ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ଦୂର ହୋଇଯାଇଥାଏ ସବୁ ପାପ, ଜାଣନ୍ତୁ ରୁଦ୍ରାକ୍ଷ ପିନ୍ଧିବା ର ନିୟମ…

କୁହାଯାଏ ଯେ ରୁଦ୍ରାକ୍ଷ ର ଉତ୍ପତି ଭଗବାନ ଶିବଙ୍କ ଆଖିର ଲୁହରୁ ହୋଇଛି। ରୁଦ୍ରାକ୍ଷ କୁ ବହୁତ ପବିତ୍ର ବୋଲି ମନାଯାଇଥାଏ । ଓ ଏହାକୁ ଧାରଣ କଲେ ଭଗବାନ ଶିବ ଙ୍କ ଅପାର କୃପା ଲାଭ ହୋଇଥାଏ। ରୁଦ୍ରାକ୍ଷ ର ରଚନା ୨ ଟି ଶବ୍ଦକୁ ନେଇ ହୋଇଛି ଗୋଟିଏ ହେଲା ରଦ୍ର ଏବଂ ଅକ୍ଷ। ରୁଦ୍ର ର ଅର୍ଥ ଶିବ ଏବଂ ଅକ୍ଷ ର ଅର୍ଥ ଲୁହ।

ବହୁ କାଳରୁ ଏହା ମାନ୍ୟତା ରହିଅଛି କି ରୁଦ୍ରାକ୍ଷ ଧାରଣ କରିଥିବା ଲୋକମାନଙ୍କର ରକ୍ଷା ନିଜେ ଶିବ ହିଁ କରିଥାନ୍ତି। ଏବଂ ତାଙ୍କୁ ସବୁ ସମସ୍ୟାରୁ ବଞ୍ଚେଇ ରଖନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି କି ଥରେ ଭଗବାନ ଶିବ ବର ଦେଇ କହିଥିଲେ କି ଯିଏ ବି ଏହି ରୁଦ୍ରାକ୍ଷ ଧାରଣ କରିବେ ତାଙ୍କର ସମସ୍ତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଯିବ। ଏଥିପାଇଁ ଯଦି ଆପଣଙ୍କର କୌଣସି ବି ପ୍ରକାର ଗ୍ରହ ଦୋଷ ଅଛି ତାହାଲେ ଆପଣ ଏହାକୁ ଧାରଣ କରନ୍ତୁ। ଏହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ଗ୍ରହ ଦୋଷ ରୁ ମୁକ୍ତି ମିଳିଯିବ।

କେମିତି ପିନ୍ଧିବେ ରୁଦ୍ରାକ୍ଷ:

ବିଧି ବିଧାନ ରେ ହିଁ ରୁଦ୍ରାକ୍ଷ କୁ ଧାରଣ କରାଯାଇଥାଏ। ଏବଂ ସବୁଠାରୁ ଜରୁରୀ ଏହା କି ଏହି ରୁଦ୍ରାକ୍ଷ କୁ ଧାରଣ କରିବା ସମୟରେ ” ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବା ଉଚିତ। ଏମିତି ମଧ୍ୟ ଉଲ୍ଲେଖ ରହିଛି କି ଯଦି ଆପଣ ବିନା ମନ୍ତ୍ର ଜପ କରି ଏହି ରୁଦ୍ରାକ୍ଷ କୁ ଧାରଣ କରନ୍ତି ତେବେ ଆପଣଙ୍କୁ ଦୋଷ ଲାଗିଥାଏ। ଏହି ରୁଦ୍ରାକ୍ଷ କୁ ପିନ୍ଧିବା ପାଇଁ ଶ୍ରାବଣ ମାସଟି ଅତ୍ୟନ୍ତ ଶୁଭ ମାସ। ଏଥିପାଇଁ ଶ୍ରାବଣ ମାସରେ ହିଁ ରୁଦ୍ରାକ୍ଷ ଧାରଣ କରନ୍ତୁ। ଧାରଣ କରିବା ପୂର୍ବରୁ ଏହାକୁ କୌଣସି ଏକ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା କରିନିଅନ୍ତୁ ଏବଂ ତା ପରେ ଏହାକୁ ପିନ୍ଧନ୍ତୁ। ଅଧିକ ଫଳ ପାଇବାକୁ ଆପଣ ସୋମବାର ଦିନ ହିଁ ଧାରଣ କରନ୍ତୁ।

କେତେ ମୂଖି ରୁଦ୍ରାକ୍ଷ କରିବେ ଧାରଣ:

ରୁଦ୍ରାକ୍ଷ ବହୁତ ପ୍ରକାର ର ଥାଏ। ବିଭିନ୍ନ ପ୍ରକାରର ରୁଦ୍ରାକ୍ଷ ର ଲାଭ ଅଲଗା ଅଲଗା ପ୍ରକାରର ହୋଇଥାଏ। ତେଣୁ ଆପଣଙ୍କ ସମସ୍ୟା ହିସାବରେ ଯେଉଁ ରୁଦ୍ରାକ୍ଷ ସଠିକ୍ ଅଟେ ତାକୁ ହିଁ ଧାରଣ କରିବେ।

୧. ଯଦି କିଛି ପାପ କରିଛନ୍ତି ସେଥିରୁ ମୁକ୍ତି ପାଇବାକୁ ୧ ମୁଖି ରୁଦ୍ରାକ୍ଷ ପୁନ୍ଧନ୍ତୁ।
୨. ମାନସିକ ଚାପରେ ରକ୍ଷା ପାଇଁ ଓ ବେପାର ବୃଦ୍ଧି ପାଇଁ ୨ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ।
୩. ନିଜର ଆତ୍ନବଳ ବଢାଇବାକୁ ଚାହୁଁଥିଲେ ଏବଂ ଧନ ସମ୍ପତ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ୩ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟନ୍ତ ଲାଭ ଦୟାକ ହୋଇଥାଏ।

୪. ରୋଗ ବ୍ୟାଧି ଦୂର କରିବାରେ ୪ ମୁଖୀ ରୁଦ୍ରାକ୍ଷ ସହାୟକ ହୋଇଥାଏ।
୫. ଯଶ ବୃଦ୍ଧି ଏବଂ ସୁଖ ସମୃଦ୍ଧି ବଢେଇବା ଚାହୁଁଥିଲେ ୫ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
୬. ଜୀବନରେ ଆସିଥିବା ବାଧା ବିଘ୍ନ ଦୁରକରିବା ପାଇଁ ଏବଂ ମାତା ଲକ୍ଷ୍ମୀଙ୍କୁ ପାଇବା ପାଇଁ ୬ ମୁଖୀ ଧାରଣ କରିବା ଫଳ ଦାୟକ ହୋଇଥାଏ।

୭. ଆୟୁଷ ବୃଦ୍ଧି ନିମନ୍ତେ ୭ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଇଥାଏ।
୮. କୋଟା କଚେରୀରେ ମାମଲାରୁ ବିଜୟ ହେବା ପାଇଁ ୮ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ।
୯. ଶତ୍ରୁ ମାନଙ୍କୁ ନାଶ କରିବାକୁ ଚାହୁଁଥିଲେ ଏବଂ ମାତା ଦୁରାଙ୍କ ଆଶ୍ରିବାଦ ପାଇବାକୁ ୯ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
୧୦. ଭୂତ ପ୍ରେତ ଓ ଶତ୍ରୁଙ୍କ ଠାରୁ ବଞ୍ଚିବା ପାଇଁ ୧୦ ମୁଖୀ ରୁଦ୍ରାକ୍ଷ କୁ ଅତ୍ୟନ୍ତ ଉତ୍ତମ ବୋଲି ବିବେଚନା କରାଯାଏ।

୧୧. ପ୍ରତିଷ୍ଠା ଏବଂ ସମ୍ମାନ ବଢେଇବା ପାଇଁ ୧୧ ମୁଖୀ ରୁଦ୍ରାକ୍ଷ ବହୁତ ଶୁଭ ମାନାଜାଇଥାଇ।
୧୨. ଦରିଦ୍ର କିମ୍ଭା କୌଣସି ବି ପ୍ରକାରର ଅସୁବିଧାକୁ ଦୂର କରିବାକୁ ୧୨ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ
୧୩. ମନସ୍କାମନା ପୂର୍ଣ୍ଣ କରିବାକୁ ୧୩ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଶୁଭ ଫଳ ଦାୟକ ହୋଇଥାଏ।
୧୪. ଆତ୍ମା ଓ ଶାରୀରିକ ଦୁଇଟି ଜାଙ୍କର ବଳ ବଢାଇବାକୁ ୧୪ ମୁଖୀ ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ।
୧୫. ଦାମ୍ପତ୍ୟ ଜୀବନ ସୁଖମୟ କରିବାକୁ ଗୌରୀ ଶଙ୍କର ରୁଦ୍ରାକ୍ଷ ପନ୍ଧନ୍ତୁ।
୧୬. ବାଧା ବିଘ୍ନ ଦୂର କରି ସୁଖ ସମୃଦ୍ଧି ପାଇଁ ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ସାବ୍ୟସ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *