏହି ୪୭ ପୃଷ୍ଠାର ଛାଡପତ୍ର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା କଥା ସେ ପିଟିସନରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ପିଟିସନରେ ଦର୍ଶାଇଛନ୍ତି।

ଅନୁଭବ ପିଟିସନରେ ଆହୁରି ଲେଖିଛନ୍ତି ଯେ, ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ। ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ। ଅନୁଭବ ଆଗକୁ କହିଛନ୍ତି, ରାଜ୍ୟସଭା ସାଂସଦ ହେବା ପରେ ସେ ଦିଲ୍ଲୀରେ ବର୍ଷାଙ୍କ ସହ ରହୁଥିଲି। ଅନୁଭବ ଦିଲ୍ଲୀରେ ମଧ୍ୟ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି। ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ। କଟକକୁ ଫେରିବା ପରେ ବର୍ଷା ଖୁସିଥିଲେ। କଟକ ଫେରିଲେ ଆମର ସଂପର୍କ ରହିବ ବୋଲି କହିଥିଲେ ବର୍ଷା। କିନ୍ତୁ ସେ ସଂପର୍କ ନ ରଖି ପୁଣି ୭ରୁ ୮ ମାସ ସମୟ ମାଗିଥିଲେ।

ସେ ଆହୁରି ଅଭିଯୋଗ କରିଛନ୍ତି, ବର୍ଷା ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ତାଙ୍କ ଘର ଖାଦ୍ୟ ପସନ୍ଦ କରୁ ନଥିଲେ ଓ ତାଙ୍କ ଘର ଲୋକଙ୍କ ସହ ମିଶୁ ନଥିଲେ। ସେ ବାପଘର ଯିବାକୁ ବିଭିନ୍ନ ବାହାନା କରୁଥିଲେ।

ସୂଚନାଯୋଗ୍ୟ ଯେ, ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜେଏମ ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଛନ୍ତି। ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ସହ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। କେବଳ ସେତିିକି ନୁହେଁ, ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁରକ୍ଷା ମଧ୍ୟ ଚାହିଁଛନ୍ତି ।

ତେବେ ଏହି ମାମଲାର ପଞ୍ଜିକରଣ ସଂଖ୍ୟା ସିଆରଏଲଏମସି ନମ୍ବର ୯୪/୨୦୨୦ ହୋଇଥିବା ବେଳେ ଏହା ଅଗଷ୍ଟ ୭ ତାରିଖ ଦିନ ପଞ୍ଜିକୃତ ହୋଇଛି। ପ୍ରୋଟେକ୍‌ସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିରୀକୃତ କରାଯାଇଛି।

Leave a Reply

Your email address will not be published. Required fields are marked *