ସିନ୍ଦୂର ଲଗାଇବା ସମୟରେ କେବେହେଲେ କରନ୍ତୁ ନାହିଁ ଏପରି ଭୁଲ, ସ୍ୱାମୀଙ୍କ ଉପରେ ଆସିପାରେ ସଙ୍କଟ।

ହିନ୍ଦୁ ପରମ୍ପରା ଅନୁସାରେ ବିବାହିତା ମହିଳାଙ୍କ ପାଇଁ ସିନ୍ଦୂର ଲାଗିବାର ବହୁତ ମହତ୍ତ୍ୱ ରହିଛି କାରଣ ସିନ୍ଦୁର ଏକ ସଧବା ନାରୀର ପ୍ରତୀକ ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଯେ, ସଧବା ମହିଳା ମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ଏବଂ ସୁଖସମୃଦ୍ଧି ପାଇଁ ସିନ୍ଦୁର ଲଗାଇଥାନ୍ତି, କିନ୍ତୁ ଅନେକ ମହିଳା ସିନ୍ଦୂର ଲଗାଇବା ବେଳେ କିଛି ଭୁଲ କରି ବସିଥାନ୍ତି। ଭାରତୀୟ ସଂସ୍କୃତି ଅନୁସାରେ ଯଦି ଆପଣ ଭୁଲ ପ୍ରକ୍ରିୟାରେ ସିନ୍ଦୂର ଲଗାନ୍ତି ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ସ୍ୱାମୀଙ୍କ ଭାଗ୍ୟ ଉପରେ ପଡିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ସିନ୍ଦୂର ସବୁବେଳେ ସଠିକ ଭାବରେ ହିଁ ଲଗାଇବା ଉଚିତ, ନହେଲେ ଏହାର ପ୍ରଭାବ ଅଧିକାଂଶ ସମୟରେ ଆପଣଙ୍କ ବୈବାହିକ ଜୀବନ ଉପରେ ମଧ୍ୟ ପଡିପାରେ।

କେମିତି ଲଗାଇବେ ସିନ୍ଦୂର?

ଯଦି ଆପଣ ବିବାହିତା ଅଟନ୍ତି, ତେବେ ସିନ୍ଦୂର ଲଗାଇବା ସମୟରେ ମାତା ପାର୍ବତୀଙ୍କର ଧ୍ୟାନ ନିଶ୍ଚିନ୍ତ କରନ୍ତୁ। ଏହାର କାରଣ ଏହା ଯେ, ମାତା ପାର୍ବତୀ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାନ୍ତି।

ମୁଣ୍ଡର ସିନ୍ଦୁର ଲୁଚାନ୍ତୁ ନାହିଁ:

ଆଜିକାଲିର ଫେସନ ଯୁଗରେ ମହିଳାମାନେ ନିଜର ସିନ୍ଦୂରକୁ ସିନ୍ଥିରେ ଲିଚାଇ ଦେଇଥାନ୍ତି, କିନ୍ତୁ ଏପରି କେବେହେଲେ କରିବା ଉଚିତ ନୁହେଁ। ଜଣେ ସଧବା ମହିଳାଙ୍କ ପାଇଁ ସିନ୍ଥିରେ ସିନ୍ଦୂର ଲୁଚାଇବା ଭଲ ଅଭ୍ୟାସ ହୋଇନଥାଏ। ଏହାର କୁପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡିପାରେ। ଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଜଣେ ସଧବା ସ୍ତ୍ରୀର ସିନ୍ଥିରେ ସିନ୍ଦୂର ଦେଖାଯିବା ଆବଶ୍ୟକ ହୋଇଥାଏ। କୁହାଯାଇଛି ଯେ, ସିନ୍ଦୂର ଲୁଚାଇବା ଦ୍ୱାରା ସ୍ୱାମୀର ମାନ ସମ୍ମାନରେ କ୍ଷୟ ହୋଇଥାଏ।

ଛୋଟ କରି ଲଗାନ୍ତୁ ନାହିଁ ସିନ୍ଦୂର:

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନେ ସିନ୍ଥିରେ ଲମ୍ବା କରି ସିନ୍ଦୂର ଲଗାଇଥାନ୍ତି, ସେମାନଙ୍କର ସ୍ୱାମୀଙ୍କ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ। ଖାଲି ଏତିକି ନୁହେଁ ସ୍ୱାମୀଙ୍କୁ ପ୍ରତ୍ୟେକ ସ୍ଥାନରେ ଇଜ୍ଜତ ପ୍ରାପ୍ତ ହୋଇଥାଏ। ସେହି କାରଣରୁ ସଧବା ମହିଳା ମାନେ କେବେ ସିନ୍ଥିରେ ଛୋଟ ସିନ୍ଦୂର ଲଗାଇବା ଉଚିତ ନୁହେଁ।

ନାକ ସିଧାରେ ଲଗାନ୍ତୁ ସିନ୍ଦୂର:

ସଧବା ସ୍ତ୍ରୀଙ୍କୁ ନାକ ସିଧାରେ ସିନ୍ଦୂର ଲଗାଇବା ଉଚିତ। ବଙ୍କାଟଙ୍କା ସିନ୍ଦୂର ଲଗାଇଲେ ସ୍ୱାମୀଙ୍କ ସହିତ ସମ୍ପର୍କ ଖରାପ ହୋଇଥାଏ ଏବଂ ସ୍ୱାମୀଙ୍କ ଭଗ୍ୟ କ୍ଷୁର୍ଣ୍ଣ ହୋଇଥାଏ। ଯଦି କେହି ସଧବା ସ୍ତ୍ରୀ ବଙ୍କାଟଙ୍କା ସିନ୍ଦୂର ଲାଗନ୍ତି, ତେବେ ତାଙ୍କ ସ୍ୱାମୀ ସବୁବେଳେ କୌଣସି ନା କୌଣସି ସମସ୍ୟାରେ ଘେରି ରହିଥାନ୍ତି। ତେବେ ଯଦି ଆପଣଙ୍କ ପତିଙ୍କ ମଙ୍ଗଳ ଚାହୁଁଛନ୍ତି ତାହେଲେ ଗୋଟିଏ ସିଧାରେ ସିନ୍ଦୂର ଲଗାନ୍ତୁ।

ପ୍ରତ୍ୟେକ ଦିନ ଲଗାନ୍ତୁ ସିନ୍ଦୂର:

କାର୍ଯ୍ୟରତ ମହିଳାମାନେ ନିଜର କାର୍ଯ୍ୟ ବ୍ୟସ୍ତତା କାରଣରୁ ଅନେକଥର ସିନ୍ଥିରେ ସିନ୍ଦୂର ଲଗାଇ ପାରନ୍ତି ନାହିଁ, କିନ୍ତୁ ପ୍ରୟାସ କରନ୍ତୁ ଯେ ଆପଣ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇବା ପାଇଁ। ଏମିତି କରିବା ଦ୍ୱାରା ପତି ପତ୍ନୀଙ୍କ ପ୍ରେମ ବଢ଼ିଥାଏ। ତେବେ ପ୍ରତ୍ୟେକ ଦିନ ନିଶ୍ଚିତ ସିନ୍ଦୂର ଲଗାନ୍ତୁ।

ଗାଧୋଇବା ପୂର୍ବରୁ ଲଗାନ୍ତୁ ନାହିଁ ସିନ୍ଦୂର:

ସଧବା ମହିଳା ମାନେ ସର୍ବଦା ଧ୍ୟାନ ରଖନ୍ତୁ ଯେପରି କେବେହେଲେ ସିନ୍ଦୂର ନାଗାଧୋଇ ଲଗାଇବେ ନାହିଁ। ଏହାଛଡା ନିଜର ସିନ୍ଦୂର ଅନ୍ୟ ମହିଳାଙ୍କ ସହିତ ସେୟାର କରନ୍ତୁ ନାହିଁ। କୁହାଯାଏ ଯେ, ଏମିତି କରିବା ଦ୍ୱାରା ଭଲ ପାଇବା ବାଣ୍ଟି ହୋଇଯାଇଥାଏ।

ଲଗାନ୍ତୁ ନାହିଁ ତଳେ ପଡିଯାଇଥିବା ସିନ୍ଦୂର:

ଅନେକ ସମୟରେ ଏପରି ହୋଇଥାଏ ଯେ, ସିନ୍ଦୂର ଲଗାଇବା ସମୟରେ ସିନ୍ଦୂର ଫରୁଆ ହାତରୁ ଖସି ପଡିଥାଏ ଏବଂ ସବୁ ସିନ୍ଦୂର ତଳେ ପଡିଯାଇଥାଏ। ଏମିତିରେ ଅନେକ ମହିଳା ସିନ୍ଦୂରକୁ ଉଠାଇ ପୁଣିଥରେ ଫରୁଆରେ ରଖିଦେଇଥାନ୍ତି ଏବଂ ତାକୁ ଲଗାଇଥାନ୍ତି, କିନ୍ତୁ ଏପରି କରିବା ସର୍ବଥା ଅନୁଚିତ ହୋଇଥାଏ। ହିନ୍ଦୁ ଶାସ୍ତ୍ର ମୁତାବକ ତଳେ ପଡିଯାଇଥିବା ସିନ୍ଦୂର ଲଗାଇବା ଦ୍ୱାରା ଅଶୁଭ ହୋଇଥାଏ। ମାନ୍ୟତା ରହିଛି ଯେ, ଯଦି ସିନ୍ଦୂର ଥରେ ତଳେ ପଡ଼ିଯାଏ ତେବେ ତାହା ଅପବିତ୍ର ହୋଇଯାଇଥାଏ। ସେହି ସିନ୍ଦୂରକୁ ନିଜ ସିନ୍ଥିରେ ଭରିବା ଅନୁଚିତ ହୋଇଥାଏ।

କେବେ କେବେ ସ୍ୱାମୀ ହାତରୁ ଲଗାନ୍ତୁ ସିନ୍ଦୂର:

ସଧବା ସ୍ତ୍ରୀ ମାନେ ପ୍ରୟାସ କରନ୍ତୁ ଯେ, ଗୋଟିଏ ସପ୍ତାହରେ ଅତିକମରେ ଗୋଟିଏ ଥର ସ୍ୱାମୀଙ୍କ ହାତରୁ ସିନ୍ଥିରେ ସିନ୍ଦୂର ଲଗାନ୍ତୁ କାରଣ ଆପଣ ସିନ୍ଦୂର ନିଜ ସ୍ୱାମୀଙ୍କ ପାଇଁ ଲଗାଇଥାନ୍ତି। ସାଧାରଣତଃ ସ୍ୱାମୀ କେବଳ ବିବାହ ଦିନ ହିଁ ପତ୍ନୀ ମୁଣ୍ଡରେ ସିନ୍ଦୂର ଭରିଥାଏ ଏବଂ ବିବାହ ପରେ ମହିଳା ମାନେ ନିଜ ହାତରେ ହିଁ ସିନ୍ଦୂର ଲଗାଇଥାନ୍ତି। ତେବେ ଶାସ୍ତ୍ର ଅନୁସାରେ କେବେ କେବେ ସ୍ୱାମୀଙ୍କ ହାତରୁ ସିନ୍ଦୂର ଲଗାଇନେବା ଉଚିତ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *