ବାପା ୪ଲକ୍ଷ ଟଙ୍କାରେ ନାବାଳିକା ଝିଅକୁ ବିକି, ଜବରଦସ୍ତି କରି ଦେଲେ ବାହାଘର

ଉଜ୍ଜୈନର ପ୍ରକାଶ ନଗରରେ ରହୁଥିବା ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ଝିଅର ସୌଦା କରିଦେଇଛନ୍ତି। ଝିଅଟି ବିରୋଧ କରିବାରୁ ବାପା ଝିଅଟିକୁ କହିଛନ୍ତି କି ମୁଁ ଟଙ୍କା ଆଣି ସାରିଛି ଏବେ ବାହା ହେବାକୁ ପଡିବ, ପଛରେ କହିଛନ୍ତି କି ବାହା କରାଇଦେବେ।ପିଡିତା ଚାଇଲ୍ଡ ଲାଇନ ଦ୍ଵାରା ପୋଲିସଙ୍କୁ ଏହି କଥାର ସୂଚନା ଦେଇଥିଲେ ଯାହା ଉପରେ ପୋଲିସ କାର୍ଯ୍ୟକ୍ରମ ଗ୍ରହଣ କରିବା ବେଳେ ବିଭିନ୍ନ ଧାରାରେ ଘଟଣା ଜମା କରିଛନ୍ତି।

ମଧ୍ୟପ୍ରଦେଶର ଉଜ୍ଜୈନର ନୀଳଗଙ୍ଗ ଥାନାରେ ଝିଅଟିକୁ ବିକାକିଣା କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବାପା ନିଜ‌ ଝିଅକୁ ୪ଲକ୍ଷ ଟଙ୍କା ପାଇଁ ରାଜସ୍ଥାନର ଏକ ଯୁବକଙ୍କୁ ବିକ୍ରି କରିଦେଇଛନ୍ତି। ଯେତେବେଳେ ନାବାଳିକା ଝିଅଟି ପଚାରିଥିଲା ତ ବାପା କହିଥିଲେ କି ମୁଁ ଏବେ ଟଙ୍କା ଆଣି ସାରିଛି।

पिता ने 4 लाख रूपये में अपनी बेटी को बेचा, बेटी के ऐतराज पर बोला-मैंने अब पैसे ले लिये हैं.

ଏହାପରେ ରାଜସ୍ଥାନର ଉଦୟପୁରରେ ବାପା ନିଜ ନାବାଳିକା ଝିଅଟିକୁ ନେଇଯାଇ ତାର ବାହାଘର କରାଇ ଦେଇଛନ୍ତି। ଉଜ୍ଜୈନର ପ୍ରକାଶ ନଗରରେ ରହୁଥିବା ଏକ ବ୍ୟକ୍ତି ଟଙ୍କା ପାଇଁ ନିଜ ଝିଅର ସୌଦା କରିଦେଇଛନ୍ତି।ପିଡିତା ଚାଇଲ୍ଡ ଲାଇନ ଦ୍ଵାରା ପୋଲିସଙ୍କୁ ଏହି କଥାର ସୂଚନା ଦେଇଛନ୍ତି ଯେଉଁଥିରେ ପୋଲିସ କାର୍ଯ୍ୟକ୍ରମ ଗ୍ରହଣ କରିବା ସମୟରେ ବିଭିନ୍ନ ପ୍ରକାର ଧାରାରେ ଘଟଣା ଜମା କରିଛନ୍ତି।

ଝିଅଟି ପୋଲିସକୁ ନିଜର ଆପତ୍ତିକୁ ଜଣାଇବା ସମୟରେ କହିଛନ୍ତି କି ମୁଁ ବାହାଘରର ବିରୋଧ କରିଥିଲି, କିନ୍ତୁ ବାପା ମାନିନଥିଲେ। ପୋଲିସର ପଚରାଉଚରାରେ ଜଣାଯାଇଛି କି ଝିଅଟି ବିରୋଧ କରିବାରୁ ବାପା ଝିଅଟିକୁ କହିଛନ୍ତି କି ମୁଁ ଟଙ୍କା ଆଣି ସାରିଛି, ଏବେ ବାହା ହେବାକୁ ପଡିବ, ପଛରେ କହିଥିଲେ କି ବାହା କରେଇ ଦେବେ। ଏହାପରେ ଉଦୟପୁରକୁ ନେଇ ଯାଇ ତାର ବାହାଘର କରାଇ ଦେଇଛନ୍ତି ଏବଂ ତାଙ୍କୁ ସେହି ଉଦୟପୁରର ଯୁବକଙ୍କ ପାଖରେ ଛାଡି ଆସିଥିଲେ। ପିଡିତାଙ୍କ ଘରେ ବାପା-ବୋଉ ସମେତ ଆଉଜଣେ ଭାଇବି‌ ଅଛନ୍ତି।

ଯେଉଁଠାରେ କିଣିଥିବା ଯୁବକ ପିଡିତାଙ୍କୁ ବଳାତ୍କାର କରିଛନ୍ତି ଏବଂ ବିରୋଧ କରିବାରୁ ୪ଲକ୍ଷ ଟଙ୍କାରେ କିଣିଥିବା କଥା କହିଛନ୍ତି। ଝିଅ ଜଣକ ଯେବେ ଉଜ୍ଜନୈରେ ନିଜ ଘରକୁ ଫେରିଥିଲେ ତ ସେ ଚାଇଲ୍ଡ ଲାଇନରେ ଫୋନ କରି ସାହାଯ୍ୟ ମାଗିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟ କରିବା ସମୟରେ ସମସ୍ତ ଆରୋପୀଙ୍କୁ ଗିରଫ କରିଛନ୍ତି। ପୋଲିସ ଆରୋପୀ ମାନଙ୍କ ବିରୁଦ୍ଧରେ ଦୁଷ୍କର୍ମ, ବାଲ୍ୟ ବିବାହ ଏବଂ କିଣାବିକା ବ୍ୟବସାୟର ଧାରାରେ ମୋକଦ୍ଦମା ଜମା କରାଇଛନ୍ତି।

Uttarakhand rape with minor Archives - News Nukkad

ଏସପି ଅମରେନ୍ଦ୍ର ସିଂହ କହିଛନ୍ତି କି ଏହି ଘଟଣା କାଲି ହିଁ ସାମ୍ନାକୁ ଆସିଥିଲା। ଝିଅଟି ୧୬ବର୍ଷର ଅଟେ।ତାଙ୍କ ବାପା ତାଙ୍କୁ ନେଇ ରାଜସ୍ଥାନକୁ ଯାଇ ୪ଲକ୍ଷ ଟଙ୍କାରେ ବିକ୍ରି କରି ଜଣେ ବ୍ୟକ୍ତିଙ୍କ ସହିତ ବାହା କରାଇ ଦେଇଥିଲେ। ଏହି ଘଟଣାର ବିରୋଧ ଝିଅଟି ନିଜେ କରିଛି। ସମସ୍ତ ତଥ୍ୟର ତର୍ଜମା କରାଯାଇଛି। ଏହି ପକ୍ଷରେ ଆମେ ଝିଅଟିର ବାପା ଏବଂ ଯେଉଁ ବ୍ୟକ୍ତି ସହ ତାଙ୍କର ବାହାଘର କରିଯାଇଥିଲା, ସେମାନଙ୍କୁ ଗିରଫ କରି ନିଆଯାଇଛି।ପୁଅଟିର ବୟସ ପାଖାପାଖି ୩୫ବର୍ଷ ଅଟେ।

ଏହା ସହିତ ବିବାହ ଏବଂ କିଣାବିକା ବ୍ୟବସାୟରେ ଯେଉଁ ଜଣେ ମଧ୍ୟସ୍ଥି ମହିଳା ଥିଲେ, ତାଙ୍କୁ ବି ଗିରଫ କରି ନିଆଯାଇଛି। ତର୍ଜମାରେ ଆଉ ଏକ ମହିଳାଙ୍କ ନାମ ସାମ୍ନାକୁ ଆସୁଛି, ତାଙ୍କୁ ବି ଖୋଜା ଚାଲିଛି। ତାଙ୍କୁ ବି ବହୁତ ଶୀଘ୍ର ଗିରଫ କରି ନିଆଯିବ। କେବଳ ଏତିକି ନୁହେଁ,ପୂରା ଘଟଣାର ତର୍ଜମାରେ ଯଦି କୈାଣସି ସଙ୍ଗଠନ କିମ୍ବା ଅରଗାନାଇଜ ଗ୍ରୁପ ଥିବ ଏବଂ ଯଦି ଏହା ବିରୁଦ୍ଧରେ କୈାଣସି ତଥ୍ୟ ସାମ୍ନାକୁ ଆସିବ ତା’ହେଲେ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *