ସବୁ କଳାକାରଙ୍କ ସହିତ ମିଶିଯାନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଜିଭା। ଜିଭାଙ୍କ ସୁପର କ୍ୟୁଟ ଫୋଟୋ ଦେଖି ଫିଦା ହୋଇଯାନ୍ତି ତାଙ୍କ ପ୍ରଶଂସକ

ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଯେତିକି ଚର୍ଚ୍ଚାରେ ରହିଥାନ୍ତି ସେତିକି ଚର୍ଚ୍ଚାରେ ରହୁଛନ୍ତି ତାଙ୍କ ଏକମାତ୍ର ଅଲିଆଳି ଝିଅ ଜିଭା। ୨୦୨୦ରେ ୫ବର୍ଷର ହୋଇଗଲେ ଜିଭା। ୨୦୧୫, ଫେବୃଆରୀରେ ସାକ୍ଷୀ ଧୋନୀ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ସେହି ସାନ୍ତାନ ହେଉଛନ୍ତି ଜିଭା। ଜନ୍ମ ସମୟରୁ ଜିଭା ସମସ୍ତଙ୍କର ଅତି ପ୍ରିୟ ଥିଲେ। କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା

ନିଜ ପାପାଙ୍କ ଠାରୁ ମଧ୍ୟ ଅଧିକ ସୁପର କୁଲ୍।ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜନ୍ମ ପରେ ହିଁ ତାଙ୍କ ପ୍ରଥମ ଫୋଟୋ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଦେଇଥିଲା। ଯେପରି ଫିଲ୍ମ ଇଣ୍ଡଷ୍ଟ୍ରିର କରିନା କପୁରଙ୍କ ଝିଅ ତୈମୁର ଅଲି ଖାନ ଲାଇମ ଲାଇଟରେ ରୁହନ୍ତି ସେହିପରି ଧୋନୀଙ୍କ ଝିଅ ଜିଭା ମଧ୍ୟ ଖେଳ ଦୁନିଆର ବହୁତ ବଡ଼ ଷ୍ଟାର କିଡ।

ଜିଭାଙ୍କର ଇନଷ୍ଟାଗ୍ରାମରେ ଭେରିଫାଏଡ଼ ଆକାଉଣ୍ଟ ରହିଛି ଏବଂ ସେଥିରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ଏହି ଆକାଉଣ୍ଟରେ ଜିଭାଙ୍କ ମମ୍ମି ତାଙ୍କ ଫୋଟୋ ଏବଂ ଭିଡ଼ିଓ ସେୟର କରିଥାନ୍ତି। ଫୋଟୋରେ ମମ୍ମି ପାପାଙ୍କ ସହିତ ଜିଭାଙ୍କ ବଣ୍ଡିଙ୍ଗ ଜବରଦସ୍ତ ଥିବାର ନଜର ଆସିଥାଏ। ଖାଲି ଏତିକି ନୁହେଁ ଅନ୍ୟ ଖେଳାଳି ମାନଙ୍କ ସହିତ ମଧ୍ୟ ବହୁତ ମିଶିଯାଇ ଥାନ୍ତି।

ଜିଭାଙ୍କ ଜନ୍ମ ପରେ ଯେତେବେଳେ ତାଙ୍କ ପ୍ରଥମ ଫୋଟୋ ଆସିଥିଲା ସେତେବେଳେ ଏହା କୋଟି କୋଟି ପରିମାଣରେ ଭାଇରାଲ ହୋଇଥିଲା। ଏମିତି କୌଣସି ଇଣ୍ଟରନ୍ୟାସନଲ ମିଡ଼ିଆ ନଥିଲା ଯେଉଁଥିରେ ଜିଭାଙ୍କ ଫୋଟୋ କଭର କରାଯାଇ ନଥିଲା। ଜିଭାଙ୍କର ଏହି ସୁନ୍ଦର ହସରେ ଧୋନୀଙ୍କ କୋଟି କୋଟି ଫ୍ୟାନ ଫିଦା ହୋଇଯାଇଥିଲେ।

ଏୟାରପୋର୍ଟରେ ଜିଭା ତାଙ୍କ ପାପାଙ୍କ ସହିତ ସ୍ପଟ ହେବା ପରେ ମିଡ଼ିଆକୁ ପୋଜ ଦେବାରେ କୌଣସି ନଖରା ଦେଖାଇ ନଥିଲେ। ମିଡ଼ିଆ ଆଗରେ ବିନା ଦ୍ବିଧାରେ ପୋଜ ଦେଇଥିଲେ।

ସୋସିଆଲ ମିଡିଆରେ ଜିଭାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ତାଙ୍କ ଚଗଲାମୀ ଏବଂ ଚପଲତା ଭରା ଭିଡ଼ିଓ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ବିରାଟ କୋହଲିଙ୍କ ସହିତ ମସ୍ତି କରୁଥିବା ବେଳେ ଜିଭାଙ୍କ ଏକ ଭିଡ଼ିଓ ବହୁତ ଭାଇରାଲ ହୋଇଥିଲା। ଆଉ ଏକ ଭିଡ଼ିଓରେ ସେ ତାଙ୍କ ପିତାଙ୍କ ସହିତ ବାଲିର ଘର ବନାଉଥିବାର ନଜର ଆସିଥିଲେ।

ସୁଶାନ୍ତ ସିଂ ରାଜପୁତ, ଧୋନୀଙ୍କ ଏକ ବାୟୋପିକରେ କାମ ଅରିଥିଲେ। ସେହି ଫିଲ୍ମରେ ଧୋନୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ। ଏହି ସମୟରେ କ୍ୟାପ୍ଟେନ କୁଲ ଧୋନୀଙ୍କୁ ଜାଣିବା ପାଇଁ ତାଙ୍କ ସହିତ ବହୁତ ସମୟ ଅତିବାହିତ କରିଥିଲେ ସୁଶାନ୍ତ। ଏହି ଅବସରରେ ଜିଭାଙ୍କ ବହୁତ ନିକଟବର୍ତ୍ତୀ ହୋଇଯାଇଥିଲେ ସୁଶାନ୍ତ। ଜିଭା ମଧ୍ୟ ସୁଶାନ୍ତଙ୍କ ସହିତ ବହୁତ ମିଶି ଯାଇଥିଲେ। ଜିଭାଙ୍କୁ ସ୍ନେହ ଶ୍ରଦ୍ଧା କରି ଉଠାଇଥିବା ଅନେକ ଫୋଟୋ ଏବଂ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଥିଲା।

ସୁଶାନ୍ତ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ଜିଭା ସହିତ ସାକ୍ଷାତ କରିବା ପାଇଁ ନେଇଯାଇଥିଲେ। ଏକ ଫୋଟୋ ଚିତ୍ରରେ ଜିଭା ଉଭୟ ସୁଶାନ୍ତ ଏବଂ ଅଙ୍କିତାଙ୍କ କୋଳରେ ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *