ସୁଶାନ୍ତ ସିଂ ରାଜପୁତଙ୍କ ସିକ୍ୟୁରିଟି ଗାର୍ଡ ପ୍ରକାଶ କଲେ ଜୁନ ୬ ତାରିଖ ରାତିର ସମ୍ପୂର୍ଣ୍ଣ ସତ। ସେଦିନ କଣ ଘଟିଥିଲା ରିୟା ଏବଂ ସୁଶାନ୍ତଙ୍କ ମଧ୍ୟରେ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ସମ୍ନାକୁ ଆସିଲା ପୁଣି ଏକ ବଡ଼ ଖବର। ତେବେ ଏହି ଖବରଟି ସୁଶାନ୍ତଙ୍କ ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ ଦେଇଛନ୍ତି। ତେବେ ଏନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେ ସୁଶାନ୍ତଙ୍କ ସିକ୍ୟୁରିଟି ଗାର୍ଡ ସୁଶାନ୍ତଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ସୁଶାନ୍ତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ କିପରି ରହିଥିଲା। ଶେଷ ସମୟରେ କିପରି ହୋଇଯାଇଥିଲା ସୁଶାନ୍ତଙ୍କ ଅବସ୍ଥା।

ପୂର୍ବରୁ ମଧ୍ଯ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଅନେକ ବିବାଦ ସମ୍ନାକୁ ଆସିଥିଲା। ତେବେ ଗତ ୧୧ ମାସ ହେବ ସୁଶାନ୍ତଙ୍କ କ୍ରେଡିଟ ଠାରୁ ଆରମ୍ଭ କରି ଡେବିଡ଼ କାର୍ଡ଼ ପର୍ଯ୍ୟନ୍ତ ବ୍ୟବହାର କରିଆସୁଥିଲେ। ଖାଲି ଏତିକି ନୁହେଁ ତିନୋଟି କମ୍ପାନୀରୁ ବେହିସାବ ପଇସା ମଧ୍ୟ ନେଇଛନ୍ତି ରିୟା। କାହିଁକିନା ସେ ତିନୋଟି କମ୍ପାନୀର ଡ଼ାଇରେକ୍ଟର ମଧ୍ୟ ଥିଲେ। ଏହି ତଥ୍ୟକୁ କିଛି ଦିନ ପୂର୍ବେ ଦାବି କରିଥିଲା ମୁମ୍ବାଇ ପୋଲିସ।

ମୁମ୍ବାଇ ପୋଲିସର କହିବା ମୁତାବକ ରିୟା ଚକ୍ରବର୍ତ୍ତୀ କ୍ରମାଗତ ଭାବେ ଗତ ୧୧ ମାସ ହେବ ସୁଶାନ୍ତଙ୍କ କ୍ରେଡିଟ ବ୍ୟବହାର କରି ଆସୁଥିଲେ। ଏଥିସହିତ ରିୟା ନିକଟରେ ବିଦେଶ ମଧ୍ୟ ସୁଶାନ୍ତଙ୍କ ଟଙ୍କାରେ ଯାଇଥିଲେ। ବିଦେଶ ଯିବା ସମୟରେ ସୁଶାନ୍ତଙ୍କ କ୍ରେଡିଟ କାର୍ଡ଼ ରିୟାଙ୍କ ପାଖରେ ହିଁ ଥିଲା। ରିୟା ସୁଶାନ୍ତଙ୍କ ଟଙ୍କାରେ ଗାଡି ମଧ୍ୟ କିଣିଛନ୍ତି। ମୁମ୍ବାଇ ପୋଲିସ ଯେତେବେଳେ ବ୍ୟାଙ୍କ ଷ୍ଟେଟମେଣ୍ଟ ତଦନ୍ତ କରିଥିଲା ସେତେବେଳେ ଏହା ସାମ୍ନା ଆସିଥିଲା ଯେ ଗତ ୧୧ ମାସ ହେବ ସୁଶାନ୍ତଙ୍କ କ୍ରେଡିଟ କାର୍ଡ଼ ରିୟା ବ୍ୟବହାର କରିଆସୁଛନ୍ତି। ସେ ସୁଶାନ୍ତଙ୍କ ଠାରୁ ବହୁତ ପରିମାଣରେ ଟଙ୍କା ନେଇଛନ୍ତି।

ତେବେ ବର୍ତ୍ତମାନ ସୁଶାନ୍ତଙ୍କ ସିକ୍ୟୁରିଟି ଗାର୍ଡ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଆଉ ଏକ ନୂତନ ଖୁଲାସା କରିଛନ୍ତି। ସୁଶାନ୍ତ ଏବଂ ରିୟା ଗୋଟିଏ ଆପାର୍ଟମେଂଟରେ ଏକାଠି ରହୁଥିଲେ। ମାତ୍ର ୬ ଜୁନ ରାତି ପ୍ରାୟ ୧୧ ଟା ସମୟରେ ଆପାର୍ଟମେଂଟ ଛାଡି ଚାଲି ଯାଇଥିଲେ। ଏନେଇ ସିକ୍ୟୁରିଟି ଗାର୍ଡ କୁହନ୍ତି ଯେ, ଯେତେବେଳେ ରାତି ୧୧ ଟାରେ ରିୟା ଆପାର୍ଟମେଂଟ ଛାଡି ଯାଉଥିଲେ ସୁଶାନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ।

ହେଲେ ରିୟା ରହିବାକୁ ମନା କରିଦେଇଥିଲେ। ସୁଶାନ୍ତ ଏହାମଧ୍ୟ କହିଥିଲେ ରିୟାଙ୍କୁ ଯେ ସେ ନିଜ ଭଉଣୀଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ମାତ୍ର ରିୟା ନିଜ ଭଉଣୀଙ୍କ ଅପେକ୍ଷା କରିବାକୁ ମଧ୍ଯ ମନା କରିଦେଇଥିଲେ। ରିୟା ନିଜେ ଗାଡ଼ିରେ ବସି ବାହାରି ଯାଇଥିଲେ ଯେଉଁଥିପାଇଁ ଅଧା ରାତିରେ ସୁଶାନ୍ତଙ୍କୁ ନିଜେ ଉଠି ରିୟାଙ୍କୁ ନେଇ ଏୟାରପୋର୍ଟରେ ଛାଡିବାକୁ ପଡିଥିଲା।

ଏଥିସହିତ ସିକ୍ୟୁରିଟି ଗାର୍ଡ ଏହା ମଧ୍ୟ କହିଛନ୍ତି ଶେଷ ଦିନରେ ସୁଶାନ୍ତ ବହୁତ ଦୁଃଖରେ ରହିଥିଲେ। ସେ ବାହାରକୁ ତ ଯାଉଥିଲେ ମାତ୍ର ଅଧିକାଂଶ ସମୟରେ ତାଙ୍କ ମୁହଁରେ ଦୁଃଖର ଛାୟା ଲାଗି ରହୁଥିଲା। ଯେତେବେଳେ ସେ ଖୁସିରେ ରହୁଥିଲେ ସେତେବେଳେ ସିକ୍ୟୁରିଟି ଗାର୍ଡଙ୍କ ସହିତ ମଧ୍ୟ ବହୁତ ଭଲରେ କଥା ହେଉଥିଲେ।

ଆଉ ଯେତେବେଳେ ସେ ଦୁଃଖରେ ରହୁଥିଲେ କୌଣସି ବ୍ୟକ୍ତିଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁ ନଥିଲେ। ମୌନ ରହି ଆସୁଥିଲେ ଏବଂ ସେମିତି ହିଁ ନିଜ ଆପାର୍ଟମେଂଟ ଭିତରକୁ ଚାଲି ଯାଉଥିଲେ। ତେବେ ଦେଖିବାକୁ ବାକି ରହିଲା ସିକ୍ୟୁରିଟି ଗାର୍ଡର ଏପରି ବୟାନ ପରେ ମୁମ୍ବାଇ ପୋଲିସର ପଦକ୍ଷେପ କଣ ରହିବ।

Leave a Reply

Your email address will not be published. Required fields are marked *