“ବେଖୁଦୀ”ର ହିରୋଙ୍କ ବ୍ୟକ୍ତିଗତ ଜୀବନ ବହୁତ ଫିଲ୍ମି, ଜନ୍ମଦିନରେ ପୁରା ପରିବାରର ଜୀବନ ନେଇଯାଇଥିଲେ ପିତା।

ବଲିଉଡର କିଛି ତାରକା ଏମିତି ରହିଛନ୍ତି ଯେଉଁମାନେ ଗୋଟିଏ ସମୟରେ ଦର୍ଶକଙ୍କ ଆଖିର ଚମକ ଥିଲେ, କିନ୍ତୁ ଯେତେବେଳେ ତାଙ୍କର ଫିଲ୍ମ ଫ୍ଲପ ହେବାକୁ ଲାଗିଲା ସେତେବେଳେ ଦର୍ଶକ ତାଙ୍କୁ ଭୁଲିଗଲେ। ଏହି ତାଲିକାରେ ବହୁତ ତାରକାଙ୍କର ନାମ ଶାମିଲ ରହିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ସ୍ୱତନ୍ତ୍ର ତାରକାଙ୍କ ବିଷୟରେ କହିବୁ ଯିଏ ଅଭିନୟରୁ ଦୂରକୁ ଯାଇ ସାରିଛନ୍ତି।

ବିଗତ କାଳରେ ଅଭିନେତା କମଲ ସଦାନା ବର୍ତ୍ତମାନ ଫିଲ୍ମରେ ନଜର ଆସନ୍ତି ନାହିଁ, କିନ୍ତୁ ଏମିତି ଏକ ସମୟ ଥିଲା ସେ ଲୋକମାନଙ୍କର ବହୁତ ପ୍ରିୟ ଥିଲେ। ସମୟ ବିତିଯିବା ସହିତ କମଲଙ୍କୁ କମ ପରିମାଣରେ ଫିଲ୍ମ ମିଳିଲା ଏବଂ ଲୋକମାନେ ତାଙ୍କୁ ଭୁଲିବାକୁ ଲାଗିଲର। ତେବେ କମଲ ସଦାନାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଏପରି ଘଟଣା ଘଟିତ ହୋଇଥିଲା ଯାହାକୁ ଜାଣିଥିବା ଲୋକ କେବେ ଭୁଲି ପାରିବେ ନାହିଁ। ଆମେ ଆପଣଙ୍କୁ କହୁଛୁ ସଦାନାଙ୍କ ଜୀବନର ସବୁଠୁ ବଡ଼ ଦୁଃଖଦ ଦିନ ବିଷୟରେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ସ୍ତବ୍ଧ ରହିଯିବେ।

ଜନ୍ମଦିନରେ ମିଳିଲା ସବୁଠୁ ଭୟାନକ ଉପହାର:

୨୧ ଅକ୍ଟୋବର ୧୯୭୦କୁ ଜନ୍ମ ଗ୍ରହଣ କରିଥିବା କମଲ ସଦାନା ଜଣେ ଅଭିନେତା ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ୧୯୯୨ରେ ଆସିଥିବା ଫିଲ୍ମ “ବେଖୁଦୀ”ରୁ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ କାଜଲ ତାଙ୍କ ସହିତ ରୋମାନ୍ସ କରିଥିଲେ। ତେବେ ଫିଲ୍ମ ପରଦାରେ କିଛି ବିଶେଷ କମାଲ ଦେଖାଇ ପାରି ନଥିଲେ, କିନ୍ତୁ ଏହାପରେ କମଲ “ରଙ୍ଗ” ନାମକ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ଏବଂ କମଲଙ୍କ କ୍ୟାରିୟର ଚମକି ଉଠିଥିଲା। ଏହି ଫିଲ୍ମରେ ଦିବ୍ୟା ଭାରତୀ ତାଙ୍କର ହିରୋଇନ ଥିଲେ। ତେବେ ପରେ ତାଙ୍କର ଗୋଟିଏ ମଧ୍ୟ ଫିଲ୍ମ ଚାଲିନଥିଲା ଏବଂ ସେ ଜଣେ ହିରୋ ଭାବରେ କେବେହେଲେ ନିଜକୁ ସ୍ଥାପିତ କରି ପାରିନଥିଲେ। କେବଳ ଏତିକି ନୁହେଁ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଦୁଃଖପୂର୍ଣ୍ଣ ଅଟେ।

ଏକ ସାକ୍ଷାତକାର ସମୟରେ କମଲ ନିଜ ଜନ୍ମଦିନ ସହ ଜଡିତ ଏକ ବହୁତ କଷ୍ଟଦାୟକ କାହାଣୀ ଶୁଣାଇଥିଲେ। ତାଙ୍କ ଜନ୍ମଦିନ ସହ ଜଡିତ ଏହି କାହାଣୀ ତାଙ୍କ ଜୀବନରେ ବହୁତ ବଡ଼ ଝଡ଼ ନେଇ ଆସିଥିଲା। ନିଜର ଏକ ଜନ୍ମଦିନ ବିଷୟରେ କମଲ କହିଥିଲେ ଯେ, ଏହା ସେହି ଦିନ ଅଟେ ଯେବେ ସେ ନିଜର ମାଆ, ଭଉଣୀ ଏବଂ ପିତାଙ୍କୁ ଏକାସାଙ୍ଗରେ ହରାଇ ଦେଇଥିଲେ। ଏହି ଘଟଣାର କଷ୍ଟ ଆଜି ମଧ୍ୟ ତାଙ୍କ ମନରେ ଘର କରି ରହିଛି।

ପୁରା ପରିବାରର ଜୀବନ ନେଇ ଯାଇଥିଲେ ପିତା:

କମଲ କହିଥିଲେ ଯେ, ତାଙ୍କ ପିତା ବହୁତ ରାଗି ସ୍ୱଭାବର ମଣିଷ ଥିଲେ। ତାଙ୍କର ଅଧିକାଂଶ ସମୟରେ କମଲଙ୍କ ମାଆଙ୍କ ସହିତ ଝଗଡା ହେଉଥିଲା। ଏମିତି ହିଁ ଏକ ଝଗଡା କମଲଙ୍କର ୨୦ତମ ଜନ୍ମଦିନରେ ହୋଇଯାଇଥିଲା। ତାଙ୍କ ପିତା ବୃଜ ସଦାନା ମଦ ନିଶାରେ ଥିଲେ। ସେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ସେ ନିଜ ଲାଇସେନ୍ସ ଥିବା ବନ୍ଧୁକ ଉଠାଇଲେ ଏବଂ କମଲଙ୍କ ମାଆ ଏବଂ ଭଉଣୀଙ୍କୁ ଗୁଳି ଚଳାଇ ଦେଇଥିଲେ।

ଗୁଳି ଲାଗିବା ପରେ ଘଟଣାସ୍ଥଳରେ ହିଁ ତାଙ୍କ ମାଆ ଏବଂ ଭଉଣୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ କମଲଙ୍କ ପିତା ନିଜକୁ ମଧ୍ୟ ଗୁଳି ମାରି ନେଇଥିଲେ। ଏସବୁ ଘଟଣା କମଲଙ୍କ ଆଖି ସାମ୍ନାରେ ଏବଂ ତାଙ୍କ ଜନ୍ମଦିନ ଅବସରରେ ଘଟିତ ହୋଇଥିଲା। ଏହି ଘଟଣା କମଲଙ୍କ ଉପରେ ବହୁତ ବଡ଼ ପ୍ରଭାବ ପକାଇଥିଲା ଏବଂ ସେ ଡିପ୍ରେସନକୁ ଚାଲି ଯାଇଥିଲେ। ସେ କିଛି ବର୍ଷ ପର୍ଯ୍ୟନ୍ତ ଏହି ଦୁର୍ଘଟଣାକୁ ଭୁଲାଇ ପାରି ନଥିଲେ। ଯେତେବେଳେ ତାଙ୍କର କାଉଁସିଲିଙ୍ଗ ହେଉଥିଲା ସେତେବେଳେ ଯାଇ ସେ ଏହି ଯନ୍ତ୍ରଣାଦାୟକ ଘଟଣାରୁ ବାହାରି ପାରିଥିଲେ।

ଏହି ଘଟଣା କୌଣସି ବ୍ୟକ୍ତିଙ୍କୁ ଭିତରୁ ଭାଙ୍ଗିଦେଇ ପାରବ ଏବଂ କମଲଙ୍କ ସହିତ ଏହା ହିଁ ହୋଇଥିଲା। ହୁଏତ କେଉଁଠି ନା କେଉଁଠି ଏହି ଘଟଣାର ପ୍ରଭାବ ତାଙ୍କ ପ୍ରଫେସନାଲ ଜୀବନ ଉପରେ ପଡିଥିଲା ଏବଂ ସେ ଏକ ବଡ଼ ତାରକା ହୋଇପାରି ନଥିଲେ। ଯେତେବେଳେ ତାଙ୍କୁ ଫିଲ୍ମରୁ ସଫଳତା ମିଳି ନଥିଲା ସେତେବେଳେ ସେ ଡାଇରେକ୍ସନ ଦିଗରେ ପାଦ ଥାପିଥିଲେ। କମଲ ବର୍ତ୍ତମାନ ୪୯ ବର୍ଷର ହୋଇସାରିଲେଣି ଏବଂ ନିଜର ଜୀବନ ସୁଖରେ ବିତାଉଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *