ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ମଧ୍ୟ ଆସିପାରେ ଆତ୍ମତ୍ୟାର ଖବର, ଏପରି କାହିଁକି କହିଛନ୍ତି ସୋନୁ ନିଗମ ?

ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପରେ ବଲିଉଡ ର କଳାକାର ମାନଙ୍କ ବହୁତ ଅଭିଯୋଗ ଦେଖିବାକୁ ମିଳୁଛି ବିଭିନ୍ନ ପ୍ଲାଟଫର୍ମ ରେ । ନିଜ ଭିତରେ ଦବେଇ ରଖିଥିବା ଯନ୍ତ୍ରଣା ଦାୟକ ଘଟଣା ସବୁକୁ ଆଜି ମୁହଁ ଖୋଲିବାକୁ ସାହସ ଯୁଟେଇ ପାରିଛନ୍ତି। ଏହା ମଧ୍ୟରେ ନାମୀ ଦାମୀ ବହୁତ କଳାକାର ମଧ୍ୟ ଅଛନ୍ତି ଯିଏ କି ଅନ୍ୟ କିଛି କଳାକାର ମାନଙ୍କ ଉପରେ ଆରୋପ ଲଗାଇଛନ୍ତି।

ଆଜି ମହାନ କଣ୍ଠଶିଳ୍ପୀ ସୋନୁ ନିଗମ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ଇନଷ୍ଟଗ୍ରମ ରେ ଏକ ଭିଡ଼ିଓ ସେୟାର କରି ନିଜର ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମରିଛନ୍ତି, ଜଣେ ଅଭିନେତା ମରିଛି । କାଲିକୁ ଆପଣ ମାନେ ଏମିତି କଥା କେଉଁ କଣ୍ଠଶିଳ୍ପୀ ବିଷୟରେ ଶୁଣି ପାରନ୍ତି। କିମ୍ବା କୌଣସି ଏକ ସଙ୍ଗୀତ ନିର୍ଦ୍ଦେଶ ଅଥବା କେଉଁ ଗୀତିକାର ବିଷୟରେ ଏହିଭଳି ଖବର ଶୁଣିବାକୁ ପାଇ ପାରନ୍ତି।

ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପରେ ବଲିଉଡ ଜଗତର ବହୁତ କଳାକାର ଆତ୍ମିୟତା ଭିତରେ ସୀମିତ ରଖୁଥିବା ବଲିଉଡ ଇଣ୍ଡଷ୍ଟ୍ରି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି। ସୋନୁ ନିଗମ ପକ୍ଷରୁ ନିଜ instagraam ଆକାଉଣ୍ଟ ରେ ଯେଉଁ ୭ ମିନିଟ୍ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ସେ କହିଛନ୍ତି କି ବଲିଉଡ୍ ରେ କିଛି ୨/୩ ଜଣ ବ୍ୟକ୍ତି ପୁରା ଇଣ୍ଡଷ୍ଟ୍ରି କୁ ନିଜ କବ୍ଜାକୁ ନେଇ ଯାଇଛନ୍ତି, କେଉଁ କଣ୍ଠଶିଳ୍ପୀ କି ଗୀତ ଗାଇବେ, ଏବଂ କିଏ କେଉଁ କାମ କରିବେ ସମ୍ପୂର୍ଣ କଣ୍ଟ୍ରୋଲ ଏକ ମାଫିଆ ଗ୍ୟାଙ କରୁଛି।

ଭିଡ଼ିଓ ର ଆରମ୍ଭରେ ଚୀନ ଆକ୍ରମଣରେ ସହିଦ ହୋଇଥିବା ୨୦ବିର ଯବାନମାନଙ୍କ କଥା କହି ଦୁଃଖ ପ୍ରକାଶ କରୁଛନ୍ତି।

View this post on Instagram

You might soon hear about Suicides in the Music Industry.

A post shared by Sonu Nigam (@sonunigamofficial) on

ସେ କହିଛନ୍ତି ମୁଁ ବହୁତ ଦିନ ପରେ ଭିଡ଼ିଓ କରୁଛି କାରଣ ବର୍ତ୍ତମାନ ପୁରା ଭାରତ ଏବେ ଦୁଃଖ ଓ ବିଷାଦ ଭିତରେ ଅଛି। ମାନସିକ ଚାପରେ ରହିଛୁ ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପରେ । ଦୁଃଖ ହେବ ମଧ୍ୟ ସ୍ବଭାବିକ ଅଟେ, କାରଣ ଆଖି ଆଗରେ ଜଣେ ଯବାନ ଯୁବକର ଜୀବନ ଚାଲିଯିବା ଏତେ ସହଜ ନୁହେଁ। କିଏ ଏମିତି ଥାଇ ପାରନ୍ତି ଯାହାଙ୍କୁ ଏହି ନିଷ୍ଠୁର ଘଟଣାରେ କିଛି ମଧ୍ୟ ଫରକ ପକେଇ ନଥାଏ। ଏହା ମଧ୍ୟରେ ପୁଣି ଭାରତ ଚୀନ ସଂଘର୍ଷ ଯେଉଁଥିରେ ୨୦ ଜଣ ଯବାନ କଷ୍ଟ ପାଇ ପାଇ ମୃତୁବରଣ କଲେ । ମୁଁ ଜଣେ ଭାରତୀୟ ଅଟେ ଆପଣଙ୍କ ଭଳି ମତେ ବି ଏହି ୨ଟି ଘଟଣା ବହୁତ ବ୍ୟଥିତ କରିଛି। ଭାରତ ତ ଚାହୁଁଛି ଶାନ୍ତି ବଜାୟ ରଖିବାକୁ ହେଲେ ସେମାନେ ଏହାକୁ ଗ୍ରହଣ କରୁନାହାନ୍ତି ଏହା ଏକ ବଡ଼ ଦୁଃଖର ବିଷୟ ଅଟେ।

ସୋନୁ ନିଗମ ଏହା ମଧ୍ୟ କହିଛନ୍ତି କି ମୁଁ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବି କି ଖାସ କରି ସଙ୍ଗୀତ ଜଗତ । ଆଜି ସୁଶାନ୍ତ ସିଂ ରାଜପୁତ ମରିଛନ୍ତି କାଲି କେଉଁ କଣ୍ଠଶିଳ୍ପୀ ଆତ୍ମହତ୍ୟା କରିବେ ଅଥବା କେଉଁ ଗୀତିକାର ହୁଅନ୍ତୁ କୁମ୍ଭ ସଙ୍ଗୀତ ନିର୍ଦ୍ଦେଶ। କାରଣ ଏଠାରେ ଅଭିନୟ ଠାରୁ ମଧ୍ୟ ବଡ଼ ମାଫିଆ ରାଜ ଚାଲିଛି ଯାହା ଦୁର୍ଭାଗ୍ୟର ବିଷୟ। ମୁଁ ମାନୁଛି କି ବିଜନେସ କରିବା ଜରୁରୀ ଅଟେ। ସମସ୍ତେ ବିଜନେସ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ମୁଁ ବହୁତ ସୌଭାଗ୍ୟବାନ ଯେ ବହୁତ କମ ବୟସରୁ ଆସି ଯାଇଥିଲି ତ ଏହି ଚକ୍ର ବିହୁରୁ ବଞ୍ଚିଗଲି କିନ୍ତୁ ଯେଉଁ ମାନେ ନୂଆ ନୂଆ ଆସୁଛନ୍ତି ସେମାନଙ୍କ ପାଇଁ ବହୁତ କଠିନ ।

ସୋନୁ ନିଗମ କହିଛନ୍ତି କି ସେ ବହୁତ ପିଲାଙ୍କ ସହିତ କଥା ହୁଅନ୍ତି, କିଏ କଣ୍ଠଶିଳ୍ପୀ ହେବାକୁ ଚାହାନ୍ତି ତ କିଏ ନିର୍ଦେଶ ତ କିଏ ଗୀତିକାର। କିନ୍ତୁ ମିଉଜିକ୍ କମ୍ପାନୀ କୁହେ ଏମାନେ ଆମର କଳାକାର ନୁହନ୍ତି। ମୁଁ ମାନୁଛି ଆପଣ ମାନେ ବହୁତ ବଡ଼ ଲୋକ ଆପଣ ମାନେ ମିଉଜିକ ଇଣ୍ଡଷ୍ଟ୍ରି କୁ ନିୟନ୍ତ୍ରିତ କରିଥାନ୍ତି ରେଡ଼ିଓ ରେ କେଉଁ ଗୀତ ବାଜିବ ଅଥବା ସିନେମାରେ କେଉଁ ଗୀତ ବାଜିବ। କିନ୍ତୁ ଏମିତି କରନ୍ତୁ ନାହିଁ, ଆଶ୍ରିବାଦ ଓ ଅଭିଶାପ ଏ ବହୁତ ବଡ଼ ଜିନିଷ ଅଟେ। ଏ ବିଲକୁଲ ଠିକ୍ ନୁହେଁ, ଏ ଯେଉଁ ଦୁଇ ଲୋକଙ୍କ ହାତରେ ଶକ୍ତି ଅଛି ନା ସେ କେବଳ ଏହି ମୀଉଜିକ୍ ଇଣ୍ଡଷ୍ଟ୍ରି ରେ ଅଛନ୍ତି। ୨ଟି କମ୍ପାନୀ ଅଛି ଯିଏ ସ୍ଥିର କରେ କିଏ ଗାଇବ ଓ କିଏ ଗାଇଵ ନାହିଁ।

ସୋନୁ ନିଗମ ଏହା କହିଛନ୍ତି କି ମୁଁ ଏହି ସବୁରୁ ବାହାରି ଯାଇଛି ମୁଁ ମୋ ନିଜ ଦୁନିଆରେ ଖୁସି ଅଛି । କିନ୍ତୁ ବହୁତ ନୂଆ କଳାକାର ଆସୁଛନ୍ତି ଯେଉଁମାନେ ଫସି ଯାଉଛନ୍ତି । ସେମାନଙ୍କ ଆଖିରେ ମୁ ସେ କଷ୍ଟ ଦେଖିଛି ବେଳେ ବେଳେ ସେମାନେ କାନ୍ଦି ପକାନ୍ତୁ ମଧ୍ୟ। ଯଦି ସେମାନେ ମରିଗଲେ ତ ଆପଣଙ୍କ ଉପରେ ମଧ୍ୟ ଏହିଭଳି ପ୍ରଶ୍ନ ଉଠିବ। ଏମାନେ ସମସ୍ତେ ଗନ୍ଧର୍ବ ଲୋକ ଅଟନ୍ତି ଏମାନଙ୍କୁ ପ୍ରତାଡିତ କରନ୍ତୁ ନାହିଁ। ମାେ ସହିତ ବି ଏମିତି ହୋଇଥାନ୍ତା କେଉଁ ଏକ ଅଭିନେତା ସହିତ ଟାୟପ ଆଜି ଯେଉଁ ଅଭିନେତା ଉପରେ ଲୋକ ଆଙ୍ଗୁଳି ଉଠାଉଛନ୍ତି। ସେ ଅରିଜିତ ସିଂ ସହ ମଧ୍ୟ ସେଇଆ କରିଛନ୍ତି।

ସୋନୁ ନିଗମ କହିଛନ୍ତି କି ମୁଁ ବହୁତ ଗୀତ ଗାଇଛି ଯାହାର ସେମାନେ ଡବ କରିଦିଅନ୍ତୁ। ମୁଁ ତ କାମ ମାଗିବାକୁ ଯାଏନି ତଥାପି ଏମିତି ମାେ ସହ ହୁଏ ଜେବେକି ମୁଁ ଏହି ଜଗତରେ ଦୀର୍ଘ ଦିନ ଆଗରୁ କାର୍ଯ୍ୟ ରତ ଅଛି। ନୂତନ ପିଲାଙ୍କ ସହିତ କଣ କରୁନଥିବେ ଆପଣ? ୧୦ ଟି ଗୀତ ଗାଇବାକୁ ଦେବେ ୧୧ ଗୀତ ତମେ ଗାଇବ ଯଦି ଆମ କମ୍ପାନୀ ସହ ଜଡ଼ିତ ରହିବ ତାପରେ ତମେ ଜଣେ ଭଲ କଳାକାର ନୁହେଁ ଆମେ ତୁମ ସହ କାମ କରିବୁ ନାହିଁ। ମର ସମୟ ତ ଚାଲି ଯାଉଛି ହେଲେ ନୂଆ ପିଲାଙ୍କୁ ବହୁତ ସହିବାକୁ ପଡିବ।

Leave a Reply

Your email address will not be published. Required fields are marked *