ଭାରତ ରୁଷିଆ ଠାରୁ ଅସ୍ତ୍ର କିଣା କୁ ନେଇ ଡରରେ ବିଳି ଵିଳେଇଲାଣି ଚୀନ, କହୁଛି କାହାରି ସାହାଯ୍ୟ ମଧ୍ୟ ଭାରତକୁ ରକ୍ଷା କରିପାରିବ ନାହିଁ…

ଲଦାଖ ସୀମାରେ ରେ ଚୀନ ଅଶାନ୍ତି ବଢେଇ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ଶାନ୍ତିର ବାର୍ତ୍ତା ଦେଉଥିଲା। ସବୁ କିଛି କୂଟନୀତି ସ୍ତରରେ ସବୁ ସମାଧ ହେବାକୁ କହୁଥିବା ବେଳେ ସେପଟେ ସେନା ବାହିନୀ ଲଗେଇ ଗଣ୍ଡଗୋଳ କଳା। ଲଦାଖ ସୀମାରେ ରେ ବିର ଯବାନ ଶହିଦ ହେଲା ପରେ ବି ସେଠାରୁ କିଛି ଦୂରରେ ନଦୀର ଗତିକୁ ଅବରୋଧ କରିବାକୁ ଚେଷ୍ଟା କଲାଣି ତ କେଉଁଠି ସମୁଦ୍ର ଉପରେ ନିଜର ଯୋର ଜବରଦସ୍ତି ଜାହିର କଲାଣି।

ଗୋଟିଏ ପଟେ ଚୀନ୍ ଭାରତ ସହିତ ଲଦାଖ ସୀମାରେ ଶାନ୍ତି ପାଇଁ ଆହ୍ୱାନ ଦେଉଥିବାବେଳେ, ଭାରତକୁ ଅନ୍ୟାଦେଶ ସବୁ ବନ୍ଧୁତ୍ୱର ହାତ ବଢ଼ାଇଥିବାରୁ ଚୀନ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟ ଦେଶମାନଙ୍କ ସାହାଯ୍ୟ ଭାରତକୁ ମିଳୁଥିବାରୁ ଚୀନ ପୁରା ପୁରୀ ଭାବରେ ବିଲ ବିଲେଇବାକୁ ଲାଗିଲାଣି। ଏପରିକି ଚୀନ୍‌ର ସରକାରୀ ପ୍ରଚାର ଖବରକାଗଜ ପିପୁଲ୍ସ ଡେଲି ରୁଷିଆ କୁ ଏଭଳି ସମ୍ବେଦନଶୀଳ ସମୟରେ ଭାରତକୁ ଅସ୍ତ୍ର ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମସ୍କୋରେ ରେ ପହଞ୍ଚିଛନ୍ତି ରୁଷିଆ ର ବିଜୟ ଦିବସ ପାଳନ କରିବା ପାଇଁ । ଏଠାରେ ସେ ଯୁଧ୍ୟ ଅସ୍ତ୍ର କିଣା ବିକାକୁ ନେଇ ଆଲୋଚନା କରୁଛନ୍ତି।

ଭାରତକୁ ଅସ୍ତ୍ର ଦିଅନ୍ତୁ ନାହିଁ

ମିଡିଆ ରିପୋର୍ଟ ଅନୁଯାୟୀ ଚୀନ ର ପିପୁଲ୍ସ ଡେଲି ପେପର ଫେସବୁକ୍ ର ଏକ ଗ୍ରୁପ ରେ ଲେଖିଛି କି ଯଦି ରୁଷିଆ ଭାରତର ହୃଦୟ ତରଲେଇବାକୁ ଚାହୁଁଛି ତେବେ ଏହି ଭଳି ପରିସ୍ଥିତିରେ ଭାରତକୁ ଅସ୍ତ୍ର ବିକ୍ରି କରନ୍ତୁ ନାହିଁ। ଦୁହେଁ ଦେଶ ଏସିଆ ର ବହୁତ ଶକ୍ତିଶାଳୀ ଏବଂ ରୁଷିଆର ଘନିଷ୍ଠ ମଧ୍ୟ ଅଟନ୍ତି। ଲଦାଖ୍ ରେ ଲାଗିରହିଥିବା ତିକ୍ତତା ମଧ୍ୟରେ ଭାରତ ମିଗ 29 ଏବଂ 12 ସୁଖୋଇ 30 ଏମକେ ସମେତ 30 ଟି ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି

ଭାରତ ଏବଂ ରୁଷିଆର କାରବାର

ସେପଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମସ୍କ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ୟୁରୀ ଇଭାନୋଭିକ୍ଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି କି ରୁଷିଆ ଜବାବ ଦେଇଛି କି ଯେଉଁ ନିଷ୍ପତି ଦୁଇ ଦେଶ ଭିତରେ ହୋଇଛି ସେ ତାହା ନିଶ୍ଚିନ୍ତ ପାଳନ କରିବେ। ଏହା ସହ ଆଉ ମଧ୍ୟ କହିଛନ୍ତି ଏହାକୁ ବହୁତ ଶୀଘ୍ର ମୁକାବିଲା କରାଯିବ। ବାସ୍ତବରେ ଚୀନ ଓ ପାକିସ୍ଥାନ ଉଭୟ ଦେଶ ପାଖରେ ଉନ୍ନତ ଆଧୁନିକ ଅସ୍ତ୍ର ଦେଖି ଏଭଳି ପରିସ୍ଥିତିରେ ଭାରତ ନିଜ ପାଖରେ ରଖିବାକୁ ଚାହୁଁଛି। ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ S-400 କୁ 5 ବିଲିୟନ ଡ଼ଲାର ଅର୍ଥାତ୍ 40,000 କୋଟି ଟଙ୍କା ରେ ଡିଲ୍ କରିଛି।

ଆମେରିକା ରୁଷିଆର ଚିନ୍ତା ନାହିଁ

ପିପୁଲ୍ସ ଡେଲି ପୂର୍ବରୁ ଚୀନ୍ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଖୋଲାଖୋଲି ଭାବେ ଚେତାବନୀ ଦେଇଛି ଯେ 1962 ଯୁଦ୍ଧରେ ଆମେରିକା ଏବଂ ରୁଷିଆ ଭାରତ ପକ୍ଷରେ ଆସିଲେ କିନ୍ତୁ ଚୀନ କାହାରିକୁ ନ ଡରି ଭାରତକୁ ତଡ଼ି ଦେବାରେ ସଫଳ ହୋଇଥିଲା। ଗ୍ଲୋବାଲ ଟାଇମ୍ସ ଆଉ ମଧ୍ୟ କହିଛି ଯଦି ଭାରତ ସୀମାରେ ନିୟମ ଉଲଂଘନ କରିଥାଏ ତାହାଲେ ଚୀନ କୁ ବି କଡ଼ା ଜବାବ ଦେଇ ଆସେ। କାହାରି ସାହାଯ୍ୟ ମଧ୍ୟ ଭାରତ କୁ ରକ୍ଷା କରିପାରିବ ନାହିଁ

Leave a Reply

Your email address will not be published. Required fields are marked *