ଶରୀରରେ ଏହି ସ୍ଥାନରେ କଳାଜାଇ ରହିଥିଲେ ଭାଗ୍ୟବାନ ହୋଇଥାନ୍ତି।

ଆମ ଶରୀରରେ କେତେ ଗୁଡିଏ କଳାଜାଈ କିମ୍ଵା କଳାଚିହ୍ନ ରହିଥାଏ। ସମୟ ସହିତ କେତେକ ଚିହ୍ନ ଛୋଟ ବଡ଼ କିମ୍ବା ଅଦୃଶ୍ୟ ହୋଇଯାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କଳାଜାଇ ଆମକୁ କେତେକ ସୂଚନା ପ୍ରଦାନ କରିଥାଏ ଏବଂ ନିଜର ଅବସ୍ଥିତି ଅନୁଯାୟୀ ଶୁଭ କିମ୍ବା ଅଶୁଭ ଫଳ ମଧ୍ୟ ଦେଇଥାଏ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ସହିତ ଚୀନରେ ମଧ୍ୟ ମଣିଷ ଶରୀରରେ ଥିବା କଳାଜାଇକୁ ଭାଗ୍ୟର ସୂଚକ ମାନିଥାନ୍ତି। ମଣିଷ ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ଥିବା କଳାଜାଇ ଧନ ପ୍ରାପ୍ତିର ସୂଚନା ଦେଇଥାନ୍ତି।

ସାମୁଦ୍ରିକ ଶାସ୍ତ୍ର ମୁତାବକ ଯଦି ମଣିଷ ଶରୀରରେ ପେଟରେ ଯଦି କଳାଜାଇ କିମ୍ବା ଚିହ୍ନ ରହିଥାଏ ତେବେ ସେହି ବ୍ୟକ୍ତି ଖାଦ୍ୟପେୟ ପ୍ରତି ବିଶେଷ ଅକର୍ଷିତ ରହିଥାନ୍ତି। କିନ୍ତୁ ଯଦି ନାଭିର ଆଖପାଖରେ ଏପରି ଚିହ୍ନ ରହିଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଧନ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ଯଦି ମଣିଷର ପିଠି ପାର୍ଶ୍ଵରେ କଳାଜାଇ ରହିବା ଧନ ପ୍ରାପ୍ତିର ସୂଚନା ଦେଇଥାଏ। ଏପରି ବ୍ୟକ୍ତି ନିଜର ପରିଶ୍ରମ ବଳରେ ଧନ ଉପାର୍ଜନ କରିଥାନ୍ତି। ଏଥିସହିତ ଏହି ବ୍ୟକ୍ତିଙ୍କ ପାଖରେ କାର୍ଯ୍ୟର ଅଭାବ ରହି ନଥାଏ। ଏମାନଙ୍କୁ ସାମାଜିକ ମାନ ସମ୍ମାନ ମିଳିଥାଏ।

ଯଦି କୌଣସି ବ୍ୟକ୍ତିଙ୍କ ତର୍ଜନୀ ଆଙ୍ଗୁଠିର ମଧ୍ୟ ଭାଗରେ କଳାଜାଇ ରହିଥାଏ ତେବେ ସେହି ବ୍ୟକ୍ତି ଧନବାନ ହୋଇଥାନ୍ତି। ଏମାନେ ନିଜର ଶତ୍ରୁଙ୍କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ସେହିପରି ଯେଉଁ ବ୍ୟକ୍ତିଙ୍କ କନିଷ୍ଠ ଆଙ୍ଗୁଠିର ମଧ୍ୟ ଭାଗରେ କଳାଜାଇ ରହିଥାଏ ତେବେ ସେହି ବ୍ୟକ୍ତିଙ୍କ ପାଖରେ ଅପାର ସମ୍ପତ୍ତି ରହିଥାଏ। ଯଦି ଅନାମିକା ଆଙ୍ଗୁଠିର ମଧ୍ଯ ଭାଗରେ କଳାଜାଇ ରହିଥାଏ ତାହେଲେ ସେହି ବ୍ୟକ୍ତି ଧନବାନ ହେବା ସହିତ ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ଅର୍ଜନ କରିଥାନ୍ତି।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ଵରେ କଳାଜାଇ ରହିଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏଥିସହିତ ତାଙ୍କୁ ସମୟ ସମୟରେ ଧନ ପ୍ରାପ୍ତି ହୋଇଥାଏ। କିନ୍ତୁ ଏପରି ବ୍ୟକ୍ତି ନିଜର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଅଧିକ ଧନ ଖର୍ଚ୍ଚ କରିଥାନ୍ତି।

ଯଦି କୌଣସି ବ୍ୟକ୍ତିଙ୍କ ଦୁଇ ଆଖିର ମଧ୍ୟ ଭାଗରେ କଳାଜାଇ ରହିଥାଏ ତେବେ ଏହାକୁ ଶୁଭ କୁହାଯାଏ। ଏମାନଙ୍କୁ କେବେ ଧନ ସମ୍ପତ୍ତିର ଅଭାବ ହୋଇନଥାଏ। ଏହାବ୍ୟତୀତ ଏମାନଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ। ମାନ୍ୟତା ରହିଛି ଯେ ଏହିପରି ବ୍ୟକ୍ତିଙ୍କୁ ରାଜପଦବୀ ପ୍ରାପ୍ତ ହୋଇଥାଏ।

ଯେଉଁ ବ୍ୟକ୍ତିଙ୍କ ଗଳାରେ କଳାଜାଇ ରହିଥାଏ ସେମାନଙ୍କୁ ଏହି ଚିହ୍ନରୁ ଲମ୍ବା ଆୟୁଷର ସୂଚନା ମିଳିଥାଏ। ଏମାନେ ଜୀବନକୁ ବହୁତ ଖୁସିରେ ବ୍ୟତୀତ କରିଥାନ୍ତି। ଏହିପରି ବ୍ୟକ୍ତିଙ୍କ ଠାରେ କେବେହେଲେ ଧନର ଅଭାବ ରହି ନଥାଏ।

ଯେଉଁ ବ୍ୟକ୍ତିଙ୍କ ପାଦର ବୃଦ୍ଧା ଆଙ୍ଗୁଠିରେ କଳାଜାଇ ରହୁଥାଏ ସେହି ବ୍ୟକ୍ତି ସମାଜର ବହୁତ ପ୍ରତିଷ୍ଠା ଅର୍ଜନ କରିଥାନ୍ତି ଏବଂ ସମ୍ମାନ ମଧ୍ୟ ପ୍ରାପ୍ତ କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *