ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ସିସିଟିଭି ଫୁଟେଜ ସହିତ ଗାୟବ ହେଲା ରେଜିଷ୍ଟରର ପୃଷ୍ଠା

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ମୃତ୍ୟୁକୁ ନରି ଏକ ବଡ଼ ଖୁଲାସା ହୋଇଛି। ଦିଶାଙ୍କ ଘରର ସୁରକ୍ଷା କର୍ମୀଙ୍କ ଭାଇ ରିପବ୍ଲିକ ମିଡିଆକୁ କହିଛନ୍ତି ଯେ, ୮ ଜୁନ ଦିନ ରାତିରେ କୋଠାରେ ସିସିଟିଭି ଫୁଟେଜ ଟାମ୍ପରିଂ କରାଯାଇଥିଲା। କେବଳ ଏତିକି ନୁହେଁ ଗେଟ ପାଖରେ ଥିବା ଏଣ୍ଟ୍ରି ରେଜିଷ୍ଟରରେ ମଧ୍ୟ କୌଣସି ଏଣ୍ଟ୍ରି କରାଯାଇ ନଥିଲା। କହି ରଖୁଛୁ ଯେ ଦିଶା ସଲିୟନଙ୍କର ୮ ଜୁନକୁ ମୃତ୍ୟୁ ହୋଇଥିଲା। ମୁମ୍ବାଇ ପୋଲିସ ଏହି ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେଇଥିଲେ।

ଫୋଟୋରେ ଯେଉଁ ବିଲଡିଂ ଦେଖିବାକୁ ମିଳୁଛି ଏଥିରୁ ହିଁ ଖସି ପଡିବା କାରଣରୁ ଦିଶାଙ୍କର ମୃତ୍ୟୁ ହୋଇଥିଲା।

ମିଡ଼ିଆ ରିପୋର୍ଟ ମୁତାବକ ସୁରକ୍ଷା କର୍ମୀଙ୍କ ଭାଇ କହିଛନ୍ତି ଯେ ସିସିଟିଭି ଫୁଟେଜକୁ ଡିଲିଟ କରାଯାଇଥିଲା। ଏଣ୍ଟ୍ରିର ଗୋଟିଏ ମଧ୍ୟ ମିଳି ନଥିଲା। ରେଜିଷ୍ଟରରେ କୌଣସି ରେକର୍ଡ ନଥିବ। ମୁଖ୍ୟ ସୁରକ୍ଷା ଦଳ ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି। ସର୍ ମୋ ପାଖରେ ତାଙ୍କର ନମ୍ବର ମଧ୍ୟ ଅଛି।

ମିଡିଆ ରିପୋର୍ଟ ମୁତାବକ ସେଦିନ ସାତ ଗୋଟି ଗାଡି ଆସିଥିଲା। ପ୍ରଥମେ ଥିବା ଗାର୍ଡଙ୍କୁ ମଧ୍ୟ ନିଜ ଗାଁକୁ ଫେରିଯିବାକୁ ବାଧ୍ୟ କରାଯାଇଥିଲା।

ଗାର୍ଡଙ୍କ ଭାଇ କହିଥିଲେ ଯେ, ଗାର୍ଡ ଉଜେ ଏହି କଥାରେ ସହମତି ଜଣାଇଛନ୍ତି ଯେ ତାଙ୍କୁ ତୃତୀୟ କିମ୍ବା ଚତୁର୍ଥ ଦିନ ସେ ସ୍ଥାନ ଛାଡିବା ପାଇଁ କୁହାଯାଇଥିଲା ଏବଂ ତାଙ୍କୁ ଏହାମଧ୍ୟ କୁହାଯାଇଥିଲା ଯେ ସେ କାହାରିକୁ କିଛି ନକୁହନ୍ତୁ।

ଗାର୍ଡଙ୍କ ଭାଇ କହିଥିଲେ ଯେ, ଗାର୍ଡଙ୍କୁ କୁହାଯାଇଥିଲା ଯେ ସେ ନିଜ ଗାଁକୁ ଚାଲି ଯାଆନ୍ତୁ ଏବଂ ରେଜିଷ୍ଟରର ସମସ୍ତ ରେକର୍ଡ ହଟାଇ ଦିଅନ୍ତୁ।ସୁରକ୍ଷା କର୍ମୀଙ୍କ ଭାଇ ଏହା ମଧ୍ୟ ଦାବି କରିଛନ୍ତି ଯେ ଆପଣଙ୍କୁ ୭,୮ ଏବଂ ୯ ଜୁନର ପୃଷ୍ଠା ମିଳିବ ନାହିଁ। ଏବଂ ସେହି ତିନି ଦିନରେ ପାର୍ଟି ହେଉଥିଲା। ସମସ୍ତ ପାର୍ଟି ସେହି ଫ୍ଲାଟରେ ହି ହୋଇଥିଲା। ଯେଉଁ ଲୋକମାନେ ଏହିଠାରେ ରହୁଛନ୍ତି, ସେମାନେ ବହୁତ ବଡ଼ ଲୋକ ଅଟନ୍ତି। ସେ ସମସ୍ତ ପ୍ରକାରର କାମ କରିଥାନ୍ତି।

 

ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ ୧୦ ଜୁନରୁ ସବୁକିଛି ବଦଳି ଯାଇଥିଲା। ସମସ୍ତେ ଚାଲି ଯାଇଥିଲେ ଏବଂ କେହି ଏଠାକୁ ଆସି ନଥିଲେ। ଦିଶା ସଲିୟନ ୮ ଜୁନ ଏବଂ ୯ ଜୁନ ରାତିରେ ମଲାଡରେ ଏକ କୋଠାରେ ୧୪ ମହଲାର ଫ୍ଲାଟରୁ ଖସି ପଡ଼ିଥିଲେ। ଏହା ସେହି ଫ୍ଲାଟ ଥିଲା ଯେଉଁଥିରେ ରୋହନ ରାୟ ରହୁଥିଲେ। କୁହାଯାଉଛି ଯେ, ସେ ଏହି ଫ୍ଲାଟକୁ ଛାଡିବାର ଥିଲା।ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହିଥିଲେ, ତେବେ ରହସ୍ୟମୟ ପରିସ୍ଥିତି ଗୁଡ଼ିକୁ ନେଇ ଅନୁମାନ ଲଗାଯାଉଛି। ବିଜେପି ବିଧାୟକ ନିତେଶ ରାଣେ ମଧ୍ୟ ଦାବି କରିଥିଲେ ଯେ, ରୋହନ ରାୟଙ୍କୁ ସିବିଆଇ ଦ୍ୱାରା ତଦନ୍ତ ପାଇଁ ଦାବି କରିଥିଲେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *